Posted inଖେଳ

ମୁମ୍ବାଇ ପାଇଁ କିଛି ଅସମ୍ଭବ ନୁହେଁ

ଆବୁଧାବି,୮।୧୦: ପ୍ଲେ-ଅପ୍‌ରେ ସ୍ଥାନ ନିଶ୍ଚିତ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠୁ ଜରୁରୀ ଥିଲା ହାଇଦ୍ରାବାଦ୍‌ ଆଗରେ ଏକ ବିଶାଳ ଟାର୍ଗେଟ ଛିଡ଼ା କରିବା। ପ୍ରଥମେ ଇଶାନ କିଷନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ତାହା କରିଦେଖାଇଥିଲା ମୁମ୍ବାଇ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରୋହିତ ଶର୍ମାଙ୍କ ଦଳ ୨୦ ଓଭରରେ ୨୩୫ ରନ୍‌ କରି ଦେଇଛି। ଫଳରେ ହାଇଦ୍ରାବାଦ୍‌ ଆଗରେ ଛିଡ଼ା ହୋଇଛି ୨୩୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ।

ଏବେ ପ୍ରତିପକ୍ଷ ହାଇଦ୍ରାବାଦ୍‌କୁ  ୬୫ ରନ୍‌ ମଧ୍ୟରେ ଅଲଆଉଟ୍‌ କରିବାକୁ ପଡ଼ିବ। କିନ୍ତୁ ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ, କୁଲ୍ଟର ନାଇଲଙ୍କ ପାଇଁ ଅସମ୍ଭବ ନୁହେଁ।

ପ୍ରଥମେ ହାଇଦ୍ରାବାଦ୍‌ର କୌଣସି ବୋଲରଙ୍କୁ ଫୁରସତ ଦେଇ ନ ଥିଲେ କିଷନ। ସେ ୩୨ ବଲରେ ଖେଳିଥିଲେ ୮୪ ରନ୍‌ର ମାଷ୍ଟରପିସ ପାଳି। ଇନିଂସରେ ସାମିଲ ଥିଲା ୧୧ ଚୌକା ଓ ୪ ଛକା। ସେ ଆଉଟ୍‌ ହେବା ପରେ ଛକା, ଚୌକା ବର୍ଷା କରିଥିଲେ ସୂର୍ଯ୍ୟ। ୪୦ ବଲରେ ୧୩ ଚୌକା ଓ ୩ ଛକା ସହାୟତାରେ ୮୨ ରନ୍‌ର ଇନିଂସ ଖେଳିଥିଲେ। ଏମାନଙ୍କ ଯୋଗୁ ମୁମ୍ବାଇ ୨୦ ଓଭରରେ ୯ ଉଇକେଟ ହରାଇ ୨୩୫ ରନ୍‌ କରିଥିଲା। ଏହା ମୁମ୍ବାଇ ପାଇଁ ଆଇପିଏଲରେ ସର୍ବାଧିକ ଦଳଗତ ସ୍କୋର। ହାଇଦ୍ରାବାଦ୍‌ ପକ୍ଷରୁ ଜାସନ ହୋଲ୍ଡର ୪ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପେସରଙ୍କ ବୋଲିଂ ଉପରେ ଉଠିଲା ପ୍ରଶ୍ନ

ମେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିଥିବା ପାକିସ୍ତାନ ପେସର ମହମ୍ମଦ ହାସନେନଙ୍କ ବୋଲିଂ ଆକଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ଅମ୍ପାୟର। ୨୧...

ମ୍ୟାଚ୍‌ ପୂର୍ବରୁ ଏମିତି କାମ କରି ପ୍ରଶଂସକଙ୍କ ହୃଦୟ ଜିତିଲେ ରାହୁଲ

ହରାରେ,୧୯।୮: ପ୍ରଥମ ଦିନିକିଆରେ ଜିମ୍ବାୱେ ବିପକ୍ଷରେ ୧୦ ଉଇକେଟରେ ବିଜୟ ହାସଲ କରିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଜବରଦସ୍ତ ଖେଳ ପ୍ରଦର୍ଶନ କରି ହରାରେ...

ଆଇଓସି ମୁଖ୍ୟଙ୍କୁ ବ୍ରିଟିସ ଅଲିମ୍ପିଆନ୍‌ଙ୍କ ସମାଲୋଚନା

ଲଣ୍ଡନ,୨୪।୩(ଏଏଫ୍‌ପି)- କୋଭିଡ-୧୯ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ ଏବେ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ...

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର...

ମାର୍ଚ୍ଚ ୨୯ରୁ ଆଇପିଏଲ-୧୩

ମୁମ୍ବାଇ,୩୧।୧୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍‌ଘାଟନୀ ମ୍ୟାଚ୍‌ରେ...

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌: ବାଂଲାଦେଶ ସେମିଫାଇନାଲରେ

ପୋଶ୍ଚେଫଷ୍ଟ୍ରୁମ୍‌, ୩୦ା୧ (ପି.ଟି.)-ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ବାଂଲାଦେଶ ୧୦୪ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚଳିତ ୧୯ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି।...

ଫିଫାକୁ ସମାଲୋଚନା କଲେ ବ୍ଲିଙ୍କେନ୍‌

ଦୋହା,୨୩।୧୧(ପି.ଟି.): ଓ୍ବାନ୍‌ ଲଭ୍‌ ଆର୍ମବ୍ୟାଣ୍ଡକୁ ନେଇ ଫିଫା ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ସମାଲୋଚନା କରିଛନ୍ତି ଆମେରିକୀୟ କୂଟନୀତିଜ୍ଞ ଆଣ୍ଟୋନୀ ବ୍ଲିଙ୍କେନ୍‌। ମାନବାଧିକାର ଓ...

୧୩୫ ମିଟର ଉଚ୍ଚ ସ୍ଥାନରେ ଗର୍ଲଫ୍ରେଣ୍ଡ୍‌ଙ୍କୁ କରିଥିଲେ ପ୍ରପୋଜ୍‌: ଆଜି ଟିମ୍‌ ଇଣ୍ଡିଆ ପାଇଁ ରଚିଲେ ଇତିହାସ

ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର...

Advertisement
Archives

Model This Week