ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର (ସିଆଇଏଫ୍‌ଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ସହଯୋଗ ଓ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଗୁରୁବାର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସିଆଇଏଫ୍‌ଏର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ବାଇଁ ଏହି ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ପାଇଁ ନିଶ୍ଚିତ ରୂପେ ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଏଫ୍‌ଏମ୍‌ୟୁର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଖୁସି ବ୍ୟକ୍ତ କରି ଏହି ବୁଝାମଣା ଯୋଗୁ ବିଶ୍ୱବିଦ୍ୟାଳୟ ତରଫରୁ ହାତକୁ ନିଆଯାଇଥିବା ଧାନ-ପାନ-ମୀନ ପ୍ରକଳ୍ପର ସମ୍ପୂର୍ଣ୍ଣ ରୂପାୟନରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।
ବିଶ୍ୱବିଦ୍ୟାଳୟ ବିଏସ୍‌ବିଟି ବିଭାଗର ମୁଖ୍ୟ ଡ. ଭାସ୍କର ବେହେରା ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୁଝାମଣାପତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହାକୁ ଏକ ଐତିହାସିକ ଘଟଣା ବୋଲି ମତପ୍ରକାଶ କରି ଏହା ଛାତ୍ରୀଛାତ୍ରମାନଙ୍କ ଶୈକ୍ଷିକ ବିକାଶ ପାଇଁ ବିଶେଷ ଭାବେ ଲାଭଦାୟକ ହେବ ବୋଲି କହିଥିଲେ। କୁଳସଚିବ କୁକୁମିନା ଦାସ ଏହାକୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହା ଏକ ଉନ୍ନତ ଶିକ୍ଷା ଓ ଗବେଷଣା ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ଡ. ଭାରତ ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri