ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ଖଣ୍ଡପଡ଼ା,୧୨ା୧୦(ଅଜୟ କୁମାର ମହାରଣା)ସମାଜରେ ବିଶ୍ୱନୀୟତା, ବନ୍ଧୁତା ଏବଂ ଆତ୍ମିୟତା କ୍ରମଶଃ ଦୂରେଇ ଯାଉଛି। ପ୍ରତି ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ଅନ୍ୟର ଦୁଃଖ, ସୁଖ ପ୍ରତି ଦୃଷ୍ଟି ଦେବାକୁ ସମୟ ପାଉ ନାହାନ୍ତି। ହେଲେ ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ଅଞ୍ଚଳର କେତେକ ସହପାଠୀ ବନ୍ଧୁତାର ଉଦାହରଣ ସାଜିଛନ୍ତି।
ସମ୍ପୂର୍ଣ୍ଣ ଘଟଣାଟି ଏମିତି..

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମଝିସାହି ପାଟଣା ଗ୍ରାମର ରବିନ୍ଦ୍ର ନାଥ ସାହୁଙ୍କ ଝିଅ ଜୟନ୍ତୀ, କଟକ ଜିଲା ବଡମ୍ବା ଥାନା ଅଧୀନ ଗୋପୀନାଥପୁରର ବସନ୍ତ କୁମାର ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଜୟନ୍ତୀଙ୍କ ବାପା ଚା’ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଜ୍ୱାଇଁ ବସନ୍ତ ମଧ୍ୟ ପର ଦୁଆରେ ମୂଲ ଲାଗି ସଂସାର ଚଳାଉଥିଲେ। ଏପରି ପରିସ୍ଥିତିରେ ଶାଶୁ ଘର ଲୋକମାନଙ୍କ ସହ ଉଭୟ ଜୟନ୍ତୀ ଓ ତାଙ୍କ ସ୍ବାମୀ ବସନ୍ତଙ୍କ ଭଲ ସମ୍ପର୍କ ନ ଥିଲା। ପରଦୁଆରେ ମୂଲ ଲାଗିଲେ ଯାହା ମିଳୁଥିଲା ସେଥିରେ ଓଳିଏ ଖାଇଲେ ଆରଓଳିକୁ ଉପାସ ରହିବାକୁ ପଡୁଥିଲା। ଜୟନ୍ତୀଙ୍କ ଏକମାତ୍ର ଝିଅ ସ୍ମୃତି ସେଥିପାଇଁ ଅଜାଆଇଙ୍କ ପାଖରେ ରହୁଥିଲେ। ନାତୁଣୀକୁ ୩ ବର୍ଷ ହେବା ପରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ତାଙ୍କର ନାମ ଲେଖାଇଥିଲେ ଅଜା। ଅରୁଣ ଓ ପରେ ଉଦୟ ଶ୍ରେଣୀରେ ପାଠ ପଢିବା ପରେ ସ୍ମୃତି ଆସନ୍ତା ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବ। ହେଲେ ଇତିମଧ୍ୟରେ ଅଜା ରବିନ୍ଦ୍ରଙ୍କ ଗତବର୍ଷ ପରଲୋକ ଘଟିଥିଲା। ପରବର୍ତ୍ତୀ ସମୟରେ ସ୍ମୃତିଙ୍କ ବାପା ବସନ୍ତଙ୍କ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ଏପରି ପରିସ୍ଥିତିରେ ଜୟନ୍ତୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ। ତଥାପି ତାଙ୍କ ଦୁଃଖ ସରି ନ ଥିଲା। ଗତ ସେପ୍ଟେମ୍ବରରେ ଜୟନ୍ତୀ ଶାଶୁ ଘରୁ ବାପା ଘରକୁ ଝିଅ ସ୍ମୃତିକୁ ଦେଖିବାକୁ ଆସିଥିଲେ। ହେଲେ ସେହି ମାସ ୧୩ ତାରିଖ ଦିନ ବାପା ଘରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁନିଆକୁ ଜାଣିବା, ବୁଝିବା ଓ ଚିହ୍ନିବା ପୂର୍ବରୁ ୫ବର୍ଷର ଝିଅ ସ୍ମୃତି ବେସାହାର ହୋଇପଡିଥିଲେ। ଏବେ ସ୍ମୃତି ମାଉସୀ ରଶ୍ମିତା(୨୨)ଙ୍କ ହେପାଜତରେ ଅଛନ୍ତି। ରଶ୍ମିତା ଘର ଚଳାଇବା ପାଇଁ ଟିଉଶନ କରୁଛନ୍ତି। ମାମୁ ସୌମ୍ୟ ରଞ୍ଜନ(୨୦) ବିଦ୍ୟୁତ ମିଟର ରିଡିଂ କାମ କରିବା ସହ ବିଲ କଲେକ୍ସନ କରି ଯାହା ପ୍ରାପ୍ୟ ପାଉଛନ୍ତି ସେଥିରେ ଦୁଃଖେ କଷ୍ଟେ ସାରା ପରିବାରକୁ ଚଳାଉଛନ୍ତି। ସ୍ମୃତିଙ୍କ ଏପରି ଦୁଃଖ ଦେଖି ମୃତା ଜୟନ୍ତୀଙ୍କ ମାଟ୍ରିକ ବ୍ୟାଚର କେତେଜଣ ସହପାଠିନୀ ଓ ସହପାଠୀ ଏଦିଗରେ ସହାୟତା ହାତ ବଢ଼ାଇଛନ୍ତି। ସୋମାନେ ଏକ ହ୍ବାଟସପ ଗ୍ରୁପ କରିଛନ୍ତି। ଏହି ଗ୍ରୁପରେ ପ୍ରାୟ ୪୦ ଜଣ ସହପାଠିନୀ, ସହପାଠୀ ଅଛନ୍ତି। ସ୍ମୃତିଙ୍କୁ କିପରି ସାହାଯ୍ୟ ସହଯୋଗ କରିହେବ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି। ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଶ୍ରଦ୍ଧାଞ୍ଜଳି ମହାରଣା, ସସ୍ମିତା ସାହୁ, ରବିନ୍ଦ୍ର କୁମାର ସାହୁ, ଚିନ୍ମୟ କୁମାର ଚୌଧୁରୀ। ହ୍ବାଟସପ ଗ୍ରୁପ ମାଧ୍ୟମରେ ଏ ସମ୍ପର୍କରେ ଅନ୍ୟ ସହପାଠୀମାନଙ୍କୁ ଅବଗତ କରାଇଥିଲେ। ସହପାଠୀମାନଙ୍କ ମଧ୍ୟରୁ ଅନେକ ସ୍ବଚ୍ଛଳ ଅବସ୍ଥାରେ ନ ଥିଲେ ବି ସେମାନଙ୍କ ଯାହାକିଛି ସହଯୋଗ କୁନି ଝିଅର ଭବିଷ୍ୟତ ପାଇଁ ଆଶାର କିରଣ ପାଲଟିଛି। ଏହି ଖବର ହ୍ବାଟସଆପ ମାଧ୍ୟମରେ ସୂଚନା ପାଇବା ପରେ ଜଣେ ସହପାଠୀ ଫଣି ଭୂଷଣ ମହାନ୍ତି ଓ ବଳରାମ ବଳିୟାର ସିଂ ପ୍ରମୁଖ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ସହପାଠୀମାନଙ୍କଠାରୁ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା ରାଶି ସଂଗ୍ରହ କରାଯାଇଥିଲା। ଆଦାୟ ହୋଇଥିବା ସେହି ଟଙ୍କାକୁ ସ୍ମୃତି ନାମରେ କଣ୍ଟିଲୋ ଡ଼ାକଘରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଏକ ଆକାଉଣ୍ଟରେ ଜମା କରାଯାଇଛି। ଉକ୍ତ ଆକାଉଣ୍ଟରେ ଇତିମଧ୍ୟରେ ୭୪ ହଜାର ୫ ଶହ ୧୮ଟଙ୍କା ଜମା ରଖାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନା ଅନୁସାରେ ସୃତିକୁ ୧୮ବର୍ଷ ହେବା ପରେ ଉକ୍ତ ଅର୍ଥ ସ୍ମୃତିର ଆବଶ୍ୟକ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ସହପାଠୀମାନେ ଆଶା ପ୍ରକଟ କରିଛନ୍ତି। ତେବେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସ୍ମୃତିକୁ ସହାୟତାର ହାତ ବଢାଇବାକୁ ଚାହୁଁଥିଲେ କଣ୍ଟିଲୋ ଉପ ଡ଼ାକଘରେ ଥିବା ସୁକନ୍ୟା ଆକାଉଣ୍ଟ ନଂ-୪୩୩୯୦୬୭୫୫୦ରେ ଜମା କରିବାକୁ ସହପାଠୀମାନେ ନିବେଦନ କରିଛନ୍ତି। ଅନ୍ୟପକ୍ଷେ ସ୍ମୃତି ପାଠ ପଢ଼ୁଥିବା ସ୍କୁଲର କର୍ମକର୍ତ୍ତା ସମସ୍ତ ପଢାଖର୍ଚ୍ଚ ବହନ କରିବେ ବୋଲି ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର କର ଓ ପ୍ରଧାନ ଶିକ୍ଷକ କାଶୀନାଥ ମହାରଣା ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?