Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପାଇଁ ପ୍ରାର୍ଥନା ସଭା…

ଅହମଦାବାଦ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟର ଭଡ଼ନଗରରେ ମା’ ହୀରାବେନଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ରବିବାର ବହୁ ସଂଖ୍ୟାରେ ରାଜନୈତିକ ନେତା ତଥା ଶୁଭେଚ୍ଛୁ ଯୋଗ ଦେଇଥିଲେ। ଶୁକ୍ରବାର ହୀରାବେନଙ୍କର ୯୯ ବର୍ଷ ବୟସରେ ଅହମଦାବାଦରେ ପରଲୋକ ଘଟିଥିଲା।

ଗୁଜରାଟ ବିଧାନସଭା ବାଚସ୍ପତି ଶଙ୍କର ଚୌଧୁରୀ, କେନ୍ଦ୍ର ମନ୍ତ୍ରୀ ପରଷୋତମ ରୂପାଲା, ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ, ବିଧାୟକ ପୂର୍ଣ୍ଣେଶ ମୋଦି ଏବଂ ଜେଠା ଭରୱାଡ ଏବଂ ଅନ୍ୟମାନେ ରବିବାର ଭଡ଼ନଗରର ଜବାହର ନବୋଦୟ ବିଦ୍ୟାଲୟ ହଲରେ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ହୀରାବେନଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଆୟୋଜିତ ପ୍ରାର୍ଥନା ସଭାରେ ଭାରତୀୟ ଜନତା ପାର୍ଟି ନେତା ସଞ୍ଜୟ ଯୋଶୀ, ପୂର୍ବତନ ବାଚସ୍ପତି ନୀମା ଆଚାର୍ଯ୍ୟ ଏବଂ ପୂର୍ବତନ ବିଧାୟକ ମାୟା କୋଡନାନୀ ମଧ୍ୟ ଉପସ୍ଥିତ ଥିଲେ।

ଗୁଜରାଟର ବିଭିନ୍ନ ପ୍ରାନ୍ତରୁ ପରିବାରର ଶୁଭେଚ୍ଛୁମାନେ, ସେମାନଙ୍କ ସମ୍ପର୍କୀୟ ତଥା ଭଡନଗରର ବାସିନ୍ଦା, ଯେଉଁଠାରେ ହୀରାବେନ ତାଙ୍କ ଜୀବନର ଅଧିକାଂଶ ସମୟ ବିତାଇଥିଲେ, ସେମାନେ ମଧ୍ୟ ସକାଳେ ଧାଡ଼ିରେ ଧାଡ଼ି ବାନ୍ଧି ସଭାସ୍ଥଳରେ ପହଞ୍ଚିଥିଲେ। ଞ୍‌

ଅହମଦାବାଦ ସହର ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଧାର୍ମିକ, ସାମାଜିକ ତଥା ରାଜନୈତିକ ନେତାଙ୍କ ସହ ପ୍ରାର୍ଥନା ସଭାରେ ଭାଗ ନେବାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ୩୦ ଯାଏ ଲକ୍‌ଡାଉନ

କୋଲକାତା, ୧।୯(ପି.ଟି.): ପଶ୍ଚିମବଙ୍ଗ ସରକାର କରୋନାଜନିତ ଲକ୍‌ଡାଉନ୍‌କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେପ୍ଟେମ୍ବର ୭, ୧୧ ଏବଂ ୧୨ରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ...

ଉନ୍ନାଓ୍ବରେ ପୁଣି ତାତି: ଏକତରଫା ପ୍ରେମରେ ବିଫଳ ହୋଇ ମୁସଲମାନ୍‌ ଯୁବତୀ ରୋହିତଙ୍କ ଉପରେ କଲେ ଏସିଡ୍‌ ମାଡ଼

ଉନ୍ନାଓ୍ବ,୨୯।୧: ଉତ୍ତରପ୍ରଦେଶ ଉନ୍ନାଓ୍ବ ବିଭିନ୍ନ ଆପରାଧୀକ ମାମଲା ଯୋଗୁ ଚର୍ଚ୍ଚାରେ ରହି ଆସିଛି। ସମ୍ପ୍ରତି ଏଠାରେ ଜଣେ ମୁସଲମାନ୍‌ ଯୁବତୀ ଏକ ତରଫା ପ୍ରେମରେ ବିଫଳ...

ସ୍ଥିତି ସମୀକ୍ଷା ପାଇଁ ବିଧାୟକ-ଏମ୍‌ପିଙ୍କୁ ପଠାଇଲେ ଷ୍ଟାଲିନ

ଚେନ୍ନାଇ,୩।୩: ୟୁକ୍ରେନ୍‌ରେ ଫସି ରହିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ୍‌ ଗଙ୍ଗା ଜାରି ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାନିଲ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୧।୬: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଅନୁପ୍ରବେଶ କରୁଥିବା ୩ ଆତଙ୍କବାଦୀ ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଛନ୍ତି।...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଲାଇଥିବା ବେଳେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି...

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଆଉ ନାହାନ୍ତି ରସନା ଗ୍ରୁପ୍‌ ମାଲିକ

ନୂଆଦିଲ୍ଲୀ,୨୧।୧୧: ଲୋକପ୍ରିୟ ପାନୀୟ ରସନା ମାଲିକ ଅରିଜ ପିରୋଜଶା ଖମ୍ବାଟାଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ...

ପ୍ରବାସୀ ଶ୍ରମିକଙ୍କ ଉପରେ ଓଲଟିଲା ଟ୍ରକ୍‌; ୫ ମୃତ

ନରସିଂପୁର,୧୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଯେମିତି ସରୁ ନାହିଁ। ଲକ୍‌ଡାଉନ ସମୟରେ...

Advertisement
Archives

Model This Week