ଉଦ୍‌ଘାଟନ ହେଉଛି, କାମରେ ଲାଗୁନି

କଣ୍ଟାବାଞ୍ଜି, ୨୯। ୧(ଡି.ଏନ.ଏ.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି କୋଠା। ଉଦ୍‌ଘାଟନ ବି ହୋଇଛି ବିଧିବଦ୍ଧଭାବେ। ହେଲେ କୌଣସି ନା କାୌଣସି କାରଣରୁ ଏହି ସବୁ କୋଠା ବିଭାଗର କୌଣସି କାମରେ ଆସୁନାହିଁ। ପରିତ୍ୟକ୍ତ ହୋଇ ପଡ଼ିରହି ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅଫିସ କାର୍ଯ୍ୟାଳୟ ଭଡ଼ାଘର କିମ୍ବା ପୁରୁଣା କୋଠାରେ ଚାଲିଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିି ଅଞ୍ଚଳରେ।
କଣ୍ଟାବାଞ୍ଜିଠାରୁ ୩ କି.ମି. ଦୂର ହିଆଁଲ ଓ କଣ୍ଟାବାଞ୍ଜି ଚିଲ୍‌ଡ୍ରେନ ପାର୍କ ନିକଟରେ ନିର୍ମାଣ ହୋଇଛି ୩ ମହଲା ବିଶିଷ୍ଟ ହରିଜନ ଆଦିବାସୀ ହଷ୍ଟେଲ। ନିର୍ମାଣ ସରିବାର ୫ ବର୍ଷ ବିତି ଯାଇଥିଲେ ବି ତାହା କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି। ହିଆଁଲ ଆରଆଇ ଅଫିସ, ଏଲ୍‌ଆଇ ସେଣ୍ଟର, ଏଏନ୍‌ଏମ୍‌ ସେଣ୍ଟର, ଡୁମେରଚୁଆଁର ଏଏନ୍‌ଏମ୍‌ ସେଣ୍ଟରର ନୂତନ କୋଠା ଦୀର୍ଘବର୍ଷ ହେଲା ନିର୍ମାଣ ହୋଇ ପଡ଼ିରହିଛି। କାମରେ ନ ଲାଗିବାରୁ କୋଠାର କେତେକ ଅଂଶ ଭାଙ୍ଗିରୁଜି ଗଲାଣି। ମଦ୍ୟପମାନେ ସେହି ସବୁ କୋଠାରେ ଆଡ୍ଡା ଜମାଇଛନ୍ତି। ସେହିପରି କଣ୍ଟାବାଞ୍ଜି-ଜାମୁଟଝୁଲ୍ଲା ରାସ୍ତାରେ ନିର୍ମିତ ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ଉଦ୍‌ଘାଟିତ ହେବାର ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅନୁରୂପ ଭାବେ କଣ୍ଟାବାଞ୍ଜି ଅବକାରୀ ଥାନା କାର୍ଯ୍ୟାଳୟ ତୁରେକେଲା ରାସ୍ତାରେ ନିର୍ମାଣ ହୋଇଛି। ୨୦୧୮ ମେ ୬ ତାରିଖରେ ତତ୍କାଳୀନ ଖାଦ୍ୟ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ବିଧାୟକ ଆୟୁବ ଖାଁଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ଏହା ପଡ଼ିରହିଛି। ବୁଧବାର କଣ୍ଟାବାଞ୍ଜିି ଗୋରୁ ବଜାର ହେଉଥିବାରୁ ଲାଠୋର, ତୁରେକେଲା ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଚାଲାଣ ହେଉଥିବା ଗୋରୁଙ୍କୁ ମଙ୍ଗଳବାର ରାତିରେ ଏହି ଅବକାରୀ ଥାନା ପରିସରରେ ରଖି ଦିଆଯାଇଥାଏ। ଅବକାରୀ ଥାନା କାର୍ଯ୍ୟକ୍ଷମ ନ ହୋଇ ପାରିବା ନେଇ ବିଭାଗୀୟ ସବ୍‌ଇନ୍ସପେକ୍ଟରଙ୍କୁ ପଚାରିବାରୁ ପାଣିର ସମସ୍ୟା ଥିବାରୁ ଅଫିସ କାମ ହୋଇପାରୁ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?