ଯୁବତୀଙ୍କ ମୃତ୍ୟୁ ମାମଲାର ଫର୍ଦ୍ଦାଫାସ: ଆତ୍ମହତ୍ୟା ନୁହେଁ ହୋଇଥିଲା ହତ୍ୟା ,ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଡବିଲ୨୪।୧୧ (ସ୍ବ.ପ୍ର.):କେନ୍ଦୁଝର ଜିଲା ବଡବିଲ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗତ ୧୯ ତାରିଖରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାକୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଅପମୃତ୍ୟୁ ମାମଲା ହତ୍ୟାକାଣ୍ଡକୁ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ଯୁବତୀ ଜଣକ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ପୋଲିସ ସଂପୃକ୍ତ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡବିଲ ଦାମୁହଟିଂ ଅଞ୍ଚଳର ଅରୁଣ କୁମାର ମହା।

ସୂଚନା ଅନୁଯାୟୀ, ସାବାହାଳ ଗ୍ରାମର ମନିଷା ମହା ନାମକ ଯୁବତୀଙ୍କର ଦାମୁହଟିଂ ଅଞ୍ଚଳର ଅରୁଣଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଗତ ୧୭ ତାରିଖ ସନ୍ଧ୍ୟାରେ ଅରୁଣ ବକେୟା ଟଙ୍କା ଫେରାଇବାକୁ ବଡବିଲ ବସଷ୍ଟାଣ୍ଡ ଡାକଛି ବୋଲି ଘରେ କହି ମନିଷା ଯାଇଥିଲାବେଳେ ଆଉ ଘରକୁ ଫେରି ନ ଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମନିଷାଙ୍କୁ ପାଇ ନ ଥିବାବେଳେ ପରଦିନ ହାୟାରପୁର ଗ୍ରାମ ରାସ୍ତାକଡରୁ ମନିଷାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୩୪/୨୦୨୨ରେ ରୁଜୁ କରି ତଦନ୍ତ ଜାରି ରଖିଥିଲା। ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍‌ ଯାଇ ପୋଲିସକୁ ତଦନ୍ତରେ ସାହାର୍ଯ୍ୟ କରିଥିଲାବେଳେ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। କେସ୍‌ର ମୋଡ ପରିବର୍ତ୍ତନ କରି ବଡବିଲ ଥାନା କେସ୍‌ ନଂ ୨୮୭/୨୦୨୨ ଦଫା ୩୦୨ ଆଇପିସିରେ ଏକ ମାମଲା ରୁଜୁ କରିଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ଅଭିଯୁକ୍ତ ଅରୁଣଙ୍କୁ ଆଣି ପୋଲିସ ପଚରାଉଚରା କରିଥିଲା। ଏହା ସୁପରିକଳ୍ପିତ ହତ୍ୟା ବୋଲି ଜାଣିବାକୁ ପାଇଥିଲା। ସୂଚନା ଥାଉକି, ଘଟଣା ଦିନ ବଡବିଲ ବସଷ୍ଟାଣ୍ଡରୁ ମନିଷାଙ୍କୁ ବାଇକରେ ବସାଇ ଅରୁଣ ହାୟାରପୁର ଗ୍ରାମ ଆଡକୁ ନେଇଯାଇ ଅଧାବାଟରେ ଗାଡି ଅଟକାଇ ପିଟିପିଟି ମାରିଦେଇଥିଲା। ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ମନିଷାଙ୍କୁ ରାସ୍ତା କଡରେ ଥିବା ଏକ ଗଛରେ ଝୁଲାଇ ଦେଇ ଅରୁଣ ପଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri