ବାଟବଣା ହୋଇଛି ଜଳଶକ୍ତି ଅଭିଯାନ

କେନ୍ଦ୍ରାପଡ଼ା ଅଫିସ, ୨ା୮:କେନ୍ଦ୍ରାପଡ଼ା ଜିଲା ପାନୀୟ ଜଳ ସଙ୍କଟ ଓ ଜଳ ସଂରକ୍ଷଣ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଜିଲାର ୯ବ୍ଲକ ମଧ୍ୟରୁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ମାର୍ଶାଘାଇ ବ୍ଲକରେ ଏହା ଉତ୍କଟ ହୋଇଛି। ଗରଦପୁର ବ୍ଲକ ଅଞ୍ଚଳରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନେଇ ରିପୋର୍ଟ ପରେ ଦେଶର ୨୫୭ଟି ଜିଲା ମଧ୍ୟରୁ ଓଡ଼ିଶାର ଏକମାତ୍ର କେନ୍ଦ୍ରାପଡ଼ା ଜିଲାରେ ୨୦୧୯ ଜୁଲାଇ ୩୦ରେ କେନ୍ଦ୍ର ସରକାର ମିଶନ ଆରମ୍ଭ ହୋଇଛି। ତେବେ ଏହି ମଶନ ଜିଲାରେ ବାଟବଣା ହୋଇଛି। ଏହି ମିଶନ ଆରମ୍ଭକୁ ଇତିମଧ୍ୟରେ ୩ ବର୍ଷ ପୂରିଛି। ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା ବଦଳରେ ଏହା କାଗଜପତ୍ରରେ ସୀମିତ ରହିଥିବା ଦେଖାଯାଉଛି। ଜଙ୍ଗଲ ସୃଷ୍ଟି ପରିବର୍ତ୍ତେ ଜଙ୍ଗଲ ଜମି ଓ ଜିଲାର ବିଭିନ୍ନ ସ୍ଥାନରୁ ଗଛକଟା ଚାଲିଛି। ଏ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ମାମଲା ହେବା ସହ ପୁରୁଣା ଜଳ ଉତ୍ସର ନବୀକରଣ ନାମରେ ଅର୍ଥ ହରିଲୁଟ ଚାଲିଛି। ଗ୍ରୀନ୍‌ ମହାନଦୀ ଯୋଜନା ଅଦ୍ୟାବଧି କେନ୍ଦ୍ରାପଡ଼ାରେ ପହଞ୍ଚତ୍ ନ ଥିବା ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ମନ୍ମଥ କୁମାର ରାଉତ, ଚିତ୍ରସେନ ରାଉତ, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତି, ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଭୂତଳ ଜଳ ବୋର୍ଡର ରିପୋର୍ଟ ଓ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ବିଭାଗ ସର୍ଭେ ଅନୁଯାୟୀ ୨୦୩୦ ସୁଦ୍ଧା କେନ୍ଦ୍ରାପଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେବ। ଏଥିପାଇଁ ଭୂତଳ ଜଳର ବୃଦ୍ଧି ପାଇଁ ରିଚାର୍ଜ ଆବଶ୍ୟକ। ଘରୋଇ ଭାବେ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଂରକ୍ଷଣକୁ ଏହି ମିଶନ ଗୁରୁତ୍ୱ ଦେଇଛି। ସେହିପରି ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର, ଜଳଛାୟା ବିକାଶ, ବ୍ୟାପକ ବନୀକରଣ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ହୋଇପାରିବ। ଏହାକୁ କାର୍ଯ୍ୟକାରୀ ପାଇଁ ଜଳଶକ୍ତି ଅଭିଯାନ ଜିଲାରେ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ କିଛି ଗଛ ଲଗାଇ ଏହି ଅଭିଯାନକୁ ଆରମ୍ଭ କରାଯାଇଥିଲା। ସେହିପରି ସବୁଜ ମହାନଦୀ ମିଶନ ଜିଲାରେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ଜିଲାରେ ଜଳ ସଙ୍କଟକୁ ନେଇ ସତର୍କ ହେବାକୁ ସୂଚନା ଦିଆଯାଇଥିଲେ ମଧ୍ୟ ଖରସ୍ରୋତା ନଦୀରୁ ମଧୁରପାଣି ନିକଟସ୍ଥ ଭଦ୍ରକ ଜିଲାକୁ ଦେବାକୁ ମସୁଧା ଚାଲିଛି। ସୀମିତ ସଂଖ୍ୟକ ଟ୍ୟୁବ୍‌ୱେଲରେ ସକ୍‌ପିଟ ଲଗାଯାଇଛି। ବର୍ଷାଜଳ ସଂରକ୍ଷଣ କରି ଭୂପୃଷ୍ଠକୁ ଛାଡିବା ପାଇଁ ହୋଇଥିବା ଯୋଜନା ବିଫଳ ହୋଇଛି। ସେହିପରି ଏହି ମିଶନର ପ୍ରାଥମିିକ ଲକ୍ଷ୍ୟ ଜଙ୍ଗଲ ସୃଷ୍ଟି। ତେବେ ମଣିକୁଣ୍ଡାରେ ଗ୍ରାମ୍ୟ ଜଙ୍ଗଲ ସହ ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲକୁ ଜିଲା ପ୍ରଶାସନ ସୁରକ୍ଷା ଯୋଗାଇ ପାରୁନାହାନ୍ତି। ନଦୀଶଯ୍ୟାରୁ ବାଲି ଉଠାଣ ଜଳର ଗତିପଥ ବଦଳାଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ମୋ ପୋଖରୀ ଖୋଳା ହେଉଥିବା ଦର୍ଶାଯାଉଛି। ତେବେ ଏହା କେବଳ ଅର୍ଥ ହରିଲୁଟର ମାଧ୍ୟମ ହୋଇଛି। ପାନୀୟ ଜଳ ପାଇଁ ଏବେବି ଜିଲାର ୬୦ ଭାଗ ଲୋକ ହନ୍ତସନ୍ତ ହେଉଛନ୍ତି। ଜଳଶକ୍ତି ଅଭିଯାନକୁ ସଫଳ ପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରାଯାଉ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଳ ଶକ୍ତି ଅଭିଯାନ କାର୍ଯ୍ୟକାରୀରେ କେନ୍ଦ୍ରାପଡ଼ା ଜିଲା ଆଗୁଆ ଅଛି। ପଞ୍ଚାୟତିରାଜ ବିଭାଗଠାରୁ ଆରମ୍ଭ କରି ବନ ବିଭାଗ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ନଳକୂପ ନିକଟରେ ସକ୍‌ପିଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବନୀକରଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?