ବୋଲେରୋ ନିଲାମରେ ଅନିୟମିତତା

ଯୋଡ଼ା, ୬ା୨ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅଧୀନରେ ଥିବା ଏକ ସଚଳ ବୋଲେରୋକୁ ପୌରପାଳିକା ପକ୍ଷରୁ ଅତିକମ୍‌ ମୂଲ୍ୟରେ ନିଲାମ ଦିଆଯାଇଛି। ଏଥିରେ ଅନିୟମିତତା କରାଯାଇଥିବା ଯୋଡା ନଗର ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଯୋଡା ନଗର ଭାଜପା ସଭାପତି ସୁଶାନ୍ତ କୁମାର ବେବର୍ତ୍ତା କହିଛନ୍ତି, ସମ୍ପୂର୍ଣ୍ଣ ସଚଳ ଗାଡିଟି ଦୀର୍ଘ ୧୨ବର୍ଷରୁ ଊର୍ଦ୍ଧ୍ୱ ଧରି ପୌରପାଳିକାରେ ସେବା ଯୋଗାଇ ଆସୁଥିଲା। ଗତ କିଛିଦିନ ତଳେ ଉକ୍ତ ବୋଲେରୋରେ ୪ଟି ନୂତନ ଚକା ଲଗାଯାଇଥିଲା। ଏପରି କେଉଁ ପରିସ୍ଥିତି ଉପୁଜିଲା ଯେ ସଚଳ ବୋଲେରୋକୁ ଅତିକମ୍‌ ମୂଲ୍ୟରେ ନିଲାମ କରିବାକୁ ପଡିଥିଲା। ବେବର୍ତ୍ତା ଅଭିଯୋଗ କରିଛନ୍ତି, କବାଡି ବାଲାକୁ କିଲୋଗ୍ରାମ ହିସାବରେ ବିକ୍ରି କରାଯାଇଥିଲେ ନିଲାମ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ମିଳିଥାନ୍ତା। ଯେତେବେଳେ କି ପୌରପାଳିକା ପକ୍ଷରୁ ଏହାକୁ ୩୦ହଜାର ଟଙ୍କାରେ ନିଲାମ କରାଯାଇଛି। ଏନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ କହିଛନ୍ତି, ବୋଲେରୋ ୧୫ ବର୍ଷ ପୁରୁଣା ହୋଇଯାଇଥିଲା। ଏମଭିଆଇଙ୍କ ମୂଲ୍ୟାଙ୍କନ ଅନୁଯାୟୀ ୨୭ ହଜାର ହୋଇଥିବା ବେଳେ ଏହା ୩୦ ହଜାର ନିଲାମ ଡାକ ଦେଇ ବିକ୍ରି ହୋଇଯାଇଥିଲା। ଏହି ନିଲାମ ଗତ ଜାନୁୟାରୀ ୧୨ ତାରିଖରେ ହୋଇଥିଲା। ପ୍ରତି ୧୫ ବର୍ଷରେ ସରକାରୀ ଗାଡିଗୁଡିକ ନିଲାମ କରାଯାଏ ବୋଲି ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ବଡବିଲସ୍ଥିତ ଏଆରଟିଓ ଏସ.ମାଝି ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଗାଡ଼ିର ମୂଲ୍ୟାଙ୍କନ ବଡବିଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କରାଯାଇଥିଲା। ତେଣେ ଏନେଇ ଯୋଡ଼ାରେ ଗାଡ଼ି ନିଲାମରେ ଚଞ୍ଚକତା ହୋଇଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଭାଜପା ପକ୍ଷରୁ ଏହାର ତଦନ୍ତ ପାଇଁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri