ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌ ପକ୍ଷରୁ ଗତ କିଛି ବର୍ଷ ଧରି ଏନେଇ ନାନା ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ନିକଟରେ କମ୍ପାନୀକୁ ସଫଳତା ମିଳିଛି। କମ୍ପାନୀ ପକ୍ଷରୁ ଛୋଟ ମୁଦ୍ରା ଆକାରର ଏକ ଚିପ୍‌କୁ ଘୁଷୁରୀ ମସ୍ତିଷ୍କରେ ରୋପଣ କରାଯାଇଥିଲା। ଘୁଷୁରୀ କ’ଣ ଚିନ୍ତା କରୁଛି ତାହା କମ୍ପ୍ୟୁଟର ଗ୍ରାଫିକ୍ସ୍‌ ଦ୍ୱାରା ଜାଣି ହୋଇଛି। ୨ ମାସ ଧରି ଏହି ଚିପ୍‌କୁ ଗେଟର୍ଡ ନାମକ ଘୁଷୁରୀ ମସ୍ତିଷ୍କରେ ରୋପଣ କରାଯାଇଥିଲା। ଖାଇବାକୁ ଦିଆଯିବା ସମୟରେ ଗେଟର୍ଡର ମନୋଭାବ ଭିଡ଼ିଓ ଗ୍ରାଫିକ୍ସ୍‌ ଲାଇଭ୍‌ ଦେଖାଯାଇଥିଲା। ଏହାଦ୍ୱାରା ମଣିଷଠାରେ ଦେଖାଦେଉଥିବା ଅବସାଦ, ସ୍ମୃତି ଶକ୍ତି ଲୋପ, ଅନିଦ୍ରା ଆଦି ସମସ୍ୟାର ସହଜ ସମାଧାନର ପଥ ବାହାରି ପାରିବ ବୋଲି ଏଲନ୍‌ ମସ୍କ୍‌ ଓ୍ବେବସାଇଟ୍‌ରେ ସୂଚନା ଦେଇଛନ୍ତି। ଏହି ଚିପ୍‌ ମାଧ୍ୟମରେ ୟୁଜରଙ୍କ ମସ୍ତିଷ୍କରେ ସଙ୍ଗୀତ ପହଞ୍ଚାଇ ଚିକିତ୍ସା କରାଯିବ ବୋଲି କମ୍ପ୍ୟୁଟର ବିଜ୍ଞାନୀ ଆଷ୍ଟିନ୍‌ ହାଓ୍ବର୍ଡ କହିଛନ୍ତି। ମଣିଷ ମନର କଥା ଏବେ ସହଜରେ ଜାଣି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରେ ଥରିଲା ଇସ୍ତାନବୁଲ

ଇସ୍ତାନବୁଲ,୨୭।୯: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପ ଯୋଗୁ ୩୦ରୁ ଊର୍ଦ୍ଧ୍ୱ...

୩ ଫୁଟ ବରକୁ ୩ ଫୁଟ କନ୍ୟା

ଲକ୍ଷ୍ନୌ: କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ। ଯିଏ ଯାହା ପାଇଁ ତାକୁ ଭଗବାନ ସ୍ଥିର କରିଥାନ୍ତି। ଉତ୍ତରପ୍ରଦେଶର ମିରଟରେ ହୋଇଥିବା ଏକ ବିବାହ ଏବେ...

ଫୁଟ୍‌ବଲ ପାଇଁ ଦୁଃଖଦ ଦିନ: ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଫୁଟ୍‌ବଲରଙ୍କ ଜୀବନ

ରିଓ ଡି’ଜେନିରୋ, ୨୫ା୧- ବ୍ରାଜିଲିଆନ କ୍ଲବ ପାମାସର ୪ ଜଣ ଫୁଟବଲ ଖେଳାଳି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା...

ଯେଉଁଠି ଭାତ ଥାଳିକୁ ଗୋଡରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା

ପରମ୍ପରା ନାଁରେ ଏବେବି ଅନେକ ଅନ୍ଧ ବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ...

୩ ଭାଗ ହୋଇଯିବ ପାକିସ୍ତାନ, ଇମ୍ରାନ୍‌ଙ୍କ ଚେତାବନୀ…

ଇସଲାମାବାଦ୍‌, ୨।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ବର୍ତ୍ତମାନର ଶାହବାଜ ସରିଫ ସରକାର ସଠିକ ନିଷ୍ପତ୍ତି...

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ...

ସଉକ ପାଇଁ ସାଜିଲେ କୁକୁର

ମଣିଷ ନିଜ ସଉକ ପୂରଣ କରିବା ଲାଗି ବେଳେବେଳେ ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଏ। ତେବେ ସେ ସଉକ ଅଜବ ହେଉ ପଛେ। ସେମିତି...

ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ

ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି...

Advertisement
Archives

Model This Week