୨୩ ବର୍ଷ ହେଲା ଦୀପତଳ ଅନ୍ଧାର

ଖମାର/କଣିହାଁ/ଅନୁଗୋଳ, ୨୬।୬(ରଜନୀକାନ୍ତ ମହାରଣା/ସଚ୍ଚିଦାନନ୍ଦ ପ୍ରଧାନ/ଅମିତ ସାମଲ): ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛନ୍ତି। ୨୩ ବର୍ଷର ସ୍ଥାଣୁ ସରକାରରେ ଦୀପତଳ ଅନ୍ଧାର। ଶିଳ୍ପସମୃଦ୍ଧ ଅନୁଗୋଳ ଜିଲା ଅବହେଳିତ ବୋଲି ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳ ଜିଲା ଗସ୍ତର ଦ୍ୱିତୀୟ ଦିନରେ ରବିବାର ପାଲଲହଡ଼ା ବ୍ଲକ ଖମାର କଲେଜ ପଡ଼ିଆରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର କୃଷି, ଜଳସେଚନ, ଅପହଞ୍ଚ ବିଦ୍ୟୁତ୍‌ ଆଦି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଲେ,କଣିହାଁ ହେଉଛି କୃଷି ଆଧାରିତ ଅର୍ଥନୀତି ଅଞ୍ଚଳ। ରେଙ୍ଗାଳି ଡ୍ୟାମ୍‌, ସମଲ ବ୍ୟାରେଜ୍‌, ରେଙ୍ଗାଳି ଲେଫ୍ଟ କେନାଲ, ରେଙ୍ଗାଳି ରାଇଟ କେନାଲ, ପ୍ରସ୍ତାବିତ ଦୁର୍ଗାପୁର କେନାଲ ଏଠାରେ ଅଛି। ମାତ୍ର ଦୀର୍ଘ ୨୩ ବର୍ଷର ଅପାରଗ ଶାସନ କାରଣରୁ ଇଞ୍ଚେ ଜମିରେ ଜଳସେଚନ ବ୍ୟବସ୍ଥା ହୋଇପାରିନାହିଁ। ସମାକୋଇ ଜଳସେଚନ ପ୍ରକଳ୍ପ ଆକାଶ କଇଁଆ ଚିଲିକା ମାଛ ଭଳି ହୋଇଛି। ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର ଥିବା ସତ୍ତ୍ୱେ ଏଠାରେ ବିଜୁଳି ଶକ୍ତି ସଙ୍କଟ ରହିଛି। ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତୃତୀୟ ମହଲାର କେତେଜଣ ମୁଖ୍ୟମନ୍ତ୍ରୀଙ୍କ ନଁା ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି। ପ୍ରଶ୍ନ କଲେ ଦିନରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି ବୋଲି ସେ କହିଛନ୍ତି।
ଭାଜପା ସରକାର ସମୟରେ ଅନୁଗୋଳ ଜିଲା ଓଡ଼ିଶା ରାଜକୋଷକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି। ଏହାସତ୍ତ୍ୱେ ଅଞ୍ଚଳର ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଅନୁଗୋଳ ବିଶେଷ ଲାଭବାନ ହୋଇଛି। ଖଣିନୀତି ସଂସ୍କାରରୁ ଓଡ଼ିଶାକୁ ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ରାଜସ୍ବ ମିଳିଛି, ଯାହା ପୂର୍ବ ସରକାର ଅମଳରେ ମାତ୍ର ୫ ହଜାର କୋଟି ଥିଲା। ଓଡ଼ିଶାରେ ୨୦୨୩ ଜାନୁୟାରୀ ସୁଦ୍ଧା ଡିଏମ୍‌ଏଫ୍‌ ବାବଦରେ ୨୧ ହଜାର ୩୭୪ କୋଟି ଟଙ୍କା ଆଦାୟ ହୋଇଛି। କେନ୍ଦ୍ର ସରକାର ଉକ୍ତ ପାଣ୍ଠି ବିନିଯୋଗରେ ଖଣି ପ୍ରଭାବିତ ଅଞ୍ଚଳରେ ଜନକଲ୍ୟାଣକାରୀ କାର୍ଯ୍ୟ କରୁଛନ୍ତି। ଅନୁଗୋଳ-ସୁକିନ୍ଦା ରେଳଲାଇନ ସହ ରେଳ ଭିତ୍ତିଭୂମିକୁ ମଜଭୁତ୍‌ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କଣିହାଁସ୍ଥିତ ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କଂସମୁଣ୍ଡାସ୍ଥିତ ରାଧାକୃଷ୍ଣ ମନ୍ଦିର, ବଡ଼ଗୁଣ୍ଡୁରୀସ୍ଥିତ ମାଉସୀ ମା’ ମନ୍ଦିରରେ ଦିଅଁ ଦର୍ଶନ ସହ ପଦଯାତ୍ରାରେ ଯୋଗଦେଇଥିଲେ। ଏଥିସହ ନାଲ୍‌କୋନଗରରେ ସମ୍ବିଧାନ ପ୍ରଣେତା ଡ. ଭୀମାରାଓ ଆମ୍ବଡକରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନେତା କର୍ମୀ ଏଥିରେ ସାମିଲ ହୋଇଥିଲେ। ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଲିଙ୍ଗରାଜ ଦାସ, ଚନ୍ଦନ ସ୍ବରାଜ, ନୃସିଂହ ବରାଳ, ସୁଦୀପ ଗଡ଼ନାୟକ, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, ପ୍ରଶାନ୍ତ ନନ୍ଦ, ଦେବେନ୍ଦ୍ର ବାରିକ, ଲୋକନାଥ ସାହୁ, ଅଳକା ସାହୁ, ସରପଞ୍ଚ ରଞ୍ଜିତା ବେହେରା, ସସ୍ମିତା ଦଳେଇ, ଶ୍ରମିକ ନେତା ବିରଞ୍ଚତ୍ ସାହୁ, ସୁଶାନ୍ତ ସାମଲ, ସୁଲେନ୍‌ ଧର, ବିଏମ୍‌ଏସ ନେତା ରମେଶ ସାମଲ, ଜଗନ୍ନାଥ ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?