ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ମନୁଷ୍ୟ ତାର ଜୀବନରେ ବାସ୍ତବ ସୁଖକୁ ଖୋଜିବୁଲେ। ହେଲେ ଏହା ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟରେ ନ ଥାଏ। କୁହାଯାଏ ଖାଲି ଧନସମ୍ପତ୍ତିରୁ ସୁଖ ମିଳିପାରିବ ନାହିଁ। ସୁଖଶାନ୍ତି ବ୍ୟକ୍ତିର ମନ ଏବଂ ମସ୍କିଷ୍କ ଉପରେ ନିର୍ଭର କରେ। ଯଦି ମନ ଶାନ୍ତ ନ ଥାଏ ଏବଂ ମୁଣ୍ଡରେ ନାନାଦି ବିଷୟ ଚାଲିିଥାଏ ତେବେ ବ୍ୟକ୍ତି ନିଜ ପ୍ରତିଭାକୁ ନଷ୍ଟ କରିଦେଇଥାଏ। ଜୀବନରେ ଶାନ୍ତି ନ ଥିବାରୁ ବ୍ୟକ୍ତି ସଠିକ୍‌ ନିଷ୍ପତ୍ତି ନେଇପାରି ନ ଥାଏ। ଯଦି ଏଭଳି ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ନିମ୍ନୋକ୍ତ ଜିନିଷଗୁଡ଼ିକ ପ୍ରତି ସର୍ବଦା ଯତ୍ନବାନ ହେବା ଉଚିତ।

*ମନକୁ ନିୟନ୍ତ୍ରଣରେ ରଖନ୍ତୁ:
ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତିର ମନ ଅସ୍ଥିର, ସେ ସର୍ବଦା ଅସୁବିଧାରେ ପଡ଼ନ୍ତି। ଏଣୁ ମନକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଭଳି କରି ନ ପାରିଲେ ସୁଖ ଓ ଶାନ୍ତିକୁ ଏଣେତେଣେ ଖୋଜିବାକୁ ପଡ଼ିବ। କାରଣ ମନ ବିଚଳିତ ହେଲେ ବ୍ୟକ୍ତି ପ୍ରକୃତ ସୁଖରୁ ବଞ୍ଚିତ ହେବ। ମନକୁ ବଶୀଭୂତ କରିପାରିଥିବା ବ୍ୟକ୍ତି ହିଁ ଜୀବନରେ ସଫଳତା ଏବଂ ସୁଖଶାନ୍ତି ପାଇଥାଏ।

*ସାମାଜିକ କାର୍ଯ୍ୟରେ ଆଗ୍ରହ ରଖିବା ଉଚିତ:
ଚାଣକ୍ୟଙ୍କ ଅନୁଯାୟୀ, ଅନ୍ୟର ସେବା କରିବା ଦ୍ୱାରା ପ୍ରକୃତ ସୁଖ ମିଳିଥାଏ। ଅନ୍ୟମାନଙ୍କ ହିତ ବିଷୟରେ ଭାବିବା ମନୁଷ୍ୟର ଧର୍ମ ମଧ୍ୟ। ଏପରି କରିବାକୁ ସକ୍ଷମ ବ୍ୟକ୍ତିମାନେ ସବୁବେଳେ ସମାଜର ସେବା ଏବଂ ଜନସାଧାରଣଙ୍କ ସ୍ବାର୍ଥ ନିହିତ କାର୍ଯ୍ୟରେ ସକ୍ରିୟ ରହିବା ଉଚିତ।
ଚାଣକ୍ୟଙ୍କ ମତରେ ମାନବ ସେବାରେ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ଉପରେ ସର୍ବଦା ଲକ୍ଷ୍ମୀ ଓ ସରସ୍ବତୀଙ୍କ ଆଶୀର୍ବାଦ ରହିଥାଏ। ଜନକଲ୍ୟାଣ ଭାବନା ରହିଲେ ଜଣେ ବ୍ୟକ୍ତି ସମ୍ବେଦନଶୀଳ ଓ ସଚେତନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri