ଖାତିର ନାହିଁ

ଆକାର ପଟେଲ

ୱାଶିଂଟନ ପୋଷ୍ଟ ସମ୍ପାଦକୀୟ ବୋର୍ଡ ଲେଖିଛି ଯେ,ଭାରତର ଗଣତନ୍ତ୍ର ଦାବି ଉପରେ ପ୍ରଶ୍ନ ଉଠାଇବା ଉଚିତ। ସଂସଦରେ ବିନା ଭୋଟରେ କୃଷି ଆଇନ ପ୍ରଣୟନ ହେବାଠାରୁ ଯୁବତୀମାନଙ୍କୁ ଜେଲରେ ରଖିବା ଯାଏ,ସରକାରରେ ଯାହାସବୁ ଘଟୁଛି ସେ ସମ୍ପର୍କିତ ଉପଲବ୍ଧ ତଥ୍ୟକୁ ଠିକ୍‌ ଭାବେ ସମୀକ୍ଷା କରି ଏହା ପ୍ରକାଶ କରାଯାଇଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କୌଣସି କଡ଼ା ପ୍ରତିକ୍ରିୟା ପ୍ରକାଶ କରିନାହିଁ, ଯେପରି ପୂର୍ବରୁ ଜଣେ ପପ୍‌ ଷ୍ଟାରଙ୍କ କ୍ଷେତ୍ରରେ ଘଟିଥିଲା। ଭାରତରେ ପ୍ରାୟ କେହି ବି ଫେବୃୟାରୀ ୨ରେ ଏହି ପପ୍‌ ଷ୍ଟାରଙ୍କ ଦ୍ୱାରା ସିଏନ୍‌ଏନ୍‌ରେ ପ୍ରକାଶିତ ୬ଟି ଶବ୍ଦ (ଆମେ କାହିଁକି ଏହା ବିଷୟରେ କହୁ ନାହୁଁ) ସମ୍ପର୍କରେ କିଛି ଶୁଣି ନ ଥିତ୍ବେ। ଭାରତର ସାହସୀ ଯୋଦ୍ଧା ଅକ୍ଷୟ କୁମାର ଏବଂ ସଚିନ୍‌ ତେନ୍ଦୁଲକର ରିହାନ୍ନାଙ୍କ କ୍ଷେତ୍ରରେ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ, ୱାଶିଂଟନ୍‌ ପୋଷ୍ଟକୁ ବି ସେଭଳି ପ୍ରତିକ୍ରିୟା ଦେଲେ ନାହିଁ। ୱାଶିଂଟନ ପୋଷ୍ଟ ଯାହା ଲେଖିଛି, ପପ୍‌ ଷ୍ଟାରଙ୍କର ଲକ୍ଷ ଲକ୍ଷ ଫଲୋଅର ଥିଲେ ବି ମୋଦି ସେଥିପ୍ରତି ଧ୍ୟାନ ଦେଇନାହାନ୍ତି।
ବିଶ୍ୱର ସବୁଠାରୁ ସମ୍ମାନଜନକ ପତ୍ରିକା ‘ଇକୋନୋମିଷ୍ଟ’ ଏହାର ସଦ୍ୟତମ ସଂସ୍କରରେ ଏକ ଶୀର୍ଷକ ପ୍ରକାଶ କରିଛି,ଯେଉଁଥିରେ ଲେଖା ଅଛି- ‘ଭାରତ ସରକାରଙ୍କ ସମାଲୋଚନା, ପରିକଳ୍ପନା ଉପରେ ଆଧାରିତ ଓ ସମାଲୋଚକଙ୍କୁ ଅନୁସରଣ କରିବା ଅନ୍ୟାୟ।’ ୱାଶିଂଟନ ପୋଷ୍ଟ ଭଳି ଏହି ମାଗାଜିନ୍‌ ମଧ୍ୟ ଭାରତର ସବୁ ଘଟଣା ବିଷୟରେ ଅବଗତ ଅଛି। ଏଥିରେ କୁହାଯାଇଛି ଯେ ମୋଦି ସରକାରଙ୍କ କାର୍ଯ୍ୟକଳାପ ଏହାକୁ ବିଶ୍ୱସ୍ତରରେ ଲଜ୍ଜିତ କରିବା ସହ ମୂର୍ଖାମିର ପରିଚୟ ଦେଇଛି। ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଏହାର ଗୋଟିଏ କାରଣ ହେଉଛି, ଫେବୃୟାରୀ ପ୍ରାରମ୍ଭରେ ସରକାରଙ୍କ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଗୁରୁଜୀ ଗୋଲଓ୍ବାଲକରଙ୍କ ପ୍ରଚାର ସମ୍ପର୍କରେ ଦି ଇକୋନୋମିଷ୍ଟ ଉଲ୍ଲେଖ କରିଛି। ଇହୁଦିମାନଙ୍କ ସମସ୍ୟା ପାଇଁ ନାଜି ଜର୍ମାନୀର ନୀତି ହିନ୍ଦୁସ୍ତାନରେ ଆମମାନଙ୍କ ପାଇଁ ଏକ ଉତ୍ତମ ଶିକ୍ଷଣ ବିଷୟ ବା ଉଦାହରଣ ଯାହାକୁ ଆମେ ଶିଖିତ୍ବା ଓ ସେଥିରୁ ଲାଭ ଉଠାଇବା ଦରକାର- ଏହା ମିଷ୍ଟର ଗୋଲଓ୍ବାଲକରଙ୍କ ବିଶ୍ୱାସ ଥିଲା ବୋଲି ଉକ୍ତ ମାଗାଜିନ ଏହାର ପାଠକଙ୍କୁ ଅବଗତ କରିଛି। ଓ୍ବାଶିଂଟନ ପୋଷ୍ଟ ଦାବି କରିଛି କି, ଆମେ ଏକ ଗଣତନ୍ତ୍ର ନୋହଁୁ। ଆସନ୍ତୁ ଏହା ଉପରେ ନଜର ଦେବା। ଗଣତନ୍ତ୍ରକୁ ନାଗରିକ ସ୍ବାଧୀନତା, ମୌଳିକ ଅଧିକାର ଏବଂ ନ୍ୟାୟ ପ୍ରଦାନ ସହ ରହିବାକୁ ପଡ଼ିବ। ଏହି ସବୁ ବିଷୟ ଏକାଠି ସରକାରୀ ବ୍ୟବସ୍ଥାରେ ରହିଲେ ତାହାକୁ ଗଣତନ୍ତ୍ର କୁହାଯିବ। ଆମେ କେବଳ ନିର୍ବାଚନକୁ ଗଣତନ୍ତ୍ର ବୋଲି ଭାବୁ। କିନ୍ତୁ ଏଠାରେ ଏକ ସମସ୍ୟା ରହିଛି। ଭାରତ ୧୯୪୭ରେ ସ୍ବାଧୀନତା ପାଇଲା। କିପରି ଶାସନ କରିବେ ତାହା ନିର୍ଦ୍ଧାରଣ କରିବା ଓ ଆଇନ ପ୍ରଣୟନ କରି ବ୍ୟକ୍ତି ସ୍ବାଧୀନତା ଏବଂ ନାଗରିକ ଅଧିତ୍କାର ଉପଭୋଗ କରିବାକୁ ଏହା ଭାରତୀୟ ନାଗରିକମାନଙ୍କୁ ଏକ ସୁଯୋଗ ଦେଲା। ସାମୂହିକ ସ୍ତରରେ ସ୍ବାଧୀନତା ଏବେ ମୁଖ୍ୟତଃ ଭୋଟ ଦେବା ଅଧିକାରକୁ ବୁଝାଉଛି। ଏହା ମଧ୍ୟ ଇଂରେଜଙ୍କ ସମୟରେ ଥିଲା, ଯଦିଓ ସେ ସମୟରେ ଏହା ଉପରେ କଟକଣା ରହିଥିଲା। ଯେଉଁ ଶାସନ ବ୍ୟବସ୍ଥାରୁ ଭାରତକୁ ସ୍ବାଧୀନ କରାଗଲା, ସେଥିରେ ବି ଭାରତୀୟମାନଙ୍କର ଭୋଟ ଦେବାର ଅଧିକାର, ବ୍ୟବସ୍ଥାପକ ସଭା ଏବଂ ଆଇନ ଗଢିବାର କ୍ଷମତା ରହିଥିଲା। ତେବେ କେତେକ ସୀମିତ ବିଷୟ ଉପରେ ଏହା ରହିଥିଲା।
୧୯୪୭ ପରେ ଭାରତ ବ୍ୟକ୍ତି ସ୍ବାଧୀନତାକୁ ଅଧିକ ଦୃଢ କରିବା ଉପରେ ଧ୍ୟାନ ହେବା ଉଚିତ ଥିଲା। କିନ୍ତୁ ଭାରତ ଭୁଲ୍‌ କଲା। ନାଗରିକମାନଙ୍କୁ ସରକାର ଅଧିକାର ଛାଡ଼ିଲେ ନାହିଁ କି ଏହାକୁ ବିସ୍ତାର କଲେ ନାହିଁ। ସ୍ବାଧୀନତାକୁ ନେଇ ନାଗରିକଙ୍କ ଉପରେ ବଳ ପ୍ରୟୋଗ କରାଗଲା। ଅଭିବ୍ୟକ୍ତିର ସ୍ବାଧୀନତା, ବୃତ୍ତିଗତ ଓ ବ୍ୟବସାୟ କରିବାର ଅଧିକାର, ଶାନ୍ତିପୂର୍ଣ୍ଣ ସମାବେଶ, ସଂଘ ଗଢିବା, ସ୍ବତନ୍ତ୍ର ଭାବେ ଧର୍ମ ପ୍ରଚାର ଓ ପ୍ରସାର ଭଳି ମୌଳିକ ଅଧିକାରଗୁଡ଼ିକ ଏବେ ଭାରତରେ ନାହିଁ। ସମ୍ବିଧାନ ସଭା ଚାହିଁଥିଲେ ବି ଭାରତୀୟଙ୍କୁ ଏହା ଏବେ ମିଳୁନାହିଁ। ସରକାର ଏଗୁଡ଼ିକୁ ନାଗରିକମାନଙ୍କଠାରୁ ଛଡ଼ାଇ ନେଇ ଯାଇଛନ୍ତି। ବାକ୍‌ସ୍ବାଧୀନତାର ନିୟନ୍ତ୍ରଣ ଏବଂ ଅପରାଧୀକରଣ କରାଯାଇଛି। ରାଜଦ୍ରୋହ, ଆପରାଧିକ ମାନହାନୀ, ଆପରାଧିକ ଅବମାନନାରୁ ଏହା ଆରମ୍ଭ ହେଉଛି।
୧୯୫୦ରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ସମ୍ବିଧାନ ସଭା କୌଣସିି ବୃତ୍ତି କିମ୍ବା ବ୍ୟବସାୟ କରିବାର ସ୍ବାଧୀନତାକୁ ନିଶ୍ଚିତ କରିଥିବାବେଳେ ଏହା ଗୋ ହତ୍ୟାକୁ ଅନୁମତି ଦେଇ ନ ଥିଲା, କାରଣ ଏହା ହିନ୍ଦୁମାନଙ୍କୁ ଆଘାତ ଦେଇଥିତ୍ଲା। ସମ୍ବିଧାନ ସର୍ବୋଚ୍ଚରେ ଥିଲାବେଳେ ହିନ୍ଦୁମାନଙ୍କ ଭାବନା ତା’ଠାରୁ ଆହୁରି ଉଚ୍ଚରେ ରହିଥିଲା। ଶାନ୍ତିପୂର୍ଣ୍ଣ ଭାବେ ସମାବେଶ ଏବଂ ପ୍ରତିବାଦ ଅଧିକାର, ପ୍ରଚାର କରିବାର ଅଧିକାର ଓ ବୃତ୍ତିଗତ ଅଧିକାରର ଆପରାଧୀକରଣ କରାଯାଇଛି। ଏବେ ସରକାର ଏହି ଅଧିକାରଗୁଡ଼ିକୁ ଓଲଟପାଲଟ କରିଦେଇଛନ୍ତିି। ଏବେକାର ସରକାର ଭାରତୀୟମାନଙ୍କ ଅଧିକାର ଉପରେ ତାଙ୍କ ଅଧିକାରକୁ ଏମିତି ଲଦି ଦେଇଛନ୍ତିି ଯେ, ଯିଏ ଦେଶ ବିରୋଧରେ ସ୍ବର ଉଠାଇବ ତାକୁ ପୂରା ତଳିତଳାନ୍ତ କରିଦେବେ। ଏହା ସେହି ଘଟଣା ଯାହା ଓ୍ବାଶିଂଟନ ପୋଷ୍ଟ ଏବଂ ଦି ଇକୋନୋମିଷ୍ଟ ଲେଖୁଛନ୍ତି। ସେମାନେ ବାଢ଼ିଥିବା ଅଭିଯୋଗ ଉପରେ ଭାରତ ସରକାର ନୀରବ ରହିବାର କାରଣ ହେଉଛି ସେମାନଙ୍କ ଲେଖା ସତ। ଆମେ ଜଣେ ପପ ଗାୟିକାଙ୍କ ମୁହଁ ବନ୍ଦ କରିପାରିବା, କାରଣ ସେ ଜଣେ ଯୁବତୀ। ଓ୍ବାଶିଂଟନ ପୋଷ୍ଟ ଏବଂ ଦି ଇକୋନୋମିଷ୍ଟକୁ ଏଥିରୁ ଦୂରେଇ ରହିବାକୁ କହିବା ଅତ୍ୟନ୍ତ କଷ୍ଟକର। ଏଣୁ ଚୁପ୍‌ ରହିବା ସବୁଠୁ ଭଲ ବିକଳ୍ପ। ଭାରତ ସରକାର ଲଗାତର କାର୍ଯ୍ୟାନୁଷ୍ଠାନ ନେବା ଏବଂ ନାଗରିକମାନଙ୍କ ପ୍ରତି ଯାହା କରୁଛନ୍ତି, ସେଥିତ୍ରେ ଭାରତର ଅନ୍ତଃରାଷ୍ଟ୍ରୀୟ ଭାବମୂର୍ତ୍ତି ନକାରାମତ୍କ ହୋଇଛି। ଠିକ୍‌ ସମୟରେ ଆମେ ଘଟଣା ସବୁକୁ ଖୁବ ନିକଟରୁ ଦେଖୁଛେ। ଏହାଦ୍ୱାରା ଆମର କ’ଣ କ୍ଷତି ହୋଇଛି ତାହା ହିସାବ କରିବାକୁ ଆମେ ସକ୍ଷମ ହେବା। କିନ୍ତୁ ଏହା ଗୌଣ ହୋଇଯାଇଛି ଓ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲେ ବି ଏଥିପ୍ରତି ସରକାରଙ୍କର ଖାତିର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?