Posted inଜାତୀୟ

ଅମ୍ରିତପାଲ୍‌ଙ୍କୁ ବଳ ଦେଇଛି ଆଇଏସ୍‌ଆଇ

ନୂଆଦିଲ୍ଲୀ, ୨୦ା୩(ପି.ଟି.) : ଦୁବାଇରେ ଏକଦା ଟ୍ରକ୍‌ ଚଳାଉଥିବା ଅମ୍ରିତପାଲ୍‌ ସିଂ ଏବେ ଖଲିସ୍ତାନୀ ନେତା ତଥା ଦ୍ୱିତୀୟ ଭିନ୍ଦ୍ରନ୍‌ଓ୍ବାଲେର ପରିଚୟ ହାସଲ କରିଛନ୍ତି। ଓ୍ବାରିସ୍‌ ପଞ୍ଜାବ ଡେ’ ସଂଗଠନର ନେତୃତ୍ୱ ନେଉଥିବା ଅମ୍ରିତ୍‌ପାଲ ଏବେ ପଞ୍ଜାବ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଦୁଇଦିନ ହେଲା ସାରା ରାଜ୍ୟରେ ଚଢ଼ାଉ ଜାରି ରହିଛି।
ସୂଚନାଯୋଗ୍ୟ, ଜର୍ନେଲ ସିଂ ଭିନ୍ଦ୍ରନ୍‌ଓ୍ବାଲେ ଖଲିସ୍ତାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ୧୯୮୨ରେ ତାଙ୍କ ଗ୍ରୁପ୍‌ ସ୍ବର୍ଣ୍ଣମନ୍ଦିର କମ୍ପ୍ଲେକ୍ସରେ ପ୍ରବେଶ କରି ଏହାକୁ ସେମାନଙ୍କର ହେଡକ୍ୱାର୍ଟର୍ସ ବନାଇଥିଲେ। ଏବେ ସ୍ବତନ୍ତ୍ର ଖଲିସ୍ତାନ ଗଠନ ପାଇଁ ଅମ୍ରିତ୍‌ସର ସରକାରଙ୍କୁ ଯେଭଳି ଧମକ ଦେଉଛନ୍ତି, ତାଙ୍କୁ ଭିନ୍ଦ୍ରନ୍‌ଓ୍ବାଲେ ୨.୦ କହିବା ଅତ୍ୟୁକ୍ତି ହେବନାହିଁ।
ଦୁବାଇରେ ଟ୍ରକ୍‌ ଚଳାଉଥିବାବେଳେ ପଞ୍ଜାବରେ ଆତଙ୍କବାଦକୁ ପୁନରୁଜ୍ଜୀବିତ କରିବା ଲକ୍ଷ୍ୟରେ ସେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସହାୟତା କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ସେ ଖଲିସ୍ତାନର ଜଣେ ଦୃଢ଼ ସମର୍ଥକ ହୋଇଥିଲେ। ୨୦୨୨ରେ ଦୁବାଇରୁ ଫେରିବା ପରେ ପୂର୍ବତନ ଅଭିନେତା ଦୀପ୍‌ ସିଦ୍ଧୁ ଗଠନ କରିଥିବା ‘ଓ୍ବାରିସ୍‌ ପଞ୍ଜାବ ଡେ’ ସଂଗଠନ ସହ ଜଡ଼ିତ ହୋଇଥିଲେ। ପରେ ସେ ପଞ୍ଜାବକୁ ଭାରତରୁ ଅଲଗା କରିବାକୁ ଦାବି କରିବା ସହ ଏଥିପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କୁ ଧମକ ଦେଇଥିଲେ। ଅପହରଣ ମାମଲାରେ ଗିରଫ ହୋଇଥିବା ଅମ୍ରିତ୍‌ପାଲଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ମୁକୁଳାଇନେବା ଲାଗି ଗତ ମାସରେ ତାଙ୍କ ସମର୍ଥକମାନେ ଥାନାରେ ପଶି ହିଂସାକାଣ୍ଡ ଘଟାଇ ଦେଶର ସମ୍ବିଧାନ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ସାଧାରଣତନ୍ତ୍ର ଦିବସରେ ତର୍ନ ତରନରେ ରାଲି ଏବଂ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଅମ୍ରିତ୍‌ପାଲ ବିଚ୍ଛିନ୍ନତାବାଦ ଏବଂ ଖଲିସ୍ତାନ ଗଠନକୁ ଖୋଲା ସମର୍ଥନ ଜଣାଇଥିଲେ। ପଞ୍ଜାବ ସରକାର ବିରୋଧରେ ସଶସ୍ତ୍ର ବିଦ୍ରୋହ କରିବା ପାଇଁ ସେ ଶିଖ୍‌ ଯୁବଗୋଷ୍ଠୀକୁ ଉସୁକାଉଥିଲେ। ପୋଲିସ ଚଢ଼ାଉ ବେଳେ ତାଙ୍କ ସମର୍ଥକମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ମାନବ ବୋମା ପ୍ରସ୍ତୁତ କରୁଥିଲେ ଅମ୍ରିତପାଲ୍‌

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଅସ୍ତ୍ରଶସ୍ତ୍ର ଠୁଳ ରଖିବା ସହ ଯୁବକମାନଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ କରୁଥିଲା ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀକୁ ଆଲର୍ଟ କରାଯାଇଛି। ଓ୍ବାରିସ୍‌ ପଞ୍ଜାବ ଡେ’ ପରିଚାଳିତ ନିଶା ନିବାରଣ କେନ୍ଦ୍ର ଏବଂ ଅମୃତସର ଗୁରୁଦ୍ୱାରାରେ ଅମ୍ରିତପାଲ୍‌ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖୁଥିଲା ବୋଲି ଜଣେ ଅଧିକାରୀ ରବିବାର କହିଛନ୍ତି। ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଉଥିବା ଯୁବକମାନଙ୍କୁ ବନ୍ଧୁକ ଚାଳନା ତାଲିମ ଦିଆଯିବା ସହ ମୃତ ଆତଙ୍କବାଦୀ ଦିଲଓ୍ବାର ସିଂଙ୍କ ମାର୍ଗ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଥିଲା। ପାକିସ୍ତାନୀ ଆଇଏସ୍‌ଆଇ ନିର୍ଦ୍ଦେଶରେ ଗତବର୍ଷ ଦୁବାଇରୁ ଫେରିଥିବା ଅମ୍ରିତପାଲ୍‌ ଯୁବକମାନଙ୍କୁ ଖଡ୍‌କୁ (ମାନବ ବୋମା) ହେବା ଲାଗି ପ୍ରବର୍ତ୍ତାଉଥିଲେ। ତାଙ୍କର ତଥାକଥିତ ଆନନ୍ଦପୁର ଖାଲ୍‌ସା ଫ୍ରଣ୍ଟ (ଏକେଏଫ୍‌) ପାଇଁ ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ସମେତ ପୋଷାକ ଓ ଜାକେଟକୁ ପୋଲିସ ଜବତ କରିଛି। ଅମ୍ରିତପାଲ୍‌ଙ୍କ କାର୍‌ରୁ ଜବତ ଅସ୍ତ୍ର ଓ ଗୁଳିଗୋଳାରେ ଏକେଏଫ୍‌ ଲେଖା ରହିଛି।

ଖଲିସ୍ତାନୀ ନେତାଙ୍କ ବିରୋଧରେ ସାନି ମାମଲା

ବେଆଇନ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ଖଲିସ୍ତାନୀ ନେତା ଅମ୍ରିତପାଲ୍‌ ସିଂ ଓ ତାଙ୍କର କେତେଜଣ ସହଯୋଗୀଙ୍କ ବିରୋଧରେ ରବିବାର ସାନି ମାମଲା ରୁଜୁ ହୋଇଛି। ଅମ୍ରିତ୍‌ପାଲଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଥିବାବେଳେ ଗିରଫ ହୋଇଥିବା ତାଙ୍କର ୪ ଜଣ ସହଯୋଗୀଙ୍କୁ ଆସାମର ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଛି। ସେମାନେ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼ରେ ପହଞ୍ଚତ୍ଥିଲେ। ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବା ଏବଂ ଏସ୍‌ଏମ୍‌ଏସ୍‌ ସେବାକୁ ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅମୃତସର, ଜଳନ୍ଧର ଏବଂ ଲୁଧିଆନା ସମେତ ପଞ୍ଜାବର ବିଭିନ୍ନ ସହରରେ ସୁରକ୍ଷା ବଳ ପକ୍ଷରୁ ରବିବାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଖୁବ୍‌ଶୀଘ୍ର ଅମ୍ରିତପାଲ୍‌ଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ଓ୍ବାରିସ୍‌ ପଞ୍ଜାବ ଡେ’ର ମୁଖ୍ୟ ଅମ୍ରିତପାଲ୍‌ଙ୍କୁ ଧରିବା ଲାଗି ଶନିବାର ରାଜ୍ୟ ପୋଲିସଙ୍କ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୭୮ ଜଣଙ୍କୁ ଗିରଫ କରାଯାଇଥିଲା। ଜଳନ୍ଧର ଜିଲାରେ ଖଲିସ୍ତାନୀ ନେତାଙ୍କୁ ଗାଡ଼ିସମୂହକୁ ପୋଲିସ ପିଛା କରୁଥିବାବେଳେ ସେ କୌଣସି ପ୍ରକାରେ ଖସି ପଳାଇଥିଲେ। ପଞ୍ଜାବ ପୋଲିସ ଅମ୍ରିତପାଲ୍‌ଙ୍କୁ ପଳାତକ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?