କାମରେ ଲାଗୁନି ୭ କୋଟିର ବସ୍‌ଷ୍ଟାଣ୍ଡ

କେନ୍ଦୁଝର,୧୦ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ସଦର ମହକୁମାରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ କାମରେ ଲାଗୁନାହିଁ। ୧୦ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଷ୍ଟାଣ୍ଡ ପରିସରରେ ଫୁଡ୍‌କୋର୍ଟ, ପ୍ରତୀକ୍ଷାଳୟ ଓ ଏଟିଏମ୍‌ ଭଳି ଅତ୍ୟାଧୁନିକ ସୁବିଧା ରହିଛି। ମାତ୍ର ବସ୍‌ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ମାଲିକମାନେ ଷ୍ଟାଣ୍ଡକୁ ବସ୍‌ ନେଉନାହାନ୍ତି। ଫଳରେ ମୁଖ୍ୟ ରାସ୍ତାରେ ବସ୍‌ ରଖୁଥିବାରୁ ଟ୍ରାଫିକ୍‌ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ବିଶେଷ କରି ରବିବାର କେନ୍ଦୁଝର ସହରର ତହସିଲ ଛକ, କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଛକ, ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ସିରାଜୁଦ୍ଦିନ ଛକ, ଡିଆଇ ଅଫିସ ଛକଠାରୁ ପୋଲିସ କଲ୍ୟାଣ ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାରେ ବସ୍‌ ରହଣି ସହ ବଡ଼ ଯାନ ଘଣ୍ଟାଧିକ ସମୟ ରାସ୍ତାରେ ଅଟକି ରହୁଛି। ଅସମ୍ଭାଳ ଭିଡ଼ କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
ସୂଚନାଯୋଗ୍ୟ, କେନ୍ଦୁଝର ସହରବାସୀଙ୍କ ଦୀର୍ଘଦିନର ଦାବିକୁ ନେଇ ୨୦୧୩ ଜାନୁୟାରୀ ୩୧ରେ ସଦର ମହକୁମାରେ ୨.୭ ଏକର ପରିମିତ ଜାଗାରେ ନୂତନ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏଥିରେ ୭ କୋଟି ବ୍ୟୟରେ କାର୍‌, ଟ୍ୟାକ୍ସି, ଅଟୋରିକ୍ସା ପ୍ରଭୃତିର ପାର୍କିଂ ବ୍ୟବସ୍ଥା, ବସ୍‌ଷ୍ଟାଣ୍ଡର ଟର୍ମିନାଲ୍‌ ବିଲ୍‌ଡିଂରେ ଫୁଡ୍‌କୋର୍ଟ, ପ୍ରତୀକ୍ଷାଳୟ, ଟିକେଟ କାଉଣ୍ଟର, ଅଫିସ, ପ୍ରାଥମିକ ଚିକିସତ୍ା କୋଠରି, ଦୋକାନ, ଏଟିଏମ୍‌, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟର ସୁବିଧା କରାଯାଇଛି। ଏଥିସହ ବାଣିଜି୍ୟକ ଉଦ୍ଦେଶ୍ୟରେ ୧୦ଟି ଦୋକାନ ନିର୍ମାଣ କରାଯାଇଥିବାବେଳେ ପ୍ରବେଶ ଦ୍ୱାର ନିକଟରେ ଥିବା ବିଲ୍‌ଡିଂରେ ଟିକସ ଆଦାୟ ବୁଥ୍‌, ପୋଲିସ ନିୟନ୍ତ୍ରଣ କକ୍ଷ ଓ ବସ୍‌ ରକ୍ଷଣାବେକ୍ଷଣ ୟାର୍ଡ ନିର୍ମାଣ କରାଯାଇଥିଲା। ଯାହା ଏବେ ଧ୍ୱଂସର ଧାରାରେ। ଜଳ ସଂରକ୍ଷଣ ଲକ୍ଷ୍ୟ ନେଇ ଉକ୍ତ ବସ୍‌ଷ୍ଟାଣ୍ଡରେ ଏକ ଅତ୍ୟାଧୁନିକ ଜଳ ଅମଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ଉଦ୍‌ଘାଟନ ଦିନଠାରୁ ବସ୍‌ଗୁଡିକ ଷ୍ଟାଣ୍ଡକୁ ନ ଆସି କେନ୍ଦୁଝର ସହରରେ ଥିବା ଜାତୀୟ ରାଜପଥ ପାର୍ଶ୍ୱରେ ଠିଆ କରୁଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ଏନେଇ ପୁରୁଣା ସହର ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ନବକିଶୋର ସାହୁ କହିଛନ୍ତି, ପୁରୁଣାସହରଠାରେ ନୂତନ ବସ୍‌ଷ୍ଟାଣ୍ଡ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏଠାକୁ ହାତଗଣତି କେତୋଟି ବସ୍‌ ଆସୁଛି। ଫଳରେ ମୁଖ୍ୟରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। କେନ୍ଦୁଝର ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର କୁହନ୍ତି, ନୂତନ ବସ୍‌ଷ୍ଟାଣ୍ଡରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଅନ୍ୟପକ୍ଷେ ବସ୍‌ଗୁଡ଼ିକର ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ହୋଇନାହିଁ। ସେଠାରେ ଯଦି ଏକ ପୋଲିସ ଫାଣ୍ଡି ସହ ସିସିଟିଭି କ୍ୟାମେରା ଲଗାଯାଇପାରନ୍ତା ଘରୋଇ ବସ୍‌ ମାଲିକମାନଙ୍କୁ ପ୍ରବର୍ତ୍ତାଇ ସେଠାକୁ ବସ୍‌ ନେବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି, ଏଥିପ୍ରତି ପ୍ରଶାସନ ସମ୍ବେଦନଶୀଳ ରହିଛି। ଇତିମଧ୍ୟରେ ପରିବହନ ବିଭାଗ, କେନ୍ଦୁଝରଗଡ଼ ପୌରପାଳିକା ଏବଂ ଘରୋଇ ବସ୍‌ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରୋଇ ବସ୍‌ ମାଲିକ ସଂଘ କେତୋଟି ଅସୁବିଧା ସମ୍ପର୍କରେ ଜଣାଇଛନ୍ତି। ଆଗାମୀ ଦିନରେ ପୁଣି ଏକ ବୈଠକ କରାଯାଇ ଏହାର ସମାଧାନ କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri