ବାରବାଟୀ ନବୀକରଣକୁ ସରକାର ନା କହିବା ଦୁର୍ଭାଗ୍ୟଜନକ: ସୁବାସ

କଟକ,୨୮।୭(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି ସରକାର କଟକ ବାରବାଟୀ ଷ୍ଟାଡିୟମର ନବୀକରଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ତତ୍କାଳୀନ ସରକାରଙ୍କ ଦ୍ୱାରା ଏଥିପାଇଁ ଭିଭିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ବିଧାନସଭାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବାରବାଟୀ ଷ୍ଟାଡିୟମର ନବୀକରଣ ନିମନ୍ତେ କୌଣସି ଯୋଜନା ନାହିଁ। ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। ଏନେଇ କଟକ ଗଡ଼ଖାଇ ନିକଟ ରେସିଡେଣ୍ଟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସିଂ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଶାସନ କାଳ ଆରମ୍ଭରୁ କଟକିଆଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛନ୍ତି। କ୍ରୀଡ଼ା ରାଜଧାନୀ ଭାବେ ପରିଚିତ କଟକ ସହରକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି। ନୂଆ ବାରବାଟୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ପ୍ରକଳ୍ପ ପାଇଁ ଚଳିତ ରାଜ୍ୟ ବଜେଟ୍‌ରେ କୌଣସି ବ୍ୟବସ୍ଥା ହୋଇନାହିଁ। କ୍ରୀଡ଼ାପ୍ରେମୀଙ୍କୁ ଏହା କଠୋର ଆଘାତ ଦେଇଛି। ଯୋଜନାର ନାମ ବଦଳାଇବା ଗ୍ରହଣୀୟ, କିନ୍ତୁ ଯୋଜନା ବଦଳାଇବା ଗ୍ରହଣୀୟ ହୋଇପାରିବ ନାହିଁ। ଏହି କାର୍ଯ୍ୟ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରାଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି କାର୍ଯ୍ୟ ପାଇଁ ଅନୁମତି ଦେଇଛି। ଏପରି କି ଏହାର କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହାକୁ ଏପରି ଖଣ୍ଡନ କରାଯିବା ଦୁର୍ଭାଗ୍ୟଜନକ। ଭାଜପା ଶାସିତ ରାଜ୍ୟ ସରକାର କଟକବାସୀଙ୍କୁ ଅଣଦେଖା କରୁଛନ୍ତି। ଭାଜପା ସରକାର କଟକର କୌଣସି ଯୋଜନାକୁ ବନ୍ଦ ନ କରି ଶୀଘ୍ର କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ତୁରନ୍ତ ବାରବାଟୀ ସମ୍ପର୍କିତ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ। ବାରବାଟୀ ନବୀକରଣ କାର୍ଯ୍ୟର ପୁନଃ ବିଚାର କରି ସମସ୍ତ କାର୍ଯ୍ୟ ଯେପରି ଶୀଘ୍ର ଆରମ୍ଭ ହେବ ସେନେଇ ପଦକ୍ଷେପ ନିଅନ୍ତୁ। ନଚେତ୍‌ ଏହି କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ଚାପ ପକାଯିବ ବୋଲି ମେୟର କହିଛନ୍ତିି।
ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମ୍‌ର ନବକଳେବର ପାଇଁ ବିଜେଡି ସରକାର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୪୪ ହଜାର ଦର୍ଶକ କ୍ଷମତା ଥିବା ଏହି ଷ୍ଟାଡିୟମର ନବକଳେବର ହେବା ପରେ ୬୦ ହଜାର ଦର୍ଶକ ଏକ ସଙ୍ଗରେ ମ୍ୟାଚ୍‌ ଦେଖିପାରିବା ଭଳି ବ୍ୟବସ୍ଥା ସହ ଖେଳାଳିଙ୍କ ଅତ୍ୟାଧୁନିକ ଡ୍ରେସିଂରୁମ୍‌, ନୂତନ ଜ୍ଞାନକୌଶଳରେ ଜିମ୍‌, ଷ୍ଟାଡିୟମ୍‌ ପରିସରରେ ପଞ୍ଚ ତାରକା ହୋଟେଲ ଆଦି ଅନ୍ୟାନ୍ୟ କାର୍ଯ୍ୟ କରାଯାଇଥାନ୍ତା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବାରବାଟୀ ଷ୍ଟାଡିୟମର ନବୀକରଣ ସହ ଏହାର ଆଖପାଖ ଅଞ୍ଚଳର ମଧ୍ୟ ଉନ୍ନତୀକରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ CJPର କାହା ଉପରେ ନଜର? ନେଲା ନୂଆ ପଦକ୍ଷେପ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୨୭॥୭: ନିଟ୍‌ ପେପର ଲିକ୍‌ ମାମଲାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (CJP) ଉତ୍ତରପ୍ରଦେଶରେ ମୋର୍ଚ୍ଚା ଖୋଲିଛି। ୟୁପି ସରକାର ରାମପୁରର ଜୌହର…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri