ଯାଜପୁର,୩।୮(ହର୍ଷବର୍ଦ୍ଧନ ବେହେରା)ମାଙ୍କଡ଼ିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୮୭ କଲୋନୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ହୋଇଥିବା ଏଭଳି ଅଭିଯୋଗ ଉପରେ ଯାଜପୁର ଜିଲାପାଳଙ୍କ ସମେତ ସୁକିନ୍ଦା ବିଡିଓ, ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଓ ଠିକାଦାର ଭାଗବତ ଖଟୁଆଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ଅଧ୍ୟକ୍ଷ ଓ ସଦସ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୭ା୯ା୨୦୨୩ରେ ହେବ ବୋଲି ଉକ୍ତ ନିର୍ଦ୍ଦେଶ ପତ୍ରରେ ସୂଚନା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ୮୭ ମାଙ୍କଡ଼ିଆ ସମ୍ପ୍ରଦାୟ ପରିବାରବର୍ଗଙ୍କୁ ଜମି ଯୋଗାଇ ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ଡିଏମ୍ଏଫ୍(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ମଞ୍ଜୁର ହୋଇଥିଲା। ସେଥିରୁ ୨୦୨୧-୨୨ ସୁଦ୍ଧା ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ପ୍ରାୟ ସମସ୍ତ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏପରି କି ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଖର୍ଚ୍ଚ ପରିମାଣର ବିନିଯୋଗ ପତ୍ର(ୟୁସି) ଦାଖଲ ମଧ୍ୟ କରି ସାରିଛନ୍ତି। ଯାଜପୁର ଜିଲାପାଳ ତଥା ଡିଏମ୍ଏଫ୍ ଟ୍ରଷ୍ଟିଙ୍କୁ ଏହି ୟୁସି ଦାଖଲ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ୨୦ା୭ା୨୦୨୩ରେ ରିପୋର୍ଟ ମଧ୍ୟ ପ୍ରଦାନ କରି ସାରିଛନ୍ତି। ହେଲେ ଅଧିକାଂଶ ଘର ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବାବେଳେ କେତେକ ଘର ଭିତରେ ଫାଟ ସୃଷ୍ଟି ହୋଇ ସାରିଛି। ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ କ୍ରମେ ଲୋକାୟୁକ୍ତ ୩୪୬/୨୦୨୩ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗରେ ଆହୁରି ଦର୍ଶାଯାଇଛି, ମାଙ୍କଡ଼ିଆ ଜନଜାତି ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଯାଜପୁର, ମୟୂରଭଞ୍ଜ, ସମ୍ବଲପୁର ଓ କଳାହାଣ୍ଡି ଜିଲାରେ ଏହି ଜନଜାତିମାନେ ବସବାସ କରିଥାନ୍ତି। ଏମାନେ ପର୍ଟିକୁଲାର ଭୁଲନେରେବୁଲ ଟ୍ରାଇବାଲ ଗ୍ରୁପ(ପିଭିଟିଜି) ବର୍ଗର। ବର୍ତ୍ତମାନ ଏହି ସମ୍ପ୍ରଦାୟର ୮୭ ପରିବାର କାଳିଆପାଣି ଖଣି ନିକଟସ୍ଥ ମଲ୍ଲାରସାହି ଗ୍ରାମରେ ବସବାସ କରୁଛନ୍ତି। ଏମାନଙ୍କୁ ଡିଏମ୍ଏଫ୍ ପାଣ୍ଠିରୁ ପ୍ରତ୍ୟେକ ପରିବାରଙ୍କୁ ଘର ସମେତ ପାନୀୟ ଜଳ, ବାଥରୁମ, ବିଦ୍ୟୁତ୍ ଯୋଗାଇ ଦେବାକୁ ପାଣ୍ଠି ମଞ୍ଜୁର ହୋଇଛି। ହେଲେ ମଞ୍ଜୁର ପାଣ୍ଠିରୁ ପ୍ରାୟ ୮୭ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି। ଏହାସହ ଘର ଯୋଗାଇ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ୨୧ା୨ା୨୦୨୦ ସୁଦ୍ଧା ଶେଷ ହେବା କଥା। କିନ୍ତୁ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ମାତ୍ର ୩୦% କାମ ସରିଛି। ଫଳରେ ଏହିସବୁ ପ୍ରତିଶ୍ରୁତି ନିରୀହ ମାଙ୍କଡ଼ିଆ ଜନଜାତି ପରିବାରଙ୍କ ପାଇଁ ସ୍ବପ୍ନ ହୋଇଛି। ଶେଷ ହୋଇଥିବା ଘରଗୁଡିକ ଏତେ ନିମ୍ନମାନର ହୋଇଛି ଯେ, ସେଥିରେ ମଣିଷ ରହିବା ଅସମ୍ଭବ। ତେଣୁ ଲୋକାୟୁକ୍ତଙ୍କ ନିକଟରେ ଏହି ଦୁର୍ନୀତି ଉପରେ ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ତେବେ ଠିକାଦାର ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ପାଖ ଲୋକ ହୋଇଥିବାରୁ ସହଜରେ ଖସିଯିବେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଠିକ ସମୟରେ ରିପୋର୍ଟ ଦାଖଲ କରାଯିବ।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା
ଭୁବନେଶ୍ୱର,୨୫।୯: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…
୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…
୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…
ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…
ଏଡ୍ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ
ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…
ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍ ଆଟୋମିକ୍ ଘଡ଼ି
ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍ୟୁଏସ୍)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍ ଘଡ଼ି…
ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…
କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…
ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର
ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…
ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ
ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

