ଗୁଜୁରାଣ ମେଣ୍ଟାଉଛି ଚାରକୋଳି

ନରେଶ ଚନ୍ଦ୍ର ପଟ୍ଟନାୟକ
କେନ୍ଦୁଝର,୧ା୪: ଗ୍ରୀଷ୍ମଋତୁରେ ଫଳୁଥିବା ଚାର (ଚାହାର) କୋଳି ଖାଇବାକୁ ଯେପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟପକ୍ଷେ ମଧ୍ୟ ସେପରି ହିତକର। ଏହାଛଡ଼ା ଏହା ମିଠା, କେକ୍‌ ଆଦିରେ ବ୍ୟବହାର ହେଉଥିବାରୁ ଚାରକୋଳିର ଚାହିଦା ବଜାରରେ ବଢ଼ିବାରେ ଲାଗିଛି। ମଞ୍ଜି କେଜିକୁ ୧ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଥିବାରୁ ଏହା କେନ୍ଦୁଝର ଜିଲାର ଅନେକ ବନବାସୀଙ୍କ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇପାରୁଛି।
କେନ୍ଦୁଝର ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଘଟଗଁା, ପାଟଣା, ଚମ୍ପୁଆ, ଯୋଡ଼ା ଆଦି ବ୍ଲକ୍‌ ଅଞ୍ଚଳର ଜଙ୍ଗଲରେ ଚାରଗଛ ବହୁ ପରିମାଣରେ ରହିଛି। ବନବାସୀମାନେ ବହୁ କଷ୍ଟରେ ଜଙ୍ଗଲରୁ ଏହାର କୋଳି ସଂଗ୍ରହକରି ପ୍ରାୟ ୬୦ କି.ମି. ଦୂର କେନ୍ଦୁଝର ସହରକୁ ଆଣି ରାସ୍ତାପାର୍ଶ୍ୱରେ ବସି ବିକ୍ରି କରିଥାଆନ୍ତି। କୋଳିର ଚାହିଦା ଜିଲା ଓ ରାଜ୍ୟ ବାହାରେ ଅଧିକ ଥିବାରୁ ବେପାରୀମାନେ କମ୍‌ ମୂଲ୍ୟରେ କିଣିନେଇ ବାହାରକୁ ପଠାଇ ଅଧିକ ଲାଭବାନ୍‌ ହେଉଛନ୍ତି। ବିଶେଷକରି ଏହାର ମଞ୍ଜିକୁ ଫଟାଇ ଭିତରେ ଥିବା ସସକୁ ମଧ୍ୟ ଖାଦ୍ୟରୂପେ ବ୍ୟବହାର କରାଯାଏ। ସେଥିରୁ ବିଭିନ୍ନ ପ୍ରକାର ସୁସ୍ବାଦୁ ମିଠା ପ୍ରସ୍ତୁତ ହେବା ସହ କେକ୍‌ରେ ବ୍ୟବହାର ହେଉଥିବାରୁ ମଞ୍ଜିର ମୂଲ୍ୟ କିଲୋ ପିଛା ୧ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଆଗରୁ ଚାରକୋଳି ବହୁ ପରିମାଣରେ ମିଳୁଥିଲା। ତେବେ ଖଣିଖାଦାନ, ପୋଡୁଚାଷ, ଜଙ୍ଗଲପୋଡ଼ି, ଜଙ୍ଗଲ ଜବରଦଖଲ ଆଦି କାରଣରୁ ଗଛ ପଦା ହୋଇଗଲାଣି। ଚାର କୋଳି ସହ ଅନ୍ୟାନ୍ୟ ଫଳମୂଳ ମଧ୍ୟ ମିଳୁନାହିଁ। ବନବାସୀଙ୍କ ଜୀବିକା ଉପରେ କୁପ୍ରଭାବ ପଡୁଛି ବୋଲି ବୈଦ୍ୟ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ପ୍ରାକୃତିକ ପରିବେଶରେ ଏବଂ ଜଙ୍ଗଲରେ ଆପେ ଆପେ ଏହା ବଢୁଥିବାରୁ ଏହାର ସୁରକ୍ଷା କରିବା ଜରୁରୀ। ଜଙ୍ଗଲର ସୁରକ୍ଷା କରିବା ସହ ମହୁଲ, ଟୋଲ, ହରିଡ଼ା, ବାହାଡ଼ା, ଅଁଳା ଆଦି ଲଘୁ ବନଜାତ ଦ୍ରବ୍ୟ ଭଳି ଚାରକୋଳି ପାଇଁ ପ୍ରୋତ୍ସାହନ ମିଳିଲେ ବନବାସୀଙ୍କ ଅର୍ଥନୀତିରେ ସୁଧାର ଆସିପାରିବ ବୋଲି ଦାବି ହେଉଛି। ଏହାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ବିଭାଗ କ୍ଷୟକ୍ଷତିର ଭରଣା କରିପାରୁ ନ ଥିବାରୁ ଧୀରେ ଧୀରେ ଚାରକୋଳି ଲୋପପାଇବାକୁ ବସିଛି ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?