Posted inଫୁରସତ

ସୋସିଆଲ ମିଡିଆରେ ଏମିତି ଫଟୋ ଛାଡ଼ିଲେ ଯୁବକ, ବଦଳାଇବାକୁ ପଡ଼ିଲା ଜେଲ୍‌ର ୬୦୦ ତାଲା

ଯେତେବେଳେ କୌଣସି ବ୍ୟକ୍ତି ଜୀବନର ପ୍ରଥମ ଚାକିରି ଆରମ୍ଭ କରନ୍ତି ସେତେବେଳେ ଚେଷ୍ଟା କରିଥାନ୍ତି ତାଙ୍କ ନିଯୁକ୍ତି ସମୟର ଫଟୋ ସବୁଠୁ ଭଲ ହେଉ। ମାତ୍ର ଜର୍ମାନୀର ଜଣେ ଯୁବକ ପ୍ରଥମ ଚାକିରିରେ ଯାହା କରିଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କର ସାମାନ୍ୟ ଭୁଲ ପାଇଁ ତାଙ୍କୁ ଘରେ ରହିବାକୁ ପଡ଼ିଲା। ଏଥିଯୋଗୁ ତାଙ୍କ ଇଣ୍ଟର୍ନଶିପ୍‌ ମଧ୍ୟ ଶେଷ ହେଲା।

ଜର୍ମାନୀର ବର୍ଲିନ-ବ୍ରେଡେନବର୍ଗ ମହାନଗର ଅଞ୍ଚଳରେ ରହୁଥିବା ଜେବିଏ ହିଡରିଙ୍ଗ୍‌ ଜେଲ୍‌ରେ ଇଣ୍ଟର୍ନଶିପ୍‌ ପାଇଥିଲେ। ଯୁବକଙ୍କ ବନ୍ଧୁ ତାଙ୍କ ନୂଆ ଚାକିରି ସମ୍ପର୍କରେ ଜାଣିବା ପାଇଁ ଚାହିଁଥିଲେ। ତେଣୁ ଜେବିଏ ନିଜ ବନ୍ଧୁଙ୍କୁ ଦେଖାଇବାକୁ ଚାହୁଁଥିଲେ କି ତାଙ୍କ ଚାକିରି କେତେ ଭଲ। ଏଥିପାଇଁ ଜେବିଏ ଜେଲ ଭିତରର ଫଟୋ ବି ଉଠାଇ ବନ୍ଧୁଙ୍କ ନିକଟକୁ ପଠାଇଥିଲେ। ଏହି ଫଟୋରେ ଜେଲ୍‌ର ସମସ୍ତ ଚାବିପେନ୍ଥା ମଧ୍ୟ ଥିଲା।

ଏହି ଫଟୋକୁ ସେ ତାଙ୍କ ବନ୍ଧୁଙ୍କ ନିକଟକୁ ହ୍ବାଟ୍‌ସ୍‌ଆପ ଜରିଆରେ ପଠାଇଥିଲେ। ପଠାଇଥିବା ଫଟୋରେ ଜେଲ୍‌ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚାବି ନଜର ଆସିଥିଲା। ଏଥିରେ ଜେଲ୍‌ର ସମସ୍ତ କୋଠରି ଚାବି ଥିଲା। ଚାବିର ଫଟୋ ସାର୍ବଜନିକ ହେବା ପରେ ଜେଲ୍‌ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଜେଲ୍‌ରେ ମୋଟ୍‌ ୬୫୭ କଏଦୀ ରହୁଥିଲେ। ଫଟୋ ଦେଖି କଏଦୀମାନେ ନକଲି ଚାବି ତିଆରି କରି ସହଜରେ ଜେଲ୍‌ରୁ ଖସି ପଳାଇବେ। ଯୁବକଙ୍କ ଫଟୋ ଉଠାଇବା ପରେ କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା। ମାତ୍ର ଏଥିରେ ଜେଲ୍‌ର ସୁରକ୍ଷା ବିପଦପୂର୍ଣ୍ଣ ହୋଇଥିଲା। ତେଣୁ ଜେଲ କର୍ତ୍ତୃପକ୍ଷ ୬୦୦ ତାଲାକୁ ବଦଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri