Posted inଜାତୀୟ

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଠିକ୍‌ ହୋଇଥାନ୍ତା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯।୯: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ବୀକାର କରିଥିଲେ ଭଲ ହୋଇଥାନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର ସୂଚନା ଦେଇଛନ୍ତି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୯୦ ହଜାରରୁ ଅଧିକ ରହୁଛି। ସେହିପରି ଦିଲ୍ଲୀରେ ମଧ୍ୟ ପ୍ରତିଦିନ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଏଭଳି ସ୍ଥଳେ ଗୋଷ୍ଠୀ ସଂକ୍ରମଣକୁ ସରକାର ମାନି ନେଇଥିଲେ ଭଲ ହୋଇଥାନ୍ତା। ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସମ୍ପର୍କରେ ଆଇସିଏମ୍‌ଆର୍‌ କିମ୍ବା କେନ୍ଦ୍ର ସରକାର ସୂଚନା ଦେଇ ପାରିବେ। ଦିଲ୍ଲୀରେ ପ୍ରତି ୪୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେବାରେ ଲାଗିଛି। ଗତ ୫ ଦିନରେ ଆଇସିୟୁ ଏବଂ ହସ୍ପିଟାଲରେ ୫୦୦ ଶଯ୍ୟା ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ଟପିଛି। ୧୮ ସେପ୍ଟେମ୍ବରେ ଏଠାରେ ଗୋଟିଏ ଦିନରେ ୪ ହଜାର ୧୨୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪ ହଜାର ୯ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସତ୍ୟେନ୍ଦ୍ର ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri