କିରୋସିନ ବଣ୍ଟନରେ ଅନିୟମିତତା

ବାସୁଦେବପୁର, ୨୯।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ରିଟେଲର କିରୋସିନ ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ହିତାଧିକାରୀମାନେ ଗୁରୁବାର ସନ୍ଧ୍ୟାରେ କଣ୍ଟ୍ରୋଲ ଦୋକାନ ଆଗରେ ହୋହଲ୍ଲା କରିଥିଲେ। ଫଳରେ କିରୋସିନ ବଣ୍ଟନକୁ ବନ୍ଦ ରଖାଯାଇଥିଲା। ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ରିଟେଲର ତା ୨୨ା୧୦ା୨୧ ରିଖରେ ୧୫୫୦ ଲିଟର, ୨୩।୧୦ା୨୧ରେ ୩୯୫ ଲିଟର ମୋଟ ୧୯୪୫ ଲିଟର କିରୋସିନ ଉଠାଣ କରିଥିଲେ। ନଭେମ୍ବର ଓ ଡିସେମ୍ବରର ଏହି କୋଟା ତେଲ ଉଠାଣ କରିଥିଲେ ମଧ୍ୟ କେତେକ ହିତାଧିକାରୀଙ୍କୁ ଉକ୍ତ ଦୁଇ ମାସର ଦେଇ ନାହାନ୍ତି। ଜାନୁୟାରୀର ୯୬୮ ଲିଟର କିରୋସିନ ଉଠାଣ କରି ଗୁରୁବାର ସେ ବଣ୍ଟନ କରୁଥିଲେ। ପୂର୍ବ ଦୁଇମାସର କିରୋସିନ ନେବାକୁ କେତେକ ହିତାଧିକାରୀ ଜିଦ୍‌ ଧରିବାରୁ ଏହି ବିବାଦ ଉପୁଜିଥିଲା। ଏ ସମ୍ପର୍କରେ ରିଟେଲର ଉମାକାନ୍ତ ଦାସଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ୩ ମାସର କିରୋସିନ ଠିକ୍‌ ଭାବେ ସେ ବଣ୍ଟନ କରିଛନ୍ତି। ଏହି କିରୋସିନର ପରିମାଣ ମଧ୍ୟ ହିତାଧିକାରୀଙ୍କ ଖାତାରେ ପଡ଼ିଛି। ତାଙ୍କୁ ବଦ୍‌ନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଯୋଗାଣ ଅଧିକାରୀ ଅଜୟ ଦାସ ଘଟଣାର ଅନୁଧ୍ୟାନ କରାଯାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri