Posted inଜାତୀୟ

ଜମ୍ମୁ-କଶ୍ମୀରକୁ ମିଳିପାରେ ରାଜ୍ୟ ମାନ୍ୟତା, ଅର୍ଥମନ୍ତ୍ରୀ ଦେଲେ ସଙ୍କେତ…

ଥିରୁଭାନନ୍ତପୁରମ,୬।୧୧ : ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ସଙ୍କେତ ଦେଇଛନ୍ତି। ୧୪ ତମ ଅର୍ଥ ଆୟୋଗର ସୁପାରିଶ ବିଷୟରେ ସୂଚନା ଦେଇ ସେ ପାଣ୍ଠି ବଣ୍ଟନ ସମ୍ବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଥିରୁଭାନନ୍ତପୁରମରେ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଦ୍ୱିଧାରେ ୨୦୧୪-୧୫ରେ ୧୪ ତମ ଅର୍ଥ ଆୟୋଗର ସୁପାରିଶକୁ ଗ୍ରହଣ କରିଛନ୍ତି ଯେ ସମସ୍ତ ଟିକସର ୪୨ ପ୍ରତିଶତ ରାଜ୍ୟକୁ ଦିଆଯାଉ। ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ସେହି ସମୟରେ ଅର୍ଥ ଆୟୋଗ କହିଥିଲେ ଯେ ଏହାକୁ ୪୨ ପ୍ରତିଶତକୁ ବୃଦ୍ଧି କରାଗଲେ, କମ ପରିମାଣ କେନ୍ଦ୍ର ସରକାରଙ୍କ ହାତରେ ରହିବ।

ମାତ୍ର ଏହି ପ୍ରସଙ୍ଗରେ କୌଣସି ବିଳମ୍ବ ନକରି ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥ ଆୟୋଗର ସୁପାରିଶକୁ ଗ୍ରହଣ କରିଛନ୍ତି। ଏହି କାରଣରୁ ଆଜି ରାଜ୍ୟଗୁଡିକ ଏହି ରାଶିର ୪୨ ପ୍ରତିଶତ ପାଇଛନ୍ତି। ଅନ୍ୟପକ୍ଷରେ, ଜମ୍ମୁ-କଶ୍ମୀରକୁ ୪୧ ପ୍ରତିଶତ ଅର୍ଥ ମିଳିଥାଏ। ଏହାର କାରଣ ଏହା ରାଜ୍ୟ ନୁହେଁ। ଶୀଘ୍ର ଏହା ରାଜ୍ୟ ମାନ୍ୟତା ପାଇବ ବୋଲି ସେ ସଙ୍କେତ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ହଟାଇ ଦେଇଛନ୍ତି। ସେବେଠାରୁ ଜମ୍ମୁ-କଶ୍ମୀର ଏକ ୟୁନିଅନ ଟେରିଟୋରୀ ମାନ୍ୟତା ପାଇଲା। ସେତେବେଳେ ସରକାର ଲଦାଖକୁ ଜମ୍ମୁ-କଶ୍ମୀରରୁ ଅଲଗା କରି ୟୁନିଅନ ଅଞ୍ଚଳ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେତେବେଳେ କହିଥିଲେ ଯେ ଜମ୍ମୁ-କଶ୍ମୀର ଠିକ ସମୟରେ ରାଜ୍ୟର ମାନ୍ୟତା ପାଇବ। ବର୍ତ୍ତମାନ ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତି ପ୍ରମାଣ କରିଛି ଯେ ଖୁବ ଶୀଘ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟର ମାନ୍ୟତା ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?