Posted inଫୁରସତ

ସୋସିଆଲ ମିଡିଆରେ ଏମିତି ଫଟୋ ଛାଡ଼ିଲେ ଯୁବକ, ବଦଳାଇବାକୁ ପଡ଼ିଲା ଜେଲ୍‌ର ୬୦୦ ତାଲା

ଯେତେବେଳେ କୌଣସି ବ୍ୟକ୍ତି ଜୀବନର ପ୍ରଥମ ଚାକିରି ଆରମ୍ଭ କରନ୍ତି ସେତେବେଳେ ଚେଷ୍ଟା କରିଥାନ୍ତି ତାଙ୍କ ନିଯୁକ୍ତି ସମୟର ଫଟୋ ସବୁଠୁ ଭଲ ହେଉ। ମାତ୍ର ଜର୍ମାନୀର ଜଣେ ଯୁବକ ପ୍ରଥମ ଚାକିରିରେ ଯାହା କରିଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କର ସାମାନ୍ୟ ଭୁଲ ପାଇଁ ତାଙ୍କୁ ଘରେ ରହିବାକୁ ପଡ଼ିଲା। ଏଥିଯୋଗୁ ତାଙ୍କ ଇଣ୍ଟର୍ନଶିପ୍‌ ମଧ୍ୟ ଶେଷ ହେଲା।

ଜର୍ମାନୀର ବର୍ଲିନ-ବ୍ରେଡେନବର୍ଗ ମହାନଗର ଅଞ୍ଚଳରେ ରହୁଥିବା ଜେବିଏ ହିଡରିଙ୍ଗ୍‌ ଜେଲ୍‌ରେ ଇଣ୍ଟର୍ନଶିପ୍‌ ପାଇଥିଲେ। ଯୁବକଙ୍କ ବନ୍ଧୁ ତାଙ୍କ ନୂଆ ଚାକିରି ସମ୍ପର୍କରେ ଜାଣିବା ପାଇଁ ଚାହିଁଥିଲେ। ତେଣୁ ଜେବିଏ ନିଜ ବନ୍ଧୁଙ୍କୁ ଦେଖାଇବାକୁ ଚାହୁଁଥିଲେ କି ତାଙ୍କ ଚାକିରି କେତେ ଭଲ। ଏଥିପାଇଁ ଜେବିଏ ଜେଲ ଭିତରର ଫଟୋ ବି ଉଠାଇ ବନ୍ଧୁଙ୍କ ନିକଟକୁ ପଠାଇଥିଲେ। ଏହି ଫଟୋରେ ଜେଲ୍‌ର ସମସ୍ତ ଚାବିପେନ୍ଥା ମଧ୍ୟ ଥିଲା।

ଏହି ଫଟୋକୁ ସେ ତାଙ୍କ ବନ୍ଧୁଙ୍କ ନିକଟକୁ ହ୍ବାଟ୍‌ସ୍‌ଆପ ଜରିଆରେ ପଠାଇଥିଲେ। ପଠାଇଥିବା ଫଟୋରେ ଜେଲ୍‌ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚାବି ନଜର ଆସିଥିଲା। ଏଥିରେ ଜେଲ୍‌ର ସମସ୍ତ କୋଠରି ଚାବି ଥିଲା। ଚାବିର ଫଟୋ ସାର୍ବଜନିକ ହେବା ପରେ ଜେଲ୍‌ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଜେଲ୍‌ରେ ମୋଟ୍‌ ୬୫୭ କଏଦୀ ରହୁଥିଲେ। ଫଟୋ ଦେଖି କଏଦୀମାନେ ନକଲି ଚାବି ତିଆରି କରି ସହଜରେ ଜେଲ୍‌ରୁ ଖସି ପଳାଇବେ। ଯୁବକଙ୍କ ଫଟୋ ଉଠାଇବା ପରେ କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା। ମାତ୍ର ଏଥିରେ ଜେଲ୍‌ର ସୁରକ୍ଷା ବିପଦପୂର୍ଣ୍ଣ ହୋଇଥିଲା। ତେଣୁ ଜେଲ କର୍ତ୍ତୃପକ୍ଷ ୬୦୦ ତାଲାକୁ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri