ଆୟ ଓ ସମ୍ପତ୍ତି ଅସମାନତା

କିଛି ମାସ ହେଲା ଭାରତରେ ଆୟ ଏବଂ ସମ୍ପତ୍ତିରେ ବୃଦ୍ଧି ପାଉଥିବା ଅସମାନତାକୁ ନେଇ ବହୁ ରିପୋର୍ଟ ସତର୍କ କରିିଛନ୍ତି। ଦର୍ଶାଯାଇଥିବା ପରିସଂଖ୍ୟାନ ସବୁ ଭୁଲ୍‌ ନୁହେଁ, କିନ୍ତୁ ସେଗୁଡ଼ିକ ଅସମ୍ପୂର୍ଣ୍ଣ। ରିପୋର୍ଟଗୁଡ଼ିକ ସମ୍ବେଦନାମତ୍କ ନୂଆ ଖବର ପ୍ରସ୍ତୁତ କରିଛନ୍ତି ସତ, ହେଲେ ସେଗୁଡ଼ିକ ଭ୍ରମାମତ୍କ। ଉଦାହରଣ ସ୍ବରୂପ, ନିକଟରେ ଅକ୍ସଫାମ୍‌ର ଆର୍ଟିକିଲ ଆଧାରିତ ‘ଇନିକ୍ୱାଲିଟି କିଲ୍ସ’ ରିପୋର୍ଟ ଉଲ୍ଲେଖ କରିଛି ଯେ, ସାରା ବିଶ୍ୱରେ ଭାରତରେ ତୃତୀୟ ସର୍ବାଧିକ ବିଲିୟନେୟାର ବା ଅତି ଧନୀ ବିଶେଷ ରହିଛନ୍ତି। ଏହା ସୂଚାଇଦେଇଛି ଯେ, ଭାରତରେ ୧୪୨ ବିଲିୟନେୟାର ଅଛନ୍ତି, କିନ୍ତୁ ଭାରତର ଲୋକସଂଖ୍ୟା ୧.୪ ବିଲିୟନ (୧୪୦ କୋଟି) ବୋଲି କହିବାକୁ ଭୁଲିଯାଇଛି। ଭାରତରେ ୧୦ ମିଲିୟନ ବା ୧ କୋଟି ଜନସଂଖ୍ୟାରେ ଜଣେ ବିଲିୟନେୟାର (ବିଲିୟନେୟାର ଡେନ୍‌ସିଟି) ଥିବା ବେଳେ ରୁଷିଆରେ ୮, ବ୍ରାଜିଲରେ ୩ , ଚାଇନାରେ ୪ରୁ ଅଧିକ ଏବଂ ଆମେରିକାରେ ୨୨ ଜଣ ବିଲିୟନେୟାର ଅଛନ୍ତି। ସେହିଭଳି ଭାରତର ବିଲିୟନେୟାରଙ୍କ ସଂଖ୍ୟା ଫ୍ରାନ୍ସ, ସୁଇଡେନ ଏବଂ ସୁଇଜରଲାଣ୍ଡର ମୋଟ ବିଲିୟନେୟାରଙ୍କଠାରୁ ଅଧିକ। କିନ୍ତୁ ବିଲିୟନେୟାର ଡେନସିଟିକୁ ଦେଖିଲେ ଏହି ତିନି ଦେଶରେ ଭାରତଠାରୁ ୧୮ଗୁଣ ଅଧିକ ବିଲିୟନେୟାର ରହିଛନ୍ତି। ଗରିବ ଦେଶମାନଙ୍କଠାରୁ ଧନୀଦେଶଗୁଡ଼ିକରେ ସେମାନଙ୍କ ଜନସଂଖ୍ୟା ତୁଳନାରେ ଅଧିକ ବିଲିୟନେୟାର ତ ରହିବା ସ୍ବାଭାବିକ ଓ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହଁି। ଠିକ୍‌ ଭାବେ ତୁଳନା କରିବାକୁ ହେଲେ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକର ବିଲିୟନେୟାର ଡେନ୍‌ସିଟିକୁ ବିଚାରକୁ ନେବା । ତୁଳନାମତ୍କ ଭାବେ ବିଶ୍ୱର ଶୀର୍ଷ ୨୦ ମଧ୍ୟମ ଆୟ ବର୍ଗର ଦେଶ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ତଳେ ଅଛି। ବ୍ରାଜିଲ, ମାଲେସିଆ ଏବଂ ଥାଇଲାଣ୍ଡ୍‌ରେ ସେମାନଙ୍କ ଜନସଂଖ୍ୟା ତୁଳନାରେ ବହୁ ସଂଖ୍ୟକ ବିଲିୟନେୟାର ରହିଛନ୍ତି।
କେବଳ ଅକ୍ସଫାମ୍‌ ଭାରତର ସମ୍ପତ୍ତି ଅସମାନତାକୁ ସୂଚାଇ ନାହିଁ। ଗତ ବର୍ଷ ଡିସେମ୍ବରରେ ପ୍ୟାରିସ ସ୍କୁଲ ଅଫ୍‌ ଇକୋନୋମିକ୍ସର ଓ୍ବାଲର୍‌ଡ ଇନିକ୍ୱାଲିଟି ଲାବ୍‌ର ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ପ୍ରକାଶ ପାଇଥିଲା। ଏହା ବିଶ୍ୱର ସବୁଠୁ ଅସମାନ ଦେଶଗୁଡ଼ିକର ତାଲିକାରେ ଭାରତକୁ ସାମିଲ କରିଥିଲା। ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କ ସହଯୋଗରେ ଏହି ଗବେଷଣାମତ୍କ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହା ସମ୍ବେଦନାମତ୍କ ଶୀର୍ଷକକୁ ସ୍ଥାନ ଦେଇଥିଲା। ତାହା ଥିଲା ଏହିଭଳି – ‘ଗରିବ ଦେଶରେ ଆଭିଜାତ୍ୟ ବର୍ଗ, ଭାରତର ପରିବର୍ତ୍ତନ ବା ପ୍ରଗତି ହେଉନାହଁି’। ଏହାଠାରୁୁ ଆହୁରି ଖରାପ ଶୀର୍ଷକ- ‘ହିନ୍ଦୁ ଜାତୀୟତାବାଦ କିଭଳି ଭାରତକୁ ଅସମାନତା ମଧ୍ୟକୁ ଠେଲିଦେବାକୁ ସକ୍ଷମ ହୋଇଛି’ ପ୍ରକାଶ କରିଥିଲା। ବାସ୍ତବରେ ଏହା ସମ୍ପୂର୍ଣ୍ଣ ବିଷୟକୁ ଏକ ଘରୋଇ ରାଜନୈତିକ ଘଟଣା ଭାବେ ପରିବର୍ତ୍ତନ କରିଦେଇଥିଲା। ନିଶ୍ଚିତ ହେବାକୁ ପଡ଼ିବ ଯେ,ଦୁଇ ତିନ ବର୍ଷ ହେଲା ଭାରତରେ ଉଭୟ ଆୟ ଏବଂ ସମ୍ପତ୍ତି ଅସମାନତା ବୃଦ୍ଧି ପାଇଛି। ବିଶ୍ୱ ଅସମାନତା ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ ଆୟର ୫୭.୧% ହେଉଛି ୧୦% ଅତିଧନୀ ଭାରତୀୟଙ୍କର ଓ ଏହି ତୁଳନାରେ ଦେଶର ଜନସଂଖ୍ୟାର ଅଧା ଅତିଗରିବଙ୍କ ଭାଗ ରହିଛି ୧୩.୨%। ସମ୍ପତ୍ତି ଅସମାନତା ମଧ୍ୟ ଅଧିକ ସ୍ପଷ୍ଟ ହୋଇଛି। ଜନସଂଖ୍ୟାର ଅଧା ଅତିଗରିବଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ମାତ୍ର ୫.୯% ରହିଥିବାବେଳେ ୧୦% ଧନୀଙ୍କ ନିୟନ୍ତ୍ରଣରେ ରହିଛି ୬୪,୭%।
ଭାରତର ଜନସଂଖ୍ୟାର ଅର୍ଦ୍ଧେକ ଅତିଗରିବଙ୍କ ନିକଟରେ ଯଦିଓ ଦେଶର ମୋଟ ସମ୍ପତ୍ତିର କମ୍‌ ପ୍ର୍ରତିଶତ ରହିଛି, ତଥାପି ଅଧିକାଂଶ ଦେଶରେ ଏମାନଙ୍କ ସମକକ୍ଷଙ୍କ ତୁଳନାରେ ଏମାନେ ଧନୀ। ୫୦% ଅତିଗରିବଙ୍କ ଆୟ ଦୃଷ୍ଟିକୋଣରୁ ବିଶ୍ୱର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥାଗୁଡ଼ିକର ତାଲିକାରେ ଭାରତର ସ୍ଥାନ ୬୭ ରହିଥିବାବେଳେ, ୫୦% ଅତିଗରିବଙ୍କ ପାଖରେ ଥିବା ସମ୍ପତ୍ତିର ହାରକୁ ଦେଖିଲେ ଏହାର ସ୍ଥାନ ୧୭ରେ ରହିଛି। ପ୍ରତ୍ୟେକ କ୍ଷେତ୍ରରେ, ଶୀର୍ଷ ୧୦% ଏବଂ ନିମ୍ନରେ ଥିବା ୫୦%ର ତୁଳନାମତ୍କ ପରିସଂଖ୍ୟାନକୁ ବୁଝିବା ସହଜ ହେଉଥିଲେ ବି ଏହା ଅସମାନତାର ଏକମାତ୍ର ପରିମାପକ ନୁହେଁ। ବିଶ୍ୱ ଅସମାନତା ରିପୋର୍ଟର ଗଣନାରୁ ଜଣାପଡ଼ିଛି ଯେ, ଭାରତର ଗିନି କୋଏଫିସିଏଣ୍ଟ (ଆୟ ଅସମାନତା ଯାଞ୍ଚ କରିବାରେ ଏକ ପରିସଂଖ୍ୟାନାମତ୍କ ମାପାଙ୍କ)କୁ ଏକ ସୂଚକାଙ୍କ ଭାବେ ବ୍ୟାପକ ବ୍ୟବହାର କରାଯାଇଛି। ଏଥିରେ ବିଶ୍ୱର ସର୍ବବୃହତ୍‌ ୧୦୦ ଅର୍ଥ ବ୍ୟବସ୍ଥା ତୁଳନାରେ ଭାରତ ସମ୍ପତ୍ତି ଅସମାନତାର ମଝିରେ ଏବଂ ଆୟ ଅସମାନତା କ୍ଷେତ୍ରରେ ଶୀର୍ଷ ୨୦ ଦେଶ ମଧ୍ୟରେ ରହିଛି। ସବୁ ଦିଗରୁ ବିଚାର କଲେ ଜଣାଯାଏ,ଭାରତ ସମ୍ପୂର୍ଣ୍ଣ ସମତାବାଦ ଆଦର୍ଶର ଦେଶ ନୁହେଁ କି ଏହା ବିଶ୍ୱର ସବୁଠୁ ଅସମାନ ଦେଶ ମଧ୍ୟ ନୁହେଁ।
ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଭାରତ ଦାରିଦ୍ର୍ୟ ହ୍ରାସ ପାଇଁ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଜାରି ରଖିବ ନା ନାହଁି; ଆର୍ଥିକ ଅଭିବୃଦ୍ଧି ଯଦି ଅସମାନତା ବୃଦ୍ଧି କରେ, ତେବେ ଏହା ଅବ୍ୟାହତ ରହିବ କି ନାହଁି। ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟ ୨୦୨୧ ଅନୁଯାୟୀ ଏହା ଉତ୍ତର ହେଉଛି ହଁ। ଏହା ଆଶ୍ଚର୍ଯ୍ୟଜନକ ଓ ଅପରିପକ୍ୱ ଉତ୍ତର। ସରକାର ଦାବି କରୁଛନ୍ତି ଯେ, ଏକ ସୁସ୍ଥ ଓ ଉତ୍ତମ ଅର୍ଥ ବ୍ୟବସ୍ଥାରୁ ସମସ୍ତେ ଲାଭପାଇବେ । ତେବେ ଦେଶରେ ଘଟୁଥିବା ଘଟଣାଗୁଡ଼ିକ ଏହି ସିଦ୍ଧାନ୍ତକୁ ସମର୍ଥନ କରୁଥିବା ମନେ ହେଉଛି। ୨୦୦୬ରୁ ୨୦୧୬ ଯାଏ ଭାରତର ଅର୍ଥ ବ୍ୟବସ୍ଥାର ବାର୍ଷିକ ହାରାହାରି ଅଭିବୃଦ୍ଧି ୭.୬% ଥିଲା। ଦେଶ ଇତିହାସରେ ଏହା ଏକ ସବୁଠୁ ଶୀଘ୍ର ଦଶ ବର୍ର୍ଷିଆ ଅଭିବୃଦ୍ଧି ଥିଲା। କିନ୍ତୁ ସେହି ଅଭିବୃଦ୍ଧି ସହିତ ଅସମାନତା ମଧ୍ୟ ବଢିଥିଲା। ୧୦% ଧନୀଙ୍କ ପାଖକୁ ଯାଉଥିବା ଆୟର ଭାଗ ସେତେବେଳେ ୪୭.୮%ରୁ ୫୭.୧%କୁ ବୃଦ୍ଧି ପାଇଥିଲାବେଳେ ଅଧା ଗରିବଙ୍କ ଭାଗ ୧୬.୧%ରୁ ୧୩.୧%କୁ ହ୍ରାସ ପାଇଥିଲା। କିନ୍ତୁ ସେହି ସମୟରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନମାନର ଅଭାବରେ ବଞ୍ଚୁଥିବା ଲୋକମାନଙ୍କ ସଂଖ୍ୟା ୬୪.୨କୋଟିରୁ ୩୭ କୋଟିକୁ କମିଥିଲା।
ଏହିସବୁ ଲାଭକୁ କୋଭିଡ୍‌-୧୯ ମହାମାରୀ ଓଲଟପାଲଟ କରିଦେଲା। ତଥାପି ନ୍ୟାଶନାଲ ବ୍ୟୁରୋ ଅଫ୍‌ ଇକୋନୋମିକ୍ସ ରିସର୍ଚ୍ଚ ଦ୍ୱାରା ନିକଟରେ ପ୍ରକାଶିତ ରିର୍ପୋଟରୁ ଜଣାପଡ଼ିଛି ଯେ, ଭାରତରେ ଆୟ ଅସମାନତା ହ୍ରାସ ପାଇଛି। ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହେବା ଫଳରେ ବ୍ୟବସାୟ ସାଂଘାତିକ ଭାବେ ପ୍ରଭାବିତ ହେବା ଯୋଗୁ ଧନୀ ଭାରତୀୟମାନଙ୍କ ଆୟ ଗରିବଙ୍କ ତୁଳନାରେ ଅତ୍ୟଧିକ ହ୍ରାସ ପାଇଲା। ଧନିକମାନଙ୍କ ପାଖରେ ଥିବା ସେବା କ୍ଷେତ୍ରଗୁଡ଼ିକରେ ଚାକିରି ଚାହିଦା ସମ୍ପୂର୍ଣ୍ଣ କମିଗଲା। ତେବେ ୨୦୨୧-୨୩ରେ ଭାରତର ଅର୍ଥ ବ୍ୟବସ୍ଥାରେ ୨୪% ଅଭିବୃଦ୍ଧି ଘଟିବ ବୋଲି ଅନ୍ତର୍ରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ କରିଛି। ୁ ଏହାଯୋଗୁ ଭାରତର ଉଭୟ ଗରିବୀ ଓ ଅସମାନତା ହ୍ରାସ ପାଇବ ବୋଲି ଜଣେ ଆଶା କରିବା ସ୍ବାଭାବିକ।
ଆର୍ଥିକ ଅଭିବୃଦ୍ଧି, ଦାରିଦ୍ର୍ୟ ଏବଂ ଅସମାନତା ମଧ୍ୟରେ ଜଟିଳ ସମ୍ପର୍କ ରହିଛି। ଧନୀ ଦେଶଗୁଡ଼ିକରେ ଏହାକୁ ପ୍ରଭାବିତ କରୁଥିବା ଶକ୍ତିସବୁ ଭାରତରେ ପ୍ରଭାବ ପକାଇ ନ ପାରେ। ଅପେକ୍ଷାକୃତ କମ୍‌ ସମୟରେ ଆର୍ଥିକ ଅଭିବୃଦ୍ଧି ୨୫ କୋଟି ଭାରତୀୟଙ୍କୁ ଦାରିର୍ଦ୍ୟରୁ ମୁକ୍ତ କରିଛି। ପରିଣାମ ସ୍ବରୂପ,ଅସମାନତା ବି ବୃଦ୍ଧି ପାଇଛି; କିନ୍ତୁ ସେଭଳି ସ୍ତରକୁ ନୁହେଁ, ଯାହାକୁ ନେଇ ଲୋକେ ଚିନ୍ତିତ ବା ବିବ୍ରତ ହେବା ଉଚିତ।

– ଅମିତ ତ୍ୟାଗୀ
ଚିଫ୍‌ ରସ୍କ ଅଫିସର, ଜାଣ୍ଡ୍‌


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିର ଶ୍ୱେତପତ୍ର

ଡ. ବାଇଧର ସାହୁ ବ୍ରିଟିଶ ସରକାର ୧୭ା୩ା୧୯୩୩ରେ ଏକ ଶ୍ୱେତପତ୍ର ପ୍ରକାଶ କରିଥିଲେ। ସେଥିରେ ଉଲ୍ଲେଖ ଥିଲା ସମସ୍ତ ବ୍ରିଟିଶ ଶାସିତ ଭାରତ ସିନ୍ଧୁ ଓ...

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ବ୍ରିଟେନ ଅର୍ଥମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା (ବ୍ରେକ୍‌ଜିଟ୍‌) ପ୍ରସଙ୍ଗ ଅଦ୍ୟାବଧି ସେଠାରେ ସର୍ବାଧିକ ଚର୍ଚ୍ଚିତ ଘଟଣା ରହିଆସିଛି। ଏଭଳି ସ୍ଥଳେ...

ବେଡ଼ି ଉପରେ କୋରଡ଼ା ମାଡ଼

ଭାଲଚନ୍ଦ୍ର ଷଡ଼ଙ୍ଗୀ   ନିକଟରେ ରାଜ୍ୟ ସରକାର ତାଙ୍କ କ୍ୟାବିନେଟ୍‌ ବୈଠକରେ ରାଜ୍ୟର ଶିଳ୍ପନୀତିରେ କେତେକ ପରିବର୍ତ୍ତନ କରିବା ସହିତ ଶ୍ରମିକଙ୍କ ସୁରକ୍ଷା ଏବଂ ଅଧିକାର...

ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍‌

ଭାବଗ୍ରାହୀ ରାଉତ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି,...

ମାଛ ତ ଏତେ, ଶୁଖୁଆ କେତେ

ପୁଷ୍ପାରାଣୀ ମିଶ୍ର ସୃଷ୍ଟିର ଅୟମାରମ୍ଭରୁ ମାନବ ସମାଜଟିଏ ଗଢ଼ି ବଞ୍ଚିବା ଶିଖିଛି, ହିଂସ୍ରଜନ୍ତୁଙ୍କ ଭୟରେ ଗିରିକନ୍ଦରରେ ମଧ୍ୟ ଦଳଗତ ଜୀବନ ବିତାଇଛି। ତେଣୁ ଭଲ ଫଳ...

ଯିବେ ମହାକାଶ

ମହାକାଶରେ କୋଟିପତିଙ୍କର ରେସ୍‌ ବା ଦୌଡ଼ ଜୋର୍‌ସୋରରେ ଚାଲିଛି। ‘ଭର୍ଜିନ ଗାଲାକ୍‌ଟିକ’ର ସ୍ପେସ୍‌ ଫ୍ଲାଇଟ୍‌ରେ ରିଚାର୍ଡ ବ୍ରାନ୍‌ସନ ମହାକାଶକୁ ଯିବାର ଗୋଟିଏ ସପ୍ତାହ ନ ପୂରୁଣୁ...

ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଡ. ବାଇଧର ସାହୁ ପୃଥିବୀର ଲୋକମାନଙ୍କ ଭିତରେ ଆଜି ହତୋତ୍ସାହ ଦେଖାଦେଇଛି ତାହାର କାରଣ କୋଭିଡ୍‌-୧୯। ଜୀବନ ପ୍ରତି ପ୍ରତିକୂଳ ମନୋଭାବ ଆମକୁ ଗୋଡ଼ ଧରି...

Advertisement
Archives

Model This Week