ବିଦ୍ୟାଳୟରେ ପିଇବା ପାଣି, ଶୌଚାଳୟ ସମସ୍ୟା

ରସୁଲପୁର,୧୨ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଇବାପାଣି ଓ ଶୌଚାଳୟ ସମସ୍ୟା ଲାଗିରହିଛି। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ସେମାନେ ବିଦ୍ୟାଳୟ ପରିସରରେ ପହଞ୍ଚତ୍ ପ୍ରଧାନଶିକ୍ଷୟିତ୍ରୀ ମୋନାଲିସା ଭଞ୍ଜଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ ଧାରଣରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଉକ୍ତ ବିଦ୍ୟାଳୟରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୩୩ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି। ହେଲେ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳର ଅଭାବ ସ୍ଥାୟୀ ସମସ୍ୟାରେ ପରିଣତ ହୋଇଛି। ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ବିଦ୍ୟାଳୟ ଅବସ୍ଥିତ ଥିବାରୁ ଏଠାରେ ଖୋଳାଯାଇଥିବା ନଳକୂପଗୁଡ଼ିକରୁ ଲୌହଯୁକ୍ତ ପାଣି ବାହାରୁଛି। ଉକ୍ତ ପାଣି ପିଇବା ଉପଯୋଗୀ ହୋଇପାରୁନାହିଁ। ଏହି ସମସ୍ୟାରୁ ମୁକୁଳିବା ପାଇଁ ବିଦ୍ୟାଳୟ ପକ୍ଷରୁ ଏକ ଛୋଟ ଆକ୍ୱାଗାର୍ଡ ଲଗାଯାଇଛି। ହେଲେ ଉକ୍ତ ମେଶିନଟି ପିଲାଙ୍କୁ ପାନୀୟ ଜଳ ଯୋଗାଇ ପାରୁନାହିଁ। ଅଧିକାଂଶ ପିଲା ଲୌହ ମିଶା ପାଣି ପିଇ ରୋଗର ଶିକାର ହେଉଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଆସୁଛନ୍ତି। ଏହାଛଡ଼ା ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଶୌଚାଳୟ ରହିଛି। ମାତ୍ର ବାଳକଙ୍କ ପାଇଁ ଶୌଚାଳୟ ନାହିଁ। ସେମାନେ ଖୋଲା ପଡ଼ିଆରେ ମଳମୂତ୍ର ତ୍ୟାଗ କରୁଛନ୍ତି। ଏଭଳି ଚିରାଚରିତ ସମସ୍ୟାକୁ ନେଇ ଅଭିଭାବକଙ୍କ ଅଶାନ୍ତି ଚରମସୀମାରେ ପହଞ୍ଚତ୍ଛି। ଅଭିଭାବକମାନେ ମେଳି ବାନ୍ଧି ବିଦ୍ୟାଳୟ ପରିସରରେ ପହଞ୍ଚତ୍ଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସରପଞ୍ଚ ଅବଗତ ହେବାପରେ ତାଙ୍କ ସହଯୋଗୀଙ୍କୁ ପଠାଇ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରାଇଥିଲେ। ସପ୍ତାହକ ମଧ୍ୟରେ ବିଦ୍ୟାଳୟରେ ଏକ ବଡ ଆକ୍ୱାଗାର୍ଡ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଘନଘନ ବିଜୁଳି କାଟ ଯୋଗୁ ପାଣିଛଣା ମେଶିନ କାମ କରୁ ନ ଥିବାରୁ ପିଲାମାନେ ପିଇବା ପାଣିରୁ ବଞ୍ଚତ୍ତ ହେଉଛନ୍ତି। ତା’ର ଆଶୁ ସମାଧାନ ପାଇଁ ବିଦ୍ୟାଳୟରେ ଏକ ଇନଭର୍ଟର ସ୍ଥାପନ କରିବାକୁ ଅଭିଭାବକ ଦାବି କରିଥିଲେ। ଏଥିସହ ବାଳକମାନଙ୍କ ପାଇଁ ତୁରନ୍ତ ଶୌଚଳାୟ ବ୍ୟବସ୍ଥା କରିବାକୁ ଦାବିପତ୍ର ପ୍ରଦାନ କରି ଫେରି ଯାଇଥିଲେ। ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଭଞ୍ଜଙ୍କୁ ପଚାରିବାରେ ସେ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ୟୁ-ଡାଇସି ରିପୋର୍ଟରେ ଉଲ୍ଲେଖ କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ଶୌଚାଳୟ ପାଇଁ ସ୍ଥାନ ଅଭାବ ରହିଛି। ସେଥିପାଇଁ ଶୌଚାଳୟ ହୋଇ ପାରୁନାହିଁ। ସେହିପରି ସରପଞ୍ଚଙ୍କ ପକ୍ଷରୁ ଏକ ଆକ୍ୱାଗାର୍ଡ ବିଦ୍ୟାଳୟକୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri