ପ୍ରଳୟର ନିକଟତର

ବିପଜ୍ଜନକ ପ୍ରଯୁକ୍ତି ମାଧ୍ୟମରେ ମଣିଷ କେତେ ଶୀଘ୍ର ପୃଥିବୀକୁ ଧ୍ୱଂସ କରିବା ପାଇଁ ଯାଉଛି ସେ ସମ୍ପର୍କରେ ସତର୍କ କରିଦିଏ ଡୁମ୍ସଡେ କ୍ଲକ୍‌ ବା ପ୍ରଳୟ ଘଡ଼ି। ମଧ୍ୟରାତ୍ର(ବୈଶ୍ୱିକ ମହାବିନାଶ) ଆଉ କେତେ ସମୟ ବାକି ଅଛି ତାହାକୁ ବିଶେଷଜ୍ଞମାନେ ଏହି ଘଡ଼ିରେ ଦର୍ଶାଇଛନ୍ତି। ୧୯୪୭ରେ ଅର୍ଥାତ୍‌ ଭାରତ ସ୍ବାଧୀନତା ପାଇବା ବର୍ଷ, ଯେତେବେଳେ ବିଶ୍ୱରେ ଆଣବିକ ଅସ୍ତ୍ରଶସ୍ତ୍ର ବଡ଼ ବିପଦ ଭାବେ ଉଭା ହୋଇଥିଲା ସେତେବେଳେ ଏହି ଘଡ଼ି ସୃଷ୍ଟି କରାଯାଇଥିଲା। ଏହାର ଦୁଇ ବର୍ଷ ପୂର୍ବରୁ ଜାପାନର ହିରୋସୀମା ଓ ନାଗାସାକୀ ଉପରେ ପରମାଣୁ ବୋମା ପକାଯାଇଥିଲା ଏବଂ ସୋଭିଏଟ୍‌ ତାହାର ପରମାଣୁ ବୋମା ତିଆରି କରୁଥିଲା। ୧୯୪୯ରେ ସୋଭିଏଟ୍‌ ପରମାଣୁ ବୋମା ତିଆରି କରିବା ପରେ ୧୯୫୨ରେ ଇଂଲଣ୍ଡ ଓ ୧୯୬୦ରେ ଫ୍ରାନ୍ସ ଓ ୧୯୬୪ରେ ଚାଇନା ଏହାର ଅଧିକାରୀ ହୋଇଥିଲେ। ଭାରତ ୧୯୭୪ରେ ଓ ପାକିସ୍ତାନ ୧୯୯୦ ଦଶକରେ ଏ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ଇସ୍ରାଏଲ, ଉତ୍ତର କୋରିଆ ପାଖରେ ମଧ୍ୟ ଏହି ଅସ୍ତ୍ର ଅଛି। ୧୯୮୦ ଦଶକରେ ମୁଁ ଯେତେବେଳେ ଆମେରିକାରେ ପଢୁଥିଲି ସେତେବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ରଣନୀତିକ ପ୍ରତିରକ୍ଷା କାର୍ଯ୍ୟକ୍ରମ ବା ଷ୍ଟାର ଓ୍ବାର। ଏଥିରେ ରୋନାଲ୍ଡ ରେଗାନ ପ୍ରଶାସନ ଏକ ପଦ୍ଧତି ବିକାଶ କରୁଥିଲା, ଯେଉଁଥିରେ ଆମେରିକାକୁ ଆସୁଥିବା କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେବାର କ୍ଷମତା ରହିଥିଲା। ଏହା କରି ଆମେରିକା ତାହାର ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି କରୁଥିଲା। ଏହା ସମ୍ଭବତଃ ପ୍ରଳୟ ଘଡ଼ିକୁ ଆଗକୁ ବଢ଼ାଇଛି। ୧୯୯୧ରେ ସୋଭିଏଟ୍‌ ସଂଘର ପତନ ଘଟିବା ପରେ ପ୍ରଳୟ ଘଡ଼ିର କଣ୍ଟା ମଧ୍ୟରାତ୍ରରୁ ୧୭ ମିନିଟ ପଛକୁ ଆସି ସବୁଠୁ ଦୂରରେ ରହିଥିଲା। ଆଣବିକ ଅସ୍ତ୍ରଶସ୍ତ୍ର ବିପଦ ଅତ୍ୟଧିକ କମିଯାଇଥିଲା। ୧୯୯୧ ପୂର୍ବରୁ, ଏବକା ତୁଳନାରେ ଆଣବିକ ଅସ୍ତ୍ରକୁ ନେଇ ଅନେକ ରିପୋର୍ଟ, ସମୀକ୍ଷା ପ୍ରକାଶ ପାଇବା ସହ ବହୁ ନାଗରିକ ସମାଜ ଗୋଷ୍ଠୀ (ପୁଗଓ୍ବାଶ ଭଳି)ଥିଲେ ଏବଂ ଅଧିକ ସକ୍ରିୟତା ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ପ୍ରଳୟ ଘଡ଼ି ଗଢ଼ିଥିବା ବିନାଶର ଆକଳନ କରୁଥିବା ବିଶେଷଜ୍ଞଙ୍କ ସଂଖ୍ୟା ୧୮ ବୋଲି ଏହାର ଓ୍ବେବ୍‌ସାଇଟରୁ ଜଣାପଡ଼ିଛି ଏବଂ ଏଥିରୁ ଦକ୍ଷିଣ ଏସିଆରୁ ୩ ଜଣ (ଜଣେ ଦିଲ୍ଲୀ ଆଇଆଇଟି ପ୍ରାଧ୍ୟାପକ) ଅଛନ୍ତି।
ଦୁଇ ଦଶନ୍ଧି ପୂର୍ବରୁ, ପ୍ରଳୟ ଘଡ଼ି ଜଳବାୟୁ ପରିବର୍ତ୍ତନ ଭଳି ଅନ୍ୟ ବିପଦଗୁଡ଼ିକୁ ସାମିଲ କରିବା ଆରମ୍ଭ କରିଥିଲା। କିନ୍ତୁ ଏବେ ନୂଆ ବିପଦ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)କୁ ଯୋଡ଼ିଛି। ମଣିଷ ସମାଜ ନିଜର ବିନାଶ ପାଇଁ ସବୁପ୍ରକାର ନୂତନ ଆବିଷ୍କାରକୁ ଗତିଶୀଳ କରିଛି। ଚଳିତବର୍ଷ ଆରମ୍ଭରୁ, ୨୮ ଜାନୁଆରୀରେ ବିଶେଷଜ୍ଞମାନେ ଦର୍ଶାଇଥିଲେ, ୧୯୪୭ରେ ଆମେ ପ୍ରଳୟଠାରୁ ଯେତିକି ଦୂରରେ ଥିଲୁ ତାହା ତୁଳନାରେ ୨୦୨୫ରେ ସବୁଠୁ ନିକଟତର ହୋଇଛୁ। ଅର୍ଥାତ୍‌ ମହାବିନାଶକୁ ଆଉ ୮୯ ସେକେଣ୍ଡ ବାକି ଅଛି। ୨୦୨୪ରେ ବିନାଶର ନିକଟତର ହୋଇଥିଲା ମାନବସମାଜ। ତେବେ ସାଇନ୍ସ ଆଣ୍ଡ୍‌ ସିକ୍ୟୁରିଟି ବୋର୍ଡକୁ ଗଭୀର ଚିନ୍ତାରେ ପକାଇବା ଭଳି ଧାରା ଲାଗିରହିଛି। ବିପଦର ସଙ୍କେତ ସତ୍ତ୍ୱେ ବିଭିନ୍ନ ଦେଶର ନେତାମାନେ ଏହି ଧାରାରେ ପରିବର୍ତ୍ତନ ଆଣିବାରେ ବିଫଳ ହୋଇଛନ୍ତି। ଫଳରେ ଆମେ ପ୍ରଳୟ ଘଡ଼ିର ମଧ୍ୟରାତ୍ରଠାରୁ ୯୦ ସେକେଣ୍ଡ ବଦଳରେ ୮୯ ସେକେଣ୍ଡ ପଛରେ ରହିଛୁ, ଯାହା ପ୍ରଳୟର ସବୁଠୁ ନିକଟତର। ଆଶା କରୁଛୁ ଯେ, ପୃଥିବୀ ଅସ୍ତିତ୍ୱ ପ୍ରତି ଦେଖାଯାଇଥିବା ବିପଦକୁ ନେତାମାନେ ସ୍ବୀକାର କରିବା ସହ ଅଣୁଅସ୍ତ୍ର, ଜଳବାୟୁ ପରିବର୍ତ୍ତନ, ଜୀବ ବିଜ୍ଞାନର ବ୍ୟାପକ ଅପବ୍ୟବହାର ଏବଂ ପ୍ରଯୁକ୍ତିଗତ ନୂତନତ୍ୱର ବିପଦକୁ ହ୍ରାସ କରିବା ପାଇଁ ଦୃଢ଼ ପଦକ୍ଷେପ ନେବେ। ତେବେ ୨୮ ଜାନୁଆରୀ ପରଠାରୁ ଅନେକ କିଛି ଘଟି ସାରିଲାଣି। ରୁଷିଆର ବିମାନ ଘାଟିରେ ୟୁକ୍ରେନ ଡ୍ରୋନ୍‌ ଆକ୍ରମଣ ତା’ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଧ୍ୱଂସ କରିଦେବା ଯୋଗୁ ଯୁଦ୍ଧ ଗମ୍ଭୀର ହୋଇପଡ଼ିଛି। ଗାଜାରେ ଇସ୍ରାଏଲ ଗଣହତ୍ୟା ଜାରି ରହିଛି ଏବଂ ସେଠାକାର ଲୋକମାନେ କ୍ଷୁଧାର ସାମ୍ନା କରୁଛନ୍ତି। ଏହା ସହ ଲେବାନନ୍‌ ଓ ୟେମେନ ସହ ମଧ୍ୟ ଯୁଦ୍ଧ କରୁଛି। ଏତିକିବେଳେ ଏଭଳି ଜଣେ ନେତା ଆମେରିକାର ନେତୃତ୍ୱ ନେଇଛନ୍ତି, ଯାହାଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଆକଳନ କରାଯାଇ ନ ପାରେ। ବାଣିଜ୍ୟଠାରୁ ଆରମ୍ଭ କରି ତାଇଓ୍ବାନ ଘଟଣାକୁ ନେଇ ଚାଇନା ବିରୋଧରେ ଆମେରିକା ସୃଷ୍ଟି କରିଥିବା ଉତ୍ତେଜନା ବଢ଼ିଚାଲିଛି। ଅବଶ୍ୟ କିଛି ସପ୍ତାହ ପୂର୍ବରୁ ଭାରତ ଲଢ଼ିଥିବା ଏକ ଯୁଦ୍ଧ ପରମାଣୁ ସଂଘର୍ଷ ଆଡ଼କୁ ମହଁାଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଲଗାତର ଦାବି କରି ଆସୁଛନ୍ତି। ଏସବୁ ବିପଦ ସହ ଆମକୁ ଜଳବାୟୁ ପରିବର୍ତ୍ତନ ଏବଂ ଏଆଇ ବିପଦକୁ ସାମିଲ କରିବାକୁ ପଡ଼ିବ। ଏଆଇ ବିକାଶ ଅତି ଦ୍ରୁତ ଗତିରେ ହେଉଛି ଏବଂ ଏହା କେଉଁ ଧରଣର ବିପଦ ଆଣିବ ସେ ସମ୍ପର୍କରେ କେହି ବିଚାର କରୁନାହାନ୍ତି। ପ୍ରଯୁକ୍ତିବିତ୍‌ମାନେ ଏ ସମ୍ପର୍କରେ ଗମ୍ଭୀରତା ପ୍ରକାଶ କରୁ ନ ଥିବାରୁ ଏଆଇ ବିପଦ ସମ୍ପର୍କରେ ଚିନ୍ତା କରିବା ଆମ ପାଇଁ ସହଜ ନୁହେଁ। ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟ ପ୍ରଚାର କରିବାରେ ଏବଂ ସେନାରେ ଡ୍ରୋନ୍‌ର ବ୍ୟବହାର କ୍ଷେତ୍ରରେ ଏଆଇର ଭୂମିକା ଆମକୁ ସୂଚେଇ ଦେଇଛି ଯେ, ଭଲ ଅପେକ୍ଷା ଖରାପ ପରିଣାମ ଆସିବାର ଅଧିକ ଆଶଙ୍କା ରହିଛି।
ମନେରଖିବା ଦରକାର, ଆମେ ଆଉ ଏକ ସମ୍ଭାବ୍ୟ ମହାମାରୀ କିମ୍ବା କିଛି ହାତଗଣତି ଅତି ଧନୀ ବିଶେଷ ଏବଂ ଅନେକ କୋଟି ଗରିବଙ୍କ ପୃଥିବୀରେ ଆସିବାକୁ ଥିବା ଅରାଜକତା ଓ ଅଶାନ୍ତି ଉପରେ ଆଲୋଚନା କରିନାହଁୁ। ଏହି ପରିପ୍ରେକ୍ଷୀରେ ପ୍ରଳୟ ଘଡ଼ି ସଚେତନତା ସୃଷ୍ଟି କରିବାକୁ ଚାହେଁ ଏବଂ ଅସ୍ତିତ୍ୱର ବିପଦକୁ ହ୍ରାସ କରିବା ସକାଶେ ପଦକ୍ଷେପ ନେବାକୁ ପ୍ରେରିତ କରେ। କିନ୍ତୁ ମୋ ମତରେ ଏହି କାର୍ଯ୍ୟରେ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଭାରତ ସମେତ ସାରା ବିଶ୍ୱରେ ଖବରଗୁଡ଼ିକୁ ଯଦି ବିଚାରକୁ ନେବା ତେବେ ସିଦ୍ଧାନ୍ତରେ ପହଞ୍ଚିବା ଯେ, ଅନ୍ୟ ଘଟଣାଗୁଡ଼ିକ ମଣିଷସମାଜକୁ ଅଧିକ ସମସ୍ୟାରେ ପକାଉଛି। ସେଥିରୁ କିଛି ବିଷୟକୁ ଅତି ଗମ୍ଭୀର ପ୍ରସଙ୍ଗ ସହ ତୁଳନା କରାଗଲେ ସେସବୁ ଗୁରୁତ୍ୱହୀନ ହୋଇପାରେ। କିନ୍ତୁ ପୃଥିବୀ ବିନାଶ ଆଡ଼କୁ ମୁହଁାଉଥିବାବେଳେ ସେଗୁଡ଼ିକ ଅଧିକାଂଶ ମାନବସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମକୁ ସ୍ବୀକାର କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri