ଆଗକୁ ହେବ ଇ-କ୍ୟାବିନେଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ କ୍ୟାବିନେଟ ‘ଇ-କ୍ୟାବିନେଟ’ ହେବା ସହିତ ଏହା କାଗଜରହିତ ହେବ। ରାଜ୍ୟ ସରକାର ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଖୁବ୍‌ଶୀଘ୍ର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ଏବଂ ଏନ୍‌ଆଇସି ମଧ୍ୟରେ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଥରେ ଅନ୍‌ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ପୂର୍ଣ୍ଣ କ୍ୟାବିନେଟ ଏବଂ ମନ୍ତ୍ରିମଣ୍ଡଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ୱେବ୍‌ ପ୍ଲାଟଫର୍ମରେ ଅପ୍‌ଲୋଡ କରାଯିବ। ଏ ସଂକ୍ରାନ୍ତୀୟ ଫାଇଲ କାର୍ଯ୍ୟ ଏକପ୍ରକାର ସମାପ୍ତ ହୋଇଯିବ।

କ୍ୟାବିନେଟ ବୈଠକ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଏକାଧିକ ବାର୍ତ୍ତାଳାପ ଓ ଫାଇଲ ନେଣଦେଣ ହୋଇଥାଏ। ପ୍ରତ୍ୟେକ ବୈଠକ ପାଇଁ ବ୍ୟାପକ କାଗଜ, ଇନ୍ଧନ, ମାନବ ସମ୍ବଳ ସହିତ ସମୟ ଖର୍ଚ୍ଚ ହୋଇଥାଏ। ଇ-କ୍ୟାବିନେଟ ବ୍ୟବସ୍ଥାରେ କ୍ୟାବିନେଟ ନିଷ୍ପତ୍ତିର ସମସ୍ତ ସୂଚନା ଡାଟାବେସ୍‌ରେ ରହିବ। ତେବେ କ୍ୟାବିନେଟ ସଂକ୍ରାନ୍ତୀୟ କେତେକ ଗୁପ୍ତ ତଥ୍ୟ ବ୍ୟତୀତ ଅନ୍ୟଗୁଡ଼ିକ ଓ୍ବେବ୍‌ସାଇଟରେ ସହଜରେ ମିଳିପାରିବ। ଫାଇଲଗୁଡ଼ିକ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ପରିଚାଳିତ ହେବ। ଫଳରେ କୌଣସି ଗୁପ୍ତ ତଥ୍ୟ ପ୍ରଘଟ ହେବାର ଆଶଙ୍କା କମ୍‌ ବୋଲି ଅଧିକାରୀମାନେ ମତ ଦେଉଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଏଥିସହିତ ସଂଶ୍ଳିଷ୍ଟ ବରିଷ୍ଠ ଅଧିକାରୀମାନେ ହିଁ କେବଳ ଏହି ଫାଇଲକୁ ଦେଖିପାରିବେ। ଭବିଷ୍ୟତରେ ସମସ୍ତ ସୂଚନା ଏସ୍‌ଏମ୍‌ଏସ୍‌, ଇ-ମେଲ୍‌ ଏବଂ ପୋର୍ଟାଲ ଜରିଆରେ ଯେକୌଣସି ସମୟରେ ଉପଲବ୍ଧ ହୋଇପାରିବ।

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସଫଳତାର ସହ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଇ-ବିଧାନ ବା କାଗଜରହିତ ବିଧାନସଭା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଧାନସଭାର ପ୍ରଶ୍ନ ଏବଂ ଉତ୍ତର ନ୍ୟାଶନାଲ ଇ-ବିଧାନ ଆପ୍ଲିକେଶନ ବା ନେଭା ପୋର୍ଟାଲ ଏବଂ ମୋବାଇଲ ଫର୍ମାଟରେ ଉପଲବ୍ଧ ହେଉଛି। ବିଧାନସଭାର ସମସ୍ତ କାର୍ଯ୍ୟ ଏବେ ମୋବାଇଲ ଆପ୍ଲିକେଶନରେ ଉପଲବ୍ଧ। ଏପରି କି ଡିଜିଟାଲ ବ୍ୟବସ୍ଥାରେ ବଜେଟ ଉପସ୍ଥାପନ ହେବା ସହିତ ସମସ୍ତ ସଦସ୍ୟଙ୍କୁ ଏହା ନେଭା ଜରିଆରେ ଯୋଗାଇ ଦିଆଯାଉଛି ା ସାଧାରଣ ଲୋକେ ବି ସହଜରେ ଏହାକୁ ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri