ଇସ୍ରାଏଲ ଗଢ଼ିଲା ଏକତା ସରକାର

ଜେରୁଜେଲମ୍‌/ଗାଜା ସିଟି,୧୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଜଣେ ବରିଷ୍ଠ ବିରୋଧୀ ନେତା ବୁଧବାର ଯୁଦ୍ଧକାଳୀନ ଏକତା ସରକାର ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି। ଯୁଦ୍ଧରେ ୨,୨୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିବାବେଳେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ବିରୋଧରେ ଚାଲିଥିବା ଅପରେଶନ୍‌କୁ ଏହି ୟୁନିଟି ଗଭର୍ନମେଣ୍ଟ ଅନୁଧ୍ୟାନ କରିବ।
ଯୁଦ୍ଧ ଉଦ୍ୟମକୁ ବଳ ଦେବା ଲାଗି ପୂର୍ବରୁ ଜରୁରିକାଳୀନ ଏକତା ସରକାରରେ ନିଃସର୍ତ୍ତ ସାମିଲ ହେବା ନେଇ ନ୍ୟାଶନାଲ ୟୁନିଟି ପାର୍ଟି ନେତା ବେନ୍ନି ଗାଣ୍ଟ୍‌ଜ ସଙ୍କେତ ଦେଇଥିଲେ। ବୁଧବାର ସେ ନେତାନ୍ୟାହୁଙ୍କ ସହ ଏକ ମିଳିତ ବିବୃତିରେ ସମାନ କଥା ଦୋହରାଇଛନ୍ତି। ଅତୀତରେ ପ୍ରତିରକ୍ଷା ମନ୍ତ୍ରୀ ଓ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଏଫ୍‌ଡି) ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବେନ୍ନି କହିଛନ୍ତି, ସେମାନେ ଏକ ୫ ଜଣିଆ ‘ଯୁଦ୍ଧ-ପରିଚାଳନା’ କ୍ୟାବିନେଟ୍‌ ଗଠନ କରିବେ। ସେଥିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗଲ୍ଲାଣ୍ଟ, ୨ ଜଣ ଶୀର୍ଷ ଅଧିକାରୀ ଏବଂ ସେ ନିଜେ ସଦସ୍ୟ ରୂପେ ରହିବେ। ମୁଖ୍ୟ ବିରୋଧୀ ନେତା ୟାର ଲାପିଡ୍‌ଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଯୁଦ୍ଧ ସମୀକ୍ଷା

୧. ୧୯୭୩ର ୟୋମ୍‌ କିପ୍ପୁର ଯୁଦ୍ଧ ସହ ତୁଳନା କଲେ ଇସ୍ରାଏଲୀ ସାମରିକ ବଳର ଗତି ଉଭୟ ସମୟ ଓ ମୁତୟନ କ୍ଷେତ୍ରରେ ଅଧିକ ବିଳମ୍ବିତ ହୋଇଥିବା ମନେହୁଏ। ଇସ୍ରାଏଲ ଭଳି ଏକ ଛୋଟ ଦେଶ ପାଇଁ ଏହା ଅତ୍ୟନ୍ତ ଅସ୍ବାଭାବିକ।
୨. ହମାସ୍‌ ଅନୁପ୍ରବେଶର ମୁକାବିଲା ପାଇଁ ଜବାବ ଦେବାକୁ ଇସ୍ରାଏଲକୁ ଅଧିକ ସମୟ ଲାଗିଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, କୌଣସି ମଣିଷ ଥିବା ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌ ସେଠାରେ ନ ଥିଲା। ଏହା ପ୍ରଥମ ୪-୫ ଘଣ୍ଟାର ଦୟନୀୟ ସ୍ଥିତିକୁ ଦର୍ଶାଉଛି। ସମ୍ପୂର୍ଣ୍ଣ ଅଚଳାବସ୍ଥା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି।
୩. କୌଣସି ଦେଶ ପାଇଁ ବିଶେଷକରି ସବୁ ସୀମାରେ ଲଢ଼ିଥିବା ଇସ୍ରାଏଲ କ୍ଷେତ୍ରରେ ଏକ ପରିଭାଷିତ ସାମରିକ କ୍ଷେତ୍ରର ସୁରକ୍ଷା କରୁଥିବା ଢାଞ୍ଚାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅନୁଚିତ, ଯାହାକି ଇସ୍ରାଏଲର ଦକ୍ଷିଣାଞ୍ଚଳରେ ଦେଖିବାକୁ ମିଳିଥିଲା। ଏକ ବ୍ରିଗେଡ୍‌କୁ ଓ୍ବେଷ୍ଟ ବ୍ୟାଙ୍କକୁ ସ୍ଥାନାନ୍ତର କରାଯିବା ଦ୍ୱାରା ଦକ୍ଷିଣ ଇସ୍ରାଏଲ ପ୍ରତିରକ୍ଷାବିହୀନ ହୋଇଯାଇଥିଲା।
୪. ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁ ଅଭେଦ୍ୟ ସୁରକ୍ଷାକୁ ନେଇ ଭୁଲ୍‌ ଧାରଣା ଦେଇଥାଏ। କାରିଗରି ବିଦ୍ୟା ମଣିଷକୁ ଶକ୍ତି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରେ। କିନ୍ତୁ ପରିଶେଷରେ ମୁହଁାମୁହଁ ସଂଘର୍ଷ ବେଳେ ସାହସୀ ସୈନ୍ୟମାନେ ହିଁ ବିଜୟୀ ହୋଇଥାଆନ୍ତି।
୫. ସେନା ବ୍ୟତୀତ ଅନ୍ୟ କୌଣସି ଅଙ୍ଗ ବା ସଙ୍ଗଠନ ଜନଶକ୍ତି ହ୍ରାସର ଅଧୀନ ନୁହେଁ, ଯାହାକୁ ନାଗରିକ ସର୍ବସ୍ବ ଅନୁଶାସନ ଦ୍ୱାରା ଚୁପ୍‌ କରାଯାଇପାରିବ। ପର୍ଯ୍ୟାପ୍ତ ସାମରିକ ବଳ ମୁତୟନକୁ ନିଜ ନିଜ କ୍ଷେତ୍ର ପାଇଁ ଉତ୍ତରଦାୟୀ କରାଯାଇପାରିବ। କିନ୍ତୁ ସାମରିକ ପ୍ରସ୍ତୁତି ପରିବର୍ତ୍ତେ ମନଲୋଭା ବଜେଟ ଓ ରାଜନୈତିକ ସୁବିଧାବାଦରେ ସନ୍ତୁଳନ ରକ୍ଷା ଉଦ୍ୟମ କରୁଥିବା ତଥା ଅମଲାତନ୍ତ୍ରୀ କଲମ ଚଳାଉଥିବା ନିର୍ବୋଧଙ୍କୁ ଉତ୍ତରଦାୟୀ କରାଯାଇପାରିବ ନାହିଁ।
୬. ଏପରି କି ଗତ ୭ ତାରିଖରେ ହମାସ୍‌ ଆକ୍ରମଣ କରିବାର ପଞ୍ଚମ ଦିନରେ ମଧ୍ୟ ଗାଜାରେ ଇସ୍ରାଏଲ ପକ୍ଷରୁ ଉପଯୁକ୍ତ ଭାବେ ଆକ୍ରମଣ ଆରମ୍ଭ ହୋଇପାରି ନାହିଁ। ସେନ୍ୟ ଓ ଉପକରଣ ଠୁଳ କରିବା ପାଇଁ ଅନେକ ସମୟ ଲାଗିଯାଇଛି। ଫଳରେ ଗାଜାରୁ ନିଜ ସମ୍ପତ୍ତି ଅନ୍ୟତ୍ର ନେବା ପାଇଁ ହମାସ୍‌କୁ ପର୍ଯ୍ୟାପ୍ତ ସମୟ ମିଳିଛି। ଏହାଦ୍ୱାରା ଗାଜା ବାହାରୁ ଆଉ ଦିନେ ଲଢ଼ିବା ପାଇଁ ହମାସ୍‌ ସୁଯୋଗ ପାଇଛି।

ଗାଜାରେ ରକେଟ୍‌ ବର୍ଷା

ଗାଜା ଆକାଶରୁ ମୃତ୍ୟୁ ରୂପରେ ଖସୁଛି ତୁହାକୁ ତୁହା ରକେଟ୍‌। ଇସ୍ରାଏଲ କରୁଛି ବୋମା ବର୍ଷା। ଏଥିରେ ବିଦ୍ୟୁତ୍‌ ସରବରାହ କେନ୍ଦ୍ରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅନ୍ଧାରରେ ଥିବା ଲୋକେ ପିଇବାକୁ ପାଣି ଓ ଖାଇବାକୁ ଆହାର ନ ପାଇ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗାଜା ସିଟିର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ଯୁଦ୍ଧ ପ୍ରଭାବିତମାନେ ଭଗ୍ନାବଶେଷ ତଳେ ନିଜ ଆମତ୍ୀୟଙ୍କୁ ଖୋଜୁଛନ୍ତି। ହମାସ୍‌ ମଧ୍ୟ ଇସ୍ରାଏଲକୁ ଆକ୍ରମଣ ଜାରି ରଖିଛି। ଯୁଦ୍ଧର ପଞ୍ଚମ ଦିନରେ ଇସ୍ରାଏଲୀଙ୍କ ମୃତ୍ୟୁସଂଖ୍ୟା ୧୨୦୦ରେ ପହଞ୍ଚତ୍ଥିବାବେଳେ ଗାଜା ମୃତକଙ୍କ ସଂଖ୍ୟା ୧୧୦୦ ଟପିଛି। ମୃତକଙ୍କ ମଧ୍ୟରେ ୨୨ ଆମେରିକୀୟ ଅଛନ୍ତି। ଅନ୍ୟ ୧୭ ଆମେରିକୀୟଙ୍କ ପତ୍ତା ମିଳୁନାହିଁ ବୋଲି ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି।

ଭାରତର ‘ଅପରେଶନ୍‌ ଅଜୟ’

ଇସ୍ରାଏଲରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାରକରି ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେଶନ୍‌ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ବର୍ତ୍ତମାନ ୧୮,୦୦୦ ଭାରତୀୟ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍‌ ଓ ଅନ୍ୟ ବ୍ୟବସ୍ଥା କରାଯାଇଛି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏକ୍ସ’ରେ ସୂଚନା ଦେଇଛନ୍ତି।
ଯୁଦ୍ଧ ପ୍ରଭାବିତ ଇସ୍ରାଏଲର ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ନାଗରିକମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ଡେସ୍କ ଖୋଲାଯାଇଛି। ସହାୟତା ପାଇଁ +୯୭୨-୩୫୨୨୬୭୪୮ ଏବଂ +୯୭୨-୫୪୩୨୭୮୩୯୨ ନମ୍ବରକୁ ଭାରତୀୟମାନେ ଫୋନ୍‌ କରିପାରିବେ। ଭାରତୀୟମାନଙ୍କୁ ସତର୍କ ରହି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରୋଟୋକଲ ମାନିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?