ଡାର୍କ ପାଟର୍ନ କ’ଣ? ଯେଉଁଥିରୁ ଇ-କମର୍ସ ପ୍ଲାଟ୍‌ଫର୍ମ ମୁକ୍ତ ହେବାକୁ ‘ସିସିପିଏ’ ଜାରି କଲା ଆଡ୍‌ଭାଇଜରି…

ନୂଆଦିଲ୍ଲୀ, ୮।୬: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସମସ୍ତ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକୁ ବିଭ୍ରାନ୍ତିକର ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସରେ ଲିପ୍ତ ନ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶନିବାର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ୩ ମାସ ମଧ୍ୟରେ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ଡାର୍କ ପାଟର୍ନକୁ ଚିହ୍ନଟ କରିବା ପାଇଁ ସେଲ୍ଫ ଅଡିଟ୍‌ କରାନ୍ତୁ। ଏହାସହ ନିଜ ନିଜ ପ୍ଲାଟ୍‌ଫର୍ମକୁ ଡାର୍କ ପାଟର୍ନରୁ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକୁ ସିସିପିଏ ପରାମର୍ଶ ଦେଇଛି। ସେଲ୍ଫ ଅଡିଟ୍‌ ରିପୋର୍ଟର ଆଧାରରେ ଡାର୍କ ପାଟର୍ନରେ ଲିପ୍ତ ନ ଥିବା ନେଇ ଆତ୍ମ ଘୋଷଣା କରିବାକୁ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକୁ ଏହି ଆଡ୍‌ଭାଇଜରିରେ ପ୍ରୋତ୍ସାହନ ଦିଆଯାଇଛି। ଏପରି ଆତ୍ମ ଘୋଷଣା ଦ୍ୱାରା ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିବା ସହ ନିରପେକ୍ଷ ଡିଜିଟାଲ ଇକୋସିଷ୍ଟମକୁ ଏହା ଆହୁରି ପ୍ରୋତ୍ସାହିତ କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଗ୍ରାହକମାନଙ୍କୁ ଭ୍ରମିତ କରୁଥିବା କିମ୍ବା ସେମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ବିଭ୍ରାନ୍ତିକର ଡିଜାଇନ ଇଣ୍ଟରଫେସ୍‌ର ବ୍ୟବହାରରୁ ନିବୃତ୍ତ ରହିବାକୁ ସମସ୍ତ ଇ-କମର୍ସ ପ୍ଲାଟ୍‌ଫର୍ମକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ, ଡାର୍କ ପାଟର୍ନର ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ଜାରି ନିର୍ଦ୍ଦେଶାବଳୀର ଉଲ୍ଲଂଘନ ନେଇ ସିସିପିଏ କର୍ତ୍ତୃପକ୍ଷ କଡ଼ା ନଜର ରଖିଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।

ଇ-କମର୍ସ ପ୍ଲାଟ୍‌ଫର୍ମରେ ଡାର୍କ ପାଟର୍ନ ହେଉଛି ଏକ କୌଶଳ, ଯାହାଦ୍ୱାରା ବିଭିନ୍ନ ଓ୍ବେବ୍‌ସାଇଟ ଏବଂ ଆପ୍ଲିକେଶନର ବ୍ୟବହାର କରାଯାଇ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରାଯିବା ସହ ଇଚ୍ଛା ବିରୋଧରେ ସାମଗ୍ରୀ କିଣିବାକୁ ସେମାନଙ୍କୁ ବାଧ୍ୟ କରାଯାଇଥାଏ। ଏହାଫଳରେ ଗ୍ରାହକମାନେ ବହୁ କ୍ଷତି ସହିଥାନ୍ତି। ସେହିପରି ଏହି ପଦ୍ଧତିରେ ଗ୍ରାହକମାନେ ଖର୍ଚ୍ଚାନ୍ତ ହେବା ସହ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ବିପଦ ସୃଷ୍ଟି ହୋଇଥାଏ ଏବଂ ସେମାନେ ଅନାବଶ୍ୟକ କାର୍ଯ୍ୟରେ ଲିପ୍ତ ହେବାର ସମ୍ଭାବନା ବଢ଼ିଥାଏ। ଏହାଦ୍ୱାରା ବିଭିନ୍ନ ଓ୍ବେବ୍‌ସାଇଟ, ପ୍ଲାଟଫର୍ମ ଏବଂ ଆପ୍‌ ଉପରେ ଗ୍ରାହକଙ୍କ ବିଶ୍ୱାସ କମିଥାଏ। ଡାର୍କ ପାଟର୍ନ ବଜାରର ଗତିଶୀଳତାକୁ ବିକୃତ କରିବା ସହ ଡିଜିଟାଲ ବାଣିଜ୍ୟର ଅଖଣ୍ଡତା ପ୍ରତି ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଥାଏ।

ଡାର୍କ ପାଟର୍ନ କ’ଣ?

ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ଅନେକ ସମୟରେ ଅନ୍‌ଲାଇନ୍‌ ଜରିଆରେ କିଣାକିଣି ଓ କ୍ରୟ ନିଷ୍ପତ୍ତି ନେବାବେଳେ ଉପଭୋକ୍ତାଙ୍କୁ ବିଭ୍ରାନ୍ତ କରି ଶୋଷଣ କରୁଥିବା ଅଭିଯୋଗ ହୋଇଥାଏ। ଜଣେ ୟୁଜରଙ୍କୁ ସେ ଚାହୁୂଁଥିବା ସାମଗ୍ରୀର ଗୋଟିଏ ମାତ୍ର ପିସ୍‌ ମହଜୁଦ୍‌ ରହିଛି କହି କୃତ୍ରିମ ଜରୁରୀ ସ୍ଥିତି ଅନୁଭୂତ କରାଇବା କିମ୍ବା ବିନା ସମ୍ମତିରେ ଅତିରିକ୍ତ ଆଇଟମ୍‌ ଯୋଡ଼ିଦେବା ଭଳି କୌଶଳକୁ ଡାର୍କ ପାଟନର୍‌ସ କୁହାଯାଏ। ଉପଭୋକ୍ତାଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଶନିବାର ସମସ୍ତ ଇ-କମର୍ସ ପ୍ଲାଟ୍‌ଫର୍ମକୁ ଡାର୍କ ପାଟନର୍‌ସରୁ ମୁକ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?