Posted inଜାତୀୟ

ଅତିଥି ଭାବେ ଆମନ୍ତ୍ରିତ କରି ଅପମାନିତ କରିବା କେନ୍ଦ୍ର ସରକାରଙ୍କୁ ଶୋଭା ଦେଉନାହିଁ: ମମତା

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ପୂର୍ବରୁ ରାଜନୈତିକ ଉଷ୍ମତା ଜାରି ରହିଥିବା ବେଳେ ଭିକ୍ଟୋରିଆଲ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ପ୍ରସ୍ତୁତି କରାଯାଇଥିଲା। ହେଲେ ସେଠାରେ ଉପସ୍ଥିତ ଲୋକଙ୍କ ବ୍ୟବହାରରେ ଖପ୍ପା ହୋଇଥିଲେ ରାଜ୍ୟ ମୁଖିଆ। ତାଙ୍କୁ ସମ୍ବୋଧନ ଦେବାକୁ ଡକାଯିବା ସମୟରେ ଦର୍ଶକଙ୍କ ମଧ୍ୟରୁ କିଛି ଲୋକ ‘ଜୟ ଶ୍ରୀରାମ’ ନାରାବାଜି କରିଥିଲେ। ଏହାକୁ ନେଇ ମମତା ଅସନ୍ତୋଷ ପ୍ରକାଶ କରିବା ସହ ଭାଷଣ ଦେବାକୁ ମନା କରିଥିଲେ। ପରେ ମଞ୍ଚ ଉପରକୁ ଆସି କାହାକୁ ଅତିଥି ଭାବେ ଆମନ୍ତ୍ରଣ କରି ଅପମାନିତ କରିବା କେନ୍ଦ୍ର ସରକାରଙ୍କୁ ଶୋଭା ଦେଉନାହିଁ। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ। ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ। ଏହା ସାଧାରଣ ଲୋକଙ୍କ ପାଇଁ ଆୟୋଜନ କରାଯାଇଛି। ଏହି ମଞ୍ଚରେ ସେ କିଛି ବି କହିବେ ନାହିଁ। ଜୟ ହିନ୍ଦ, ଜୟ ବଙ୍ଗଳା ବୋଲି କହି ମମତା ସେଠାରୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଖୋଲିବନି ସ୍କୁଲ !

ମୁମ୍ବାଇ, ୧୧।୧୦: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ତେବେ ଦୀପାବଳି ପୂର୍ବରୁ...

କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ, ୨୧।୭: ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଏବଂ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

‘ଭାଜପାକୁ ରାଜନୈତିକ ଅମ୍ଳଜାନ ଆବଶ୍ୟକ’

କୋଲକାତା, ୫।୫: ପଶ୍ଚିମବଙ୍ଗ ଜନସାଧାରଣ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାଜପାକୁ ଏବେ ରାଜନୈତିକ ଅମ୍ଳଜାନ ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ...

ରାମାୟଣ ଅନ୍‌ଲାଇନ କୁଇଜ୍‌ରେ ୨ ମୁସଲମାନ୍‌ ଛାତ୍ରଙ୍କ ସଫଳତା…

ଥିରୁଭାନନ୍ତପୁରମ୍‌, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି।...

ରାଷ୍ଟ୍ରପତି ଶାସନ ପାଇଁ ମଞ୍ଜୁରୀ ଦେଲା ମୋଦି କ୍ୟାବିନେଟ: କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୃତୀୟ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଯାହାର ସମୟ ସୀମା ଥିଲା...

ଏସବୁ ଖାଇଲେ ହେବନି କରୋନା…

ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ...

ଚାରିଧାମ ଯାତ୍ରା: ଯାନବାହାନ ଚଳାଚଳ ଉପରେ କଟକଣା ଲଗାଇଲେ ସରକାର

ଡେରାଡୁନ,୪।୫: ଚାରିଧାମ ଯାତ୍ରା ମେ’୩ରୁ ଆରମ୍ଭ ହୋଇଯାଉଛି । ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି।...

Advertisement
Archives

Model This Week