୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ ୨୦୨୪ ନିର୍ବାଚନରେ ସ୍ଥିତି ବଦଳିଛି। ଏଥର ନିର୍ବାଚନ ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ମୋଟ ୯ ଜଣ ରହିଛନ୍ତି। ବିଜେଡିରୁ ୪ର୍ଥ ଥର ପାଇଁ ବିଧାୟକ ଡା. ନୃସିଂହ ଚରଣ ସାହୁ, ଭାଜପାରୁ ୪ର୍ଥ ଥର ପାଇଁ ବିଭୂତି ଭୂଷଣ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ପୂର୍ବଭଳି ପ୍ରାର୍ଥୀ ପରିବର୍ତ୍ତନ କରିଛି। କଂଗ୍ରେସ ଏଥର ଯୁବନେତା ରଣଜିତ କୁମାର ସାହୁଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସେହିପରି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ରୁ ଗଦାଧର ପ୍ରଧାନ, ସ୍ବାଧୀନ
ପ୍ରାର୍ଥୀ ଭାବେ ବିଜୟ କୁମାର ରାଉତରାୟ, ରଘୁ ସିଂହ, ପତିତପାବନ ମହାପାତ୍ର, ହିମାଂଶୁ ଭୂଷଣ ବାରିକ ଓ ଅଜୟ କୁମାର ବିଶ୍ୱାଳ ପ୍ରତିଦ୍ବନ୍ଦି୍ବତା କରୁଛନ୍ତି। ହେଲେ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି-ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଥିବା ଆଲୋଚନା ହେଉଛି।
୨୦୦୯ରେ ଗଠିତ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତ, କଙ୍କଡ଼ାହାଡ଼ ବ୍ଲକର ୨୧ ଓ କାମାକ୍ଷାନଗର ବ୍ଲକର ୬ ପଞ୍ଚାୟତ ରହିଛି। ଏଠାରେ ଶିକ୍ଷା, ଉଠା ଜଳସେଚନ ପ୍ରକଳ୍ପ, ଗମନାଗମନ, ପାନୀୟ ଜଳ ଓ ବେରୋଜଗାର ଠାରୁ ଆରମ୍ଭ କରି ଅନେକ ସମସ୍ୟା ଥିବାରୁ ତାହାକୁ ପ୍ରସଙ୍ଗ କରି ଏଥର ୩ ପ୍ରମୁଖ ଦଳ ଜୋର୍‌ଦାର ପ୍ରଚାର ଚଳାଇଛନ୍ତି। ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଡା. ସାହୁ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ ଡା. ସାହୁ ଓ ବିଭୂତିଙ୍କ ମଧ୍ୟରେ ହାର୍‌-ଜିତି ବ୍ୟବଧାନ ଥିଲା ମାତ୍ର ୭୪୦ ଭୋଟ। ତେଣୁ ଏଥର ଏହି ବିଜୟ ବ୍ୟବଧାନ ବଢ଼ାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ଦଳର ହେଭିଓ୍ବେଟ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ସଭାମାନ କରି ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେବାକୁ ନିବେଦନ କରିଥିବାବେଳେ ଭାଜପା ବିଜେଡିକୁ ରୋକିବାକୁ ଆବଶ୍ୟକ ପ୍ରସ୍ତୁତି ଚଳାଇଥିବା ଆଲୋଚନା ହେଉଛି। ଦଳର ଷ୍ଟାର ପ୍ରଚାରକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ମଙ୍ଗ ଧରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ଯୁବ ଚେହେରା ଭାବେ ଲଢ଼ୁଥିବା ରଣଜିତ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ଭାଜପାକୁ ପଛରେ ପକାଇବାକୁ ଉଦ୍ୟମ କରୁଛନ୍ତି। ଏଯାଏ କଂଗ୍ରେସର ହେଭିଓ୍ବେଟ୍‌ ପ୍ରଚାର ପର୍ବକୁ ଆସି ନ ଥିଲେ ମଧ୍ୟ ଆଗାମୀ ଦିନରେ ଆସିବାକୁ ଥିବା ଷ୍ଟାର ପ୍ରଚାରକଙ୍କୁ ନେଇ ଦଳ ଆଶାବାଦୀ ରହିଛି।
ଏ ସମ୍ପର୍କରେ ବିଜେଡି ପ୍ରାର୍ଥୀ ସାହୁ କହିଛନ୍ତି, ବିକାଶ ହିଁ ବିଜେଡିର ପରିଚୟ। ବିକାଶ ହୋଇଛି, ଆଗକୁ ଆହୁରି ହେବ। ଭାଜପା ପ୍ରାର୍ଥୀ ବିଭୂତି କହିଛନ୍ତି, ମୋଦିଙ୍କ ଗ୍ୟାରେଣ୍ଟି ଓ ଜନହିତକର ଯୋଜନାକୁ ନେଇ ଲୋକଙ୍କ ନିକଟକୁ ଯାଉଛୁ। କଂଗ୍ରେସ ପ୍ରାର୍ଥୀ ରଣଜିତ କହିଛନ୍ତି, ନିର୍ବାଚନମଣ୍ଡଳୀରେ ଥିବା ବେରୋଜଗାର, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କ ନିକଟତର ହେଉଛନ୍ତି। କଂଗ୍ରେସ ଅଧିକ ଭୋଟ ପାଇବା ଯୋଜନାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri