ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେଲା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଏଣିକି ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେବ। ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏକ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରେତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତି । ଏଥିପାଇଁ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି।

ବିଭଗୀୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ପ୍ରଚଳିତ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ସ୍ତରରୁ ମିଳିଥିବା ମତାମତକୁ ଏକ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିଥିଲେ । କମିଟିଙ୍କ ନିଷ୍ପତି ଅନୁସାରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷଠାରୁ ନୂଆ ନର୍ସିଂ, ଡି.ଫାର୍ମା, ବି. ଫାର୍ମା, ଏମ୍‌. ଫାର୍ମା, ଡି.ଏମ୍‌.ଏଲ୍‌.ଟି, ଡି.ଏମ୍‌.ଆର୍‌.ଟି., ଫିଜିଓଥେରାପି, ଅକୁପେସନାଲ୍‌ ଥେରାପି ଓ ଆନୁସାଙ୍ଗିକ ବିଷୟରେ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଦରଖାସ୍ତକାରୀଙ୍କୁ ଜି.ଆଇ.ଏସ୍‌. ଏବଂ ଗ୍ୟାପ୍‌ ଆନାଲିସିସ୍‌ ତଥ୍ୟ ଦେବାକୁ ପଡିବ ନାହିଁ । ଏସବୁ ଅନୁଷ୍ଠାନଗୁଡିକର ଭିତ୍ତିଭୂମି ଓ ଦକ୍ଷତା ଆକଳନ ସମ୍ପୃକ୍ତ ବିଷୟରେ ବିଶେଷଙ୍କ କମିଟି ଦ୍ୱାରା କରାଯିବ । ଆକଳନରେ ଜିଲାପାଳ, ଅତିରିକ୍ତ ଜିଲାପାଳ, ବି.ଡି.ଓ., ତହସିଲ୍‌ଦାର ଆଦିଙ୍କର ସମ୍ପୃକ୍ତି ଦରକାର ହେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ ଗାଡ଼ି ସଉକ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଅତିରିକ୍ତ ଏସ୍‌ପି(କମ୍ୟୁନିକେଶନ) ତ୍ରିନାଥ ମିଶ୍ରଙ୍କ ଘର ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯିବା ପରେ ବହୁ କୋଟିର ସମ୍ପତ୍ତି ଠାବ କରାଯାଇଛି।...

ଦଶହରାରେ ଛାତ୍ରୀଙ୍କୁ ଅପହରଣ

ବାରିପଦା ଅଫିସ,୧୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁୁ ଅପହରଣ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁୁ ଗିରଫ ପରେ...

ଲୋକସେବା ଭବନରେ କରୋନା କଟକଣା: କମିଲା କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଘାତକ ଭୂତାଣୁର...

ଓଡ଼ଗାଁ ଏନ୍‌ଏସି: ପଲିଥିନ ବ୍ୟବହାର ଉପରେ କଟକଣା

ଓଡ଼ଗାଁ,୨୨ା୬(ସ୍ବ.ପ୍ର.): ଶୁକ୍ରବାର ଓଡଗାଁ ଏନ୍‌ଏସି ତରଫରୁ ଆନୁଷ୍ଠାନିକ ଭାବେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ଏଥିନିମନ୍ତେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନଙ୍କ ମଧ୍ୟରେ ସଚେତନତା...

ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ, ଏ ବିଷୟରେ ଅନୁଧ୍ୟାନ କରିବାକୁ ରାଜସ୍ବମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ୧୩ଟି ଜିଲା ଥିଲା, ସେଥିପାଇଁ ୩ଟି ରାଜସ୍ବ ଡିଭିଜନ କମିଶନର(ଆର୍‌ଡିସି) ଖୋଲାଯାଇଥିଲା। ୧୩ରୁ ୩୦ ଜିଲା ହେଲା ମାତ୍ର କୌଣସି ନୂଆ ଆର୍‌ଡିସି କାର୍ଯ୍ୟାଳୟ...

ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପ୍ରଥମ ଡୋଜ ଟିକା ନେଇଥିବା ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣକୁ ନେଇ ବିଏମ୍‌ସି ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅବଧି ଶେଷ ହେଉଥିବାରୁ ଅଗ୍ରାଧିକାର...

ରାଜ୍ୟରେ ୩୫% କମ୍‌ ବର୍ଷା

ଭୁବନେଶ୍ୱର,୨୮ା୬(ବ୍ୟୁରୋ):ଦୁର୍ବଳ ମୌସୁମୀ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଲାଣି। ରାଜ୍ୟର ଚାଷୀମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ବର୍ଷା ନ ଥିବାରୁ ଚାଷୀ ହାତ...

ବଳାତ୍କାର ପ୍ରସଙ୍ଗରେ ଗୃହରେ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅଧୀନ ତିରୁନା ଗ୍ରାମପଞ୍ଚାୟତର ତେନ୍ତୋଇ ଗ୍ରାମର ଜଣେ ଅନୁସୂଚିତ ଜାତି(ଏସ୍‌ସି) ଝିଅର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ବିଧାନସଭାର...

Advertisement
Archives

Model This Week