ଆଗକୁ ହେବ ଇ-କ୍ୟାବିନେଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ କ୍ୟାବିନେଟ ‘ଇ-କ୍ୟାବିନେଟ’ ହେବା ସହିତ ଏହା କାଗଜରହିତ ହେବ। ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଖୁବ୍‌ଶୀଘ୍ର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ଏବଂ ଏନ୍‌ଆଇସି ମଧ୍ୟରେ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଥରେ ଅନ୍‌ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ପୂର୍ଣ୍ଣ କ୍ୟାବିନେଟ ଏବଂ ମନ୍ତ୍ରିମଣ୍ଡଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ୱେବ୍‌ ପ୍ଲାଟଫର୍ମରେ ଅପ୍‌ଲୋଡ କରାଯିବ। ଏ ସଂକ୍ରାନ୍ତୀୟ ଫାଇଲ କାର୍ଯ୍ୟ ଏକପ୍ରକାର ସମାପ୍ତ ହୋଇଯିବ।

କ୍ୟାବିନେଟ ବୈଠକ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଏକାଧିକ ବାର୍ତ୍ତାଳାପ ଓ ଫାଇଲ ନେଣଦେଣ ହୋଇଥାଏ। ପ୍ରତ୍ୟେକ ବୈଠକ ପାଇଁ ବ୍ୟାପକ କାଗଜ, ଇନ୍ଧନ, ମାନବ ସମ୍ବଳ ସହିତ ସମୟ ଖର୍ଚ୍ଚ ହୋଇଥାଏ। ଇ-କ୍ୟାବିନେଟ ବ୍ୟବସ୍ଥାରେ କ୍ୟାବିନେଟ ନିଷ୍ପତ୍ତିର ସମସ୍ତ ସୂଚନା ଡାଟାବେସ୍‌ରେ ରହିବ। ତେବେ କ୍ୟାବିନେଟ ସଂକ୍ରାନ୍ତୀୟ କେତେକ ଗୁପ୍ତ ତଥ୍ୟ ବ୍ୟତୀତ ଅନ୍ୟଗୁଡ଼ିକ ଓ୍ବେବ୍‌ସାଇଟରେ ସହଜରେ ମିଳିପାରିବ। ଫାଇଲଗୁଡ଼ିକ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ପରିଚାଳିତ ହେବ। ଫଳରେ କୌଣସି ଗୁପ୍ତ ତଥ୍ୟ ପ୍ରଘଟ ହେବାର ଆଶଙ୍କା କମ୍‌ ବୋଲି ଅଧିକାରୀମାନେ ମତ ଦେଉଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଏଥିସହିତ ସଂଶ୍ଳିଷ୍ଟ ବରିଷ୍ଠ ଅଧିକାରୀମାନେ ହିଁ କେବଳ ଏହି ଫାଇଲକୁ ଦେଖିପାରିବେ। ଭବିଷ୍ୟତରେ ସମସ୍ତ ସୂଚନା ଏସ୍‌ଏମ୍‌ଏସ୍‌, ଇ-ମେଲ୍‌ ଏବଂ ପୋର୍ଟାଲ ଜରିଆରେ ଯେକୌଣସି ସମୟରେ ଉପଲବ୍ଧ ହୋଇପାରିବ।

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସଫଳତାର ସହ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଇ-ବିଧାନ ବା କାଗଜରହିତ ବିଧାନସଭା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଧାନସଭାର ପ୍ରଶ୍ନ ଏବଂ ଉତ୍ତର ନ୍ୟାଶନାଲ ଇ-ବିଧାନ ଆପ୍ଲିକେଶନ ବା ନେଭା ପୋର୍ଟାଲ ଏବଂ ମୋବାଇଲ ଫର୍ମାଟରେ ଉପଲବ୍ଧ ହେଉଛି। ବିଧାନସଭାର ସମସ୍ତ କାର୍ଯ୍ୟ ଏବେ ମୋବାଇଲ ଆପ୍ଲିକେଶନରେ ଉପଲବ୍ଧ। ଏପରି କି ଡିଜିଟାଲ ବ୍ୟବସ୍ଥାରେ ବଜେଟ ଉପସ୍ଥାପନ ହେବା ସହିତ ସମସ୍ତ ସଦସ୍ୟଙ୍କୁ ଏହା ନେଭା ଜରିଆରେ ଯୋଗାଇ ଦିଆଯାଉଛି ା ସାଧାରଣ ଲୋକେ ବି ସହଜରେ ଏହାକୁ ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?