ଧାନକିଣାରେ ଅବ୍ୟବସ୍ଥା

ଖଇରା, ୨।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ୧୪ଟି ସେବା ସମବାୟ ସମିତି ଅଧୀନରେ ଚାଷୀମାନଙ୍କଠାରୁ ଉତ୍ପାଦିତ ଶସ୍ୟ କିଣିବାରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ଯୋଗାଣ ବିଭାଗ ଇସ୍ୟୁ କରିଥିବା ସମସ୍ତ ଟୋକନ ମୁତାବକ ଧାନ ନ କିଣିଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଳାଇବାକୁ ଚେତାବନୀ ଦେଇଛନ୍ତି। ଚାଷୀମାନଙ୍କର ଏଭଳି ପୁଞ୍ଜିଭୂତ ଅସନ୍ତୋଷ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ଧାନ ଟୋକନ ମୋବାଇଲ ମେସେଜ ଜରିଆରେ ଚାଷୀଙ୍କୁ ଅବଗତ କରାଯାଇଛି । ଛୋଟ ଚାଷୀଙ୍କ ନିକଟରୁ ଗୋଟିଏ ପର୍ଯ୍ୟାୟରେ ଏବଂ ବଡ ଚାଷୀଙ୍କ ନିକଟରୁ ୨ କିମ୍ବା ୩ ପର୍ଯ୍ୟାୟରେ ଧାନ କିଣିବାକୁ ମେସେଜ ଜରିଆରେ ଅବଗତ କରାଯାଇଛି। ହେଲେ ଏବେ ଗୋଟିଏ ଥର ଧାନ ବିକିବା ପରେ ଦ୍ୱିତୀୟ ଥର ଧାନ ବିକିବାକୁ ଚାହୁଁଥିବା ଚାଷୀଙ୍କ ନିକଟରୁ ଧାନ କିଣିବାକୁ ସମିତି ସମ୍ପାଦକମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଜିଲା ଯୋଗାଣ ବିଭାଗ ତରଫରୁ ଏହା ଉପରେ କଟକଣା ଲଗାଯାଇଥିବା ନେଇ ସମ୍ପାଦକମାନେ କହୁଛନ୍ତି। ଗତଥର ୨ଥର ଧାନ କିଣିବା ଅଭିଯୋଗରେ ଜିଲାପାଳ କିଛି ସମ୍ପାଦକଙ୍କୁ ନିଲମ୍ବିତ କରିବା ଭୟରେ ଏଥରକ ସମ୍ପାଦକମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ୧୦ଥର ଭାବିବାକୁ ପଡୁଛି ବୋଲି କେତେଜଣ ସମ୍ପାଦକ ନାମ ଗୋପନ ରଖି କହିଛନ୍ତି। ଯୋଗାଣ ବିଭାଗର ରାଜ୍ୟ ସ୍ତରର ଅଧିକାରୀମାନେ ଟୋକନ ଇସ୍ୟୁ କରୁଥିବା ବେଳେ ଜିଲାସ୍ତରର ଅଧିକାରୀମାନେ କଟକଣା ଜାରି କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଜଣେ ଚାଷୀଙ୍କ ନିକଟରୁ ସର୍ବାଧିକ ୫୦କୁଇଣ୍ଟାଲ ଧାନ କିଣିବାକୁ ସମସ୍ତ ସମିତିକୁ ଜିଲା ପ୍ରଶାସନ ଚିଠି କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କେତେଜଣ ଚାଷୀଙ୍କ ନିକଟରୁ ଗୋଟିଏ ଥରରେ ୭୫ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ କିଣିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ବହୁ ସମିତି ଅଧୀନରେ ଚାଷୀଙ୍କୁ ହଟହଟା ହେବାକୁ ପଡୁଛି। ବିଳମ୍ବିତ ବର୍ଷା ଯୋଗୁ ବହୁ ଚାଷୀ ଧାନ ଚାଷରୁ ବିରତ ରହିଥିବା ବେଳେ ଅନ୍ୟ କିଛି ପାଣି ଭଳି ସାରବିଷରେ ପଇସା ଖର୍ଚ୍ଚ କରିବା ପରେ ସମସ୍ତ ଅମଳ ଧାନ କିଣା ନ ଯିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପଡିଛି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କୁ ଯୋଗାଯୋଗ କରିବାରେ ସମସ୍ତଙ୍କ ନିକଟରୁ ଥରେ ଲେଖାଏଁ କିଣିବା ପରେ ସମ୍ପାଦକମାନେ ପରବର୍ତ୍ତୀ ଟୋକନରେ ଧାନ କିଣିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri