Posted inଫୁରସତ

ପୃଥିବୀର ନିକଟତମ ବ୍ଲାକ୍‌ହୋଲ୍‌

ଓ୍ବାଶିଂଟନ୍‌: ବିଶ୍ୱର ସର୍ବାଧିକ ନିକଟତର କୃଷ୍ଣଗର୍ତ୍ତ ‘ଗଇଆ ବିଏଚ୍‌୧’କୁ ଆମେରିକାର ହାଓ୍ବାଇ ଦ୍ୱୀପରେ ଜେମିନି ନର୍ଥ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବିଜ୍ଞାନୀମାନେ ଠାବ କରିଛନ୍ତି। ନ୍ୟାଶନାଲ ସ୍ପେସ୍‌ ଫାଉଣ୍ଡେଶନ୍‌ (ଏନ୍‌ଏସ୍‌ଏଫ୍‌)ର ଏନ୍‌ଓଆଇଆର୍‌ ଲ୍ୟାବ୍‌ ଦ୍ୱାରା ପରିଚାଳିତ ଇଣ୍ଟରନ୍ୟାଶନାଲ ଜେମିନି ଅବ୍‌ଜରଭେଟୋରି ବୈଜ୍ଞାନିକମାନେ ଏହି ବ୍ଲାକ୍‌ ହୋଲ୍‌ ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ବୋଲି କହିଛନ୍ତି। ଛାୟାପଥରେ ଥିବା ଏଭଳି କୃଷ୍ଣଗର୍ତ୍ତକୁ ପ୍ରଥମଥର ପାଇଁ ଚିହ୍ନଟ କରାଯାଇଛି। ପୃଥିବୀଠାରୁ ଏହାର ଦୂରତା ହେଉଛି ମାତ୍ର ୧,୫୬୦ ଆଲୋକବର୍ଷ। ଏହି ଆବିଷ୍କାର ଭବିଷ୍ୟତରେ ମହାକାଶ ଗବେଷଣା କ୍ଷେତ୍ରରେ ଜ୍ଞାନ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି।

ଛାୟାପଥରେ ଥିବା ୧୦୦ ନିୟୁତ ବ୍ଲାକ୍‌ହୋଲ୍‌ ମଧ୍ୟରୁ ଅନେକର ଆକୃତି ସୂର୍ଯ୍ୟଙ୍କ ତୁଳନାରେ ୫ରୁ ୧୦୦ ଗୁଣ ବଡ଼। କିନ୍ତୁ ସେ ସବୁ ବହୁ ଅଧିକ ଦୂରତରେ ଥିବାରୁ ସହଜରେ ଚିହ୍ନଟ ସମ୍ଭବ ହୋଇ ନ ଥାଏ। ‘ଗଇଆ ବିଏଚ୍‌୧’ ପୃଥିବୀର ଅତି ନିକଟତର ହୋଇଥିବାରୁ ଟେଲିସ୍କୋପ୍‌ରେ ଏହା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri