ଗାଜା ଶାନ୍ତି ଯୋଜନାକୁ ଇସ୍ରାଏଲ୍‌ର ପ୍ରତ୍ୟାଖ୍ୟାନ

ଜେରୁଜେଲମ୍‌, ୧୦ା୮: ଗାଜା କିମ୍ବା ଓ୍ବେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନ ହୋଇପାରିବ ନାହଁି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିବା ସହ ୧୫-ସୂତ୍ରୀ ଗାଜା ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ଗାଜା ଯୁଦ୍ଧ ବନ୍ଦ କରିବା ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉଦ୍ୟମକୁ ଶକ୍ତ ଧକ୍କା ଲାଗିଛି। ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଗାଜା କିମ୍ବା ଓ୍ବେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ହେବ ନାହିଁ ବୋଲି କହିଥିବା ଇସ୍ରାଏଲୀ ଗଣମାଧ୍ୟମ ପ୍ରକାଶ କରିଛି। ଟ୍ରମ୍ପ୍‌ଙ୍କ ଦ୍ୱାରା ଘୋଷିତ ୧୫ ସୂତ୍ରୀ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ନେତାନ୍ୟାହୁ କହିଛନ୍ତି, ହମାସ୍‌ ସମ୍ପୂର୍ଣ୍ଣ ନିରସ୍ତ୍ର ନ ହେବା ପର୍ଯ୍ୟନ୍ତ ଗାଜାରୁ ଇସ୍ରାଏଲ୍‌ ଓହରିଯିବ ନାହିଁ।
ଟ୍ରମ୍ପ୍‌ ତାଙ୍କ ଶାନ୍ତି ଯୋଜନାକୁ ଏକ ବଡ଼ ସଫଳତା ବୋଲି ଘୋଷଣା କରିଥିବାବେଳେ ନେତାନ୍ୟାହୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ହମାସ୍‌ ମଧ୍ୟ ନିଜର ସର୍ତ୍ତ ରଖୁଥିଲାବେଳେ ନେତାନ୍ୟାହୁ ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ଆମେରିକା ସମର୍ଥତ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାଠାରୁ ବହୁ ଦୂରରେ ଉଭୟ ପକ୍ଷ ରହିଥିବା ସ୍ପଷ୍ଟ ହୋଇଯାଇଛି। ଯାହା ହୋଇଯାଉ ନା କାହିଁକି, ହମାସ୍‌ ସମ୍ପୂର୍ଣ୍ଣ ନିରସ୍ତ୍ର ନ ହେବା ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଏହାର ବର୍ତ୍ତମାନର ସ୍ଥିତିରୁ ଓହରିବ ନାହିଁ ବୋଲି ଗତ ସପ୍ତାହରେ ଏହାର ଜଣେ ଅଧିକାରୀ କହିଥିଲେ। ନେତାନ୍ୟାହୁ ଏବେ ସେହି ଆଭିମୁଖ୍ୟ ଉପରେ ଜୋର୍‌ ଦେଇଛନ୍ତି ଓ ଗାଜାରୁ ଇସ୍ରାଏଲ୍‌ ସେନା ପ୍ରତ୍ୟାହାର କରିବ ନାହିଁ ବୋଲି କହିଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ ମହିଳା ଗୁରୁତର ହୋଇଛି। ଗୁରୁତର ମହିଳା ହେଲେ…

ପୁଣି ଅଧିନାୟକ ହେଲେ ସୂର୍ଯ୍ୟକୁମାର, ହାର୍ଦ୍ଦିକଙ୍କୁ ବି ମିଳିଲା ସୁଯୋଗ: ଧୁରନ୍ଧର ଖେଳାଳିଙ୍କୁ ନେଇ ଘୋଷଣା ହେଲା ଦଳ

ନୂଆଦିଲ୍ଲୀ, ୯।୧୧: ଟିମ ଇଣ୍ଡିଆକୁ T20 ବିଶ୍ୱକପ ୨୦୨୬ରେ ବିଶ୍ୱବିଜେତା କରାଇଥିବା ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ…

ସରକାରଙ୍କ ବଡ଼ ଘୋଷଣା: ସରକାରୀ କାମରେ ବିଳମ୍ବ କଲେ ଗଣିବେ ଜରିମାନା

ନୂଆଦିଲ୍ଲୀ, ୯।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ସରକାରୀ ସେବା…

ଫୋନରେ କଥା ହେଲେ ଜେଲେନସ୍କି-ମୋଦି: ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯୁଦ୍ଧ ଶେଷ ପାଇଁ …

ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି…

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?