ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥାରେ ଚାଲିଥିବା ଦେଖାଯାଉଛି। ଜିଲାର କୁକୁଡାଖଣ୍ଡି ବ୍ଲକର ଲାଠି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସାଂଘାତିକ ଚିତ୍ର ପଦାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ବ୍ରହ୍ମପୁର ନିକଟ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଲାଠି ଗ୍ରାମରେ ଅନେକ ଦିନ ପୂର୍ବରୁ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହି କେନ୍ଦ୍ର ଉପରେ ନିକଟସ୍ଥ ବେନ୍ଦାଳିଆ, ସୁକୁଣ୍ଡା, ବନ୍ଥପଲ୍ଲୀ, କୁଆଁରପୁର, ମନହରା,ମଦନପୁର, ହଳଦିଆପଦର ଆଦି ୧୦ରୁ ୧୨ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ ଥିବାବେଳେ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ତେବେ ଲାଠି ଦେଇ ଚିକିଟି ପର୍ଯ୍ୟନ୍ତ ଯାଇଥିବା ରାଜପଥରେ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ରୋଗୀ ମଧ୍ୟ ଏଠାକୁ ଆସନ୍ତି। ଟ୍ରମା କେୟାର ସେଣ୍ଟର ନ ଥିବାରୁ ଅସୁବିଧା ହେଉଛି। କିନ୍ତୁ ମାସେ ହେଲା ଏଠି ଡାକ୍ତର ନଥିବାରୁ ରୋଗୀମାନେ ହଟହଟା ହେବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ କେନ୍ଦ୍ର ପାଇଁ ଜଣେ ଏମବିବିଏସ ଡାକ୍ତର, ଜଣେ ଆୟୁର୍ବେଦିକ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ, ଆଟେଣ୍ଡାଣ୍ଟ, ସୁଇପର, ଷ୍ଟାଫ ନର୍ସ ରହିବା ପାଇଁ ସରକାରୀସ୍ତରରେ ମଂଜୁର ହୋଇଛି। କିନ୍ତୁ ଏମବିବିଏସ ଡାକ୍ତର ଜଣଙ୍କ ବିନା ଅନୁମତିରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯାଇ କାମ କରୁଥିବାରୁ ଉକ୍ତ କେନ୍ଦ୍ର ଡାକ୍ତର ଶୂନ୍ୟ ହୋଇପଡିଛି। ଷ୍ଟାଫ ନର୍ସ, ସୁଇପର, ଆୟୁଷ ଡାକ୍ତର ଆଦି ନାହାନ୍ତି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଉକ୍ତ କେନ୍ଦ୍ରର ଓପିଡିକୁ ଦୈନିକ ୧୦୦ ରୋଗୀ ଆସୁଥିବାବେଳେ ଫାର୍ମାସିଷ୍ଟ ଜଣଙ୍କ ରୋଗୀ ଦେଖୁଛନ୍ତି। ସକାଳ ୮ଟାରୁ ୧୨ଟା ଓ ସନ୍ଧ୍ୟା ୨ଟାରୁ ୫ ପର୍ଯ୍ୟନ୍ତ ଡ୍ୟୁଟି କରିବା ନିୟମ ରହିଛି। ରୋଗୀଙ୍କ ଆନୁସଙ୍ଗିକ ବ୍ୟବସ୍ଥାକୁ ଦେଖିଲେ ରୋଗୀମାନେ ବସିବା ପାଇଁ କୌଣସି ସୁବିଧା ନାହିଁ। ମେଡିକାଲର ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲ ସଦୃଶ ହୋଇପଡିଛି। ମିଶନ ଶକ୍ତି ପକ୍ଷରୁ ଏଠାରେ କାମ କରାଯାଉଛି। ପଞ୍ଚାୟତର ଅଳିଆ ବୁହା ଗାଡିଗୁଡିକୁ ଏଠାକାର ଏକ କଠୋରୀରେ ରଖାଯାଉଛି। ଗ୍ରାମ୍ୟ ଜଳ ଯୋଗାଣ ପାଇଁ ଓଭରହେଡ ଟ୍ୟାଙ୍କ ବି ଏଠାରେ ରହିଛି। ସ୍ବାସ୍ଥ୍ୟ ବିଭାଗର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅନ୍ୟାନ୍ୟ ବିଭାଗର ଦଖଲ ଥିବାବେଳେ କେହି ମୁହଁ ଖୋଲୁନାହାନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିବେଶରେ ସ୍ବଚ୍ଛତା ନଥିବା ତଥା ଠିକ ସେ ସେବା ମିଳୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାଢ଼ୀଙ୍କୁ ପଚାରିବାରୁ ସେଠାରେ ଡାକ୍ତର ନଥିବା ସେ ଜାଣିନଥିବା କହିଥିଲେ। ଏନେଇ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ମେଡିକାଲ ଅଫିସରଙ୍କୁ ପଚାରିବାରୁ ଡାକ୍ତର ଅଭାବ ଯୋଗୁ ସେଠାରେ ଥିବା ଏମବିବିଏସ ଡାକ୍ତର ମନୀଷାରାଣୀ ହୋତାଙ୍କୁ ଏଠାକୁ ଅଣାଯାଇଛି ବୋଲି କହିଥିବା ସିଡିଏମଓ କହିଛନ୍ତି। ତେବେ ସ୍ବାସ୍ଥ୍ୟକେନ୍ଦ୍ରର ବିଧି ବ୍ୟବସ୍ଥାର ବାହାରକୁ ଯାଇ କ୍ଷମତାର ଅପବ୍ୟବହାର କରିଥିବା ଯୋଗୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା
ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…
ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ
ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…
ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ
ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…
ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ
ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…
ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…
ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…
ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…
ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…
ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…
ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା
ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

