‘ନାନା ପାଟେକର ଜୀବିତ ଅଛନ୍ତି, କେହି ମୃତଦେହ ଦେଖିନାହାନ୍ତି!’ DNA ଟେଷ୍ଟ ଦାବି କଲେ… ବଲିଉଡରେ ହଇଚଇ

ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ନାନା ପାଟେକର ଜୀବିତ ଅଛନ୍ତି। ଏଥିସହ ତାଙ୍କ ମୃତଦେହକୁ କେହି ଦେଖିନଥିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଅଭିନେତାଙ୍କ ଅନ୍ତିମ ସଂସ୍କାରର ସମୟ ଏବଂ ପ୍ରାର୍ଥନା ସଭା ଆୟୋଜନ ନହେବାକୁ ନେଇ ମଧ୍ୟ ତନୁଶ୍ରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଡିଏନଏ ପରୀକ୍ଷା କରାଇବାକୁ ମଧ୍ୟ ସେ ଦାବି କରିଛନ୍ତି।

ସୋମବାର ରାତିରେ ଇନଷ୍ଟାଗ୍ରାମ ଲାଇଭ ସମୟରେ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠାଇଥିବା ଦାବି କରାଯାଇଛି। ଏତେ ବଡ଼ କଳାକାରଙ୍କ ଶେଷ ଦର୍ଶନ କରିବାର ସୁଯୋଗ ଲୋକଙ୍କୁ କାହିଁକି ମିଳିଲା ନାହିଁ ଏବଂ ରାତି ଅଧରେ ଏତେ ତରବରିଆ ଭାବେ କାହିଁକି ଅନ୍ତିମ ସଂସ୍କାର କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଥିବା ଅନୁଯାୟୀ, ବଲିଉଡ ଇଣ୍ଡଷ୍ଟ୍ରି ଏବଂ ମିଡିଆର କେହି ନାନା ପାଟେକରଙ୍କ ମୃତଦେହ ଦେଖିନାହାନ୍ତି। ଏତେ ତରବର କାହିଁକି ଥିଲା ଯେ ରାତି ଅଧରେ ଅନ୍ତିମ ସଂସ୍କାର କରାଗଲା? ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ସାଧାରଣତଃ ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରାଯାଏ ନାହିଁ। କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ରାତି ୧୧ଟା ୨୮ ମିନିଟ୍‌ରେ କରାଯାଇଥିବା କୁହାଯାଉଛି। ଏତେ ରାତିରେ ଅନ୍ତିମ ସଂସ୍କାର କରିବାର ଏତେ ତରବର କାହିଁକି ଥିଲା? ତାଙ୍କ ପରିବାର ଲୋକ ମଧ୍ୟ କ’ଣ ତାଙ୍କ ମୁହଁ ଠିକ୍‌ ଭାବେ ଦେଖିଥିଲେ?

ତନୁଶ୍ରୀ ଏହା ସହିତ ନାନା ପାଟେକରଙ୍କ ଭଳି ଜଣେ ବଡ଼ କଳାକାରଙ୍କ ଦେହାନ୍ତ ପରେ ପ୍ରାର୍ଥନା ସଭା କାହିଁକି ଆୟୋଜନ କରାଯାଇନଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏତେ ବଡ଼ ଏବଂ ମହାନ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା ସଭା ହେବା ଉଚିତ୍‌ ଥିଲା, ଯେଉଁଠାରେ ବଲିଉଡ କଳାକାର ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇପାରିଥାନ୍ତେ ଏବଂ ଶେଷ ଦର୍ଶନ କରିପାରିଥାନ୍ତେ।

ତନୁଶ୍ରୀ ଆହୁରି କହିଥିବା ଦାବି କରାଯାଇଛି ଯେ, ଲୋକେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କିନ୍ତୁ ସେମାନେ ପ୍ରକୃତରେ ମୃତଦେହ ଦେଖିଥିଲେ କି? ମୁହଁ ଘୋଡ଼ାଇ ରଖାଯାଇଥିଲା। ଗାଁର ଲୋକମାନେ ହୁଏତ ଏଭଳି ପ୍ରଶ୍ନ ନକରିପାରନ୍ତି, କିନ୍ତୁ ଅନ୍ୟମାନେ ନିଶ୍ଚୟ ପ୍ରଶ୍ନ କରିବେ। ଶେଷରେ କାହାର ଅନ୍ତିମ ସଂସ୍କାର କରାଗଲା?

ନାନା ପାଟେକରଙ୍କୁ ହସ୍ପିଟାଲ ନିଆଯିବା ସମ୍ପର୍କିତ କୌଣସି ଫଟୋ କିମ୍ବା ଭିଡିଓ ସାମ୍ନାକୁ ନଆସିବାକୁ ନେଇ ମଧ୍ୟ ତନୁଶ୍ରୀ ପ୍ରଶ୍ନ ଉଠାଇଛନ୍ତି। ନିଜର ଏକ ଦୁର୍ଘଟଣାର ଉଦାହରଣ ଦେଇ ସେ କହିଛନ୍ତି ଯେ, ସେହି ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ନାନା ପାଟେକରଙ୍କ ମାମଲାରେ ସେଭଳି କିଛି ଦେଖିବାକୁ ମିଳିନାହିଁ ବୋଲି ସେ ଦାବି କରିଛନ୍ତି।

ତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୋର ଦୁର୍ଘଟଣା ହୋଇଥିଲା, ସେତେବେଳେ ମୋର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ଏଠାରେ ନାନା ପାଟେକରଙ୍କର ଗୋଟିଏ ବି ଭିଡିଓ ସାମ୍ନାକୁ ଆସିନାହିଁ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ଏବଂ ପୋଷ୍ଟମର୍ଟମ ମଧ୍ୟ ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?