Posted inଜାତୀୟ

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ ମତଦାନ ହୋଇଥିଲା। ଘୋଷିତ ଫଳାଫଳରେ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଭାଜପାକୁ ୨ଟି ଆସନରେ ସଫଳତା ମିଳିଛି।

ଜୟପୁର ନଗର ନିଗମର ୪ଟି ୱାର୍ଡରେ ହୋଇଥିବା ପୁନଃ ମତଦାନରେ କଂଗ୍ରେସ ସମସ୍ତ ଆସନ ଜିତିଛି। ୱାର୍ଡ ନମ୍ବର ୦୯ରୁ କଂଗ୍ରେସର କୈଲାଶୀ ୭୬୪ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ୱାର୍ଡ ନମ୍ବର ୧୮ରୁ ବନ୍ଦିତା ଶର୍ମା ୧୮୧ ଭୋଟରେ, ୱାର୍ଡ ନମ୍ବର ୨୫ରୁ ରେଖା ଦେବୀ ୩୯୭ ଭୋଟରେ ଏବଂ ୱାର୍ଡ ନମ୍ବର ୩୪ରୁ ସୁରେଶ ଯାଦବ ୧୪୯ ଭୋଟରେ ବିଜୟ ହାସଲ କରିଛନ୍ତି।

ଜୟପୁର ନଗର ନିଗମରେ ଭାଜପା ପୂର୍ବରୁ ବହୁମତ ହାସଲ କରିସାରିଥିଲେ ମଧ୍ୟ ଏହି ୪ଟି ୱାର୍ଡର ଫଳାଫଳ ଦଳ ପାଇଁ ଝଟକା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଭୋଟ ସଂଖ୍ୟାରେ ଭାଜପା ପୂର୍ବରୁ କଂଗ୍ରେସଠାରୁ ପଛରେ ଥିବା ବେଳେ ଏହି ଫଳାଫଳ ପରେ ଦୁଇ ଦଳ ମଧ୍ୟରେ ଭୋଟ ବ୍ୟବଧାନ ଆହୁରି ବଢ଼ିଛି।

ଜୟପୁର ସହିତ କୋଟା ନଗର ନିଗମର ୩ଟି ଏବଂ କୋଟା ଜିଲାର ସୁକେତ ନଗରପାଳିକାର ଗୋଟିଏ ଆସନରେ ହୋଇଥିବା ପୁନଃ ମତଦାନର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। କୋଟାର ୪ଟି ଆସନ ମଧ୍ୟରୁ ଭାଜପା ୨ଟି ଏବଂ କଂଗ୍ରେସ ୨ଟି ଆସନ ଜିତିଛି। କୋଟା ନଗର ନିଗମର ୱାର୍ଡ ନମ୍ବର ୪୪ରୁ ଭାଜପାର ପ୍ରେମ ସିଂହ ୭୧ ଭୋଟରେ ବିଜୟୀ ହୋଇଛନ୍ତି। ୱାର୍ଡ ନମ୍ବର ୮୭ରୁ ବିଜେପିର ପୁଷ୍ପା ଚୌଧୁରୀ ୩୦୫ ଭୋଟରେ ବିଜୟ ହାସଲ କରିଛନ୍ତି।

ଅନ୍ୟପଟେ ୱାର୍ଡ ନମ୍ବର ୧୧ରୁ କଂଗ୍ରେସର କମଲେଶ କୁମାରୀ ୫୩୭ ଭୋଟରେ ବିଜୟୀ ହୋଇଛନ୍ତି। କୋଟାର ସୁକେତ ନଗରପାଳିକା ୱାର୍ଡ ନମ୍ବର ୪ରୁ କଂଗ୍ରେସର ମହମ୍ମଦ ରଫିକ ୧୧୭ ଭୋଟରେ ନିର୍ବାଚନ ଜିତିଛନ୍ତି। ଯୋଧପୁର ନଗର ନିଗମର ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ଆଗରେ ଥିବା ଜଣାପଡ଼ିଛି। ତେବେ ଏଠାରେ ଏଯାଏ ଔପଚାରିକ ଭାବେ ଫଳାଫଳ ଘୋଷଣା ହୋଇନାହିଁ। ଏହିପରି ୯ଟି ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ଟିର ଫଳାଫଳ ଘୋଷିତ ହୋଇଥିବା ବେଳେ କଂଗ୍ରେସ ୬ଟି ଏବଂ ଭାଜପା ୨ଟି ଆସନରେ ବିଜୟୀ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ, ୧୭ା୯ : ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଏବଂ ଆତ୍ମହତ୍ୟାର ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ଏକ ନୂତନ…

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ UPIକୁ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?