ଦଣ୍ଡ ବ୍ୟବସ୍ଥାରେ ବିଡ଼ମ୍ବନା

୦୦୨ ମସିହାରେ ଗୋଧ୍ରା ନରସଂହାରରେ ଘଟିଥିବା ଏକ ନାରକୀୟ ଘଟଣା। ସାମ୍ପ୍ରଦାୟିକ ନିଅଁା ଗୁଜରାଟକୁ କବଳିତ କରିଥାଏ। ଏକୋଇଶ ବର୍ଷୀୟା ପାଞ୍ଚମାସର ଗର୍ଭବତୀ ମହିଳା ବିଲ୍‌କିସ ବାନୋ ତା’ର ମା’ ଓ ସାଢ଼େ ତିନିବର୍ଷର ଛୋଟ ଝିଅ ଏବଂ କେତେଜଣ ଆମତ୍ୀୟଙ୍କ ସଙ୍ଗେ ଆମତ୍ରକ୍ଷା ପାଇଁ ଗାଁରୁ ପଳାୟନ କଲେ। ମାତ୍ର କିଛି ଜହ୍ଲାଦ ତାଙ୍କୁ ଓ ତାଙ୍କ ମା’ଙ୍କୁ ବଳାତ୍କାର କରିବା ସଙ୍ଗେ ସଙ୍ଗେ ତା’ର ସାଢ଼େ ତିନିବର୍ଷର ଝିଅକୁ ଟେକି କଚାଡ଼ି ମାରିଦେଲେ ଓ ସାତଜଣ ଆମତ୍ୀୟଙ୍କୁ ହତ୍ୟା କଲେ। ତିନି ଘଣ୍ଟା ପରେ ବାନୋଙ୍କ ଚେତା ଫେରିଲା ଓ ସେ ଥାନାରେ ଖବର ଦେଲେ। ମକଦ୍ଦମା ଚାଲିଲା ଓ ଅପରାଧୀମାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହେଲା। ଏବେ ଗୁଜରାଟ ସରକାର ସେହି ଅପରାଧୀମାନଙ୍କର ବୟସ ଓ ବିଗତ ୧୪ ବର୍ଷର ଜେଲ ଜୀବନରେ ସେମାନଙ୍କର ସ୍ବଭାବକୁ ଭିତ୍ତି କରି ସେମାନଙ୍କୁ ରାଜକ୍ଷମା ଦେଇଛନ୍ତି। ଏହି ପ୍ରସଙ୍ଗରେ ସରକାରୀ ଦଳର ଜଣେ ବିଧାୟକ କହିଛନ୍ତି, ”ସରକାରଙ୍କ ନିଷ୍ପତ୍ତି ଯଥାର୍ଥ। କାରଣ ଅପରାଧୀମାନେ ଜାତିରେ ହେଉଛନ୍ତି ବ୍ରାହ୍ମଣ ଓ ସେହି ଦୃଷ୍ଟିରୁ ବର୍ଣ୍ଣଗତ ଭାବରେ ଉଚ୍ଚ ସଂସ୍କାରର।“ ଏହି ଦୁର୍ଭାଗ୍ୟଜନକ ମନ୍ତବ୍ୟ ମନେପକାଇଦିଏ ପ୍ରାଚୀନ ଭାରତର ଦଣ୍ଡବିଧି। ପୃଥିବୀର ପ୍ରଥମ ଆଇନ ପ୍ରଣେତା ଥିଲେ ମନୁ। ତାଙ୍କ ଦଣ୍ଡବିଧାନ ଆଧୁନିକ ଆଇନ ବ୍ୟବସ୍ଥାଠାରୁ ଅଧିକ ମନୋବୈଜ୍ଞାନିକ ଓ ମୂଲ୍ୟବୋଧଭିତ୍ତିକ ଥିଲା। ସମାନ ଦୋଷ ପାଇଁ ଜଣେ ଶୂଦ୍ର ଯେଉଁ ଦଣ୍ଡ ପାଉଥିଲା, ଜଣେ ବୈଶ୍ୟ, କ୍ଷତ୍ରିୟ ବା ବ୍ରାହ୍ମଣ ସେ ତୁଳନାରେ ଅଧିକ ଦଣ୍ଡ ପାଉଥିଲା। ସେତେବେଳେ ଜ୍ଞାନ ଓ ବିଚାରବୋଧ ଦୃଷ୍ଟିରୁ ଅନ୍ୟ ତିନି ବର୍ଣ୍ଣର ଲୋକଙ୍କୁ ଶୂଦ୍ରଠାରୁ ଉନ୍ନତ ବୋଲି ଧରି ନିଆଯାଇଥିଲା। ମନୁ ସଂହିତାର ଅଷ୍ଟମ ଅଧ୍ୟାୟର ୨୦୦ ଓ ୨୦୧ ଶ୍ଳୋକ (ପ୍ରିୟବ୍ରତ ଦାସ ସଂକଳିତ)ରେ ଉଲ୍ଲେଖ ରହିଛି, ସମାନ ଅପରାଧ ପାଇଁ ଶୂଦ୍ରର ଦୁଇଗୁଣ ଦଣ୍ଡ ବୈଶ୍ୟକୁ, ବୈଶ୍ୟର ଦୁଇଗୁଣ ଦଣ୍ଡ କ୍ଷତ୍ରିୟକୁ ଓ କ୍ଷତ୍ରିୟର ଦୁଇଗୁଣ ଦଣ୍ଡ ବ୍ରାହ୍ମଣକୁ ଦିଆଯିବ। ମନୁଙ୍କ କହିବା ଉଦ୍ଦେଶ୍ୟ ଥିଲା ବ୍ରାହ୍ମଣ ନିଜକୁ ସମସ୍ତଙ୍କଠାରୁ ଜ୍ଞାନୀ ଓ ବିଚାରବନ୍ତ ବୋଲି ଦାବି କରିବା ସତ୍ତ୍ୱେ ଯଦି ଅପରାଧ କରେ, ସେ ସମସ୍ତଙ୍କଠାରୁ ବେଶି ଦଣ୍ଡ ପାଇବା କଥା। ଏହି ଦଣ୍ଡନୀତିର ଏକ ଉଦାହରଣ ଦେଖିବାକୁ ମିଳେ ମହାଭାରତରେ। ଦ୍ରୋଣଙ୍କ ତତ୍ତ୍ୱାବଧାନରେ କୌରବ ଓ ପାଣ୍ଡବମାନଙ୍କ ଶିକ୍ଷା ସମାପ୍ତ ହେଲା। ଯେତେବେଳେ ରାଜ୍ୟର ଯୁବରାଜ ଘୋଷଣା ସମୟ ଆସିଲା, ଦୁର୍ଯ୍ୟୋଧନଙ୍କ ଧାରଣା ହେଲା ଧୃତରାଷ୍ଟ୍ର ତାଙ୍କୁ ହିଁ ଯୁବରାଜ ଘୋଷଣା କରିବେ। ମାତ୍ର ଯୁଧିଷ୍ଠିର ଥିଲେ ସମସ୍ତଙ୍କଠାରୁ ବଡ଼। ପୁନଶ୍ଚ ବୁଦ୍ଧି ବିଦ୍ୟା ଓ ଜ୍ଞାନରେ ସେ ଦୁର୍ଯ୍ୟୋଧନଠାରୁ ଉଚ୍ଚରେ ଥିଲେ। ମନ୍ତ୍ରୀ ବିଦୁର ଉଭୟଙ୍କ ଶାସନ ଜ୍ଞାନର ପରୀକ୍ଷା ନେବା ପାଇଁ ପ୍ରସ୍ତାବ ଦେଲେ। ଠିକ୍‌ ସେହି ସମୟରେ କଟୁଆଳ ଚୌର୍ଯ୍ୟବୃତ୍ତି ଅପରାଧରେ ଜଣେ ବ୍ରାହ୍ମଣ ଓ ଜଣେ ଶୂଦ୍ରକୁ ରାଜ ଦରବାରରେ ଉପସ୍ଥିତ କରାଇଲେ। ସେମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଧୃତରାଷ୍ଟ୍ର ଦୁଇ ରାଜକୁମାରଙ୍କୁ ଆଦେଶ ଦେଲେ। ଦୁର୍ଯ୍ୟୋଧନ କହିଲେ, ବ୍ରାହ୍ମଣ ହେଉଛନ୍ତି ଜ୍ଞାନୀଶ୍ରେଷ୍ଠ ଓ ବର୍ଣ୍ଣଶ୍ରେଷ୍ଠ। ସାମାଜିକ ବ୍ୟବସ୍ଥାରେ ତାଙ୍କ ସ୍ଥାନ ଶୂଦ୍ରଠାରୁ ଉଚ୍ଚରେ ଥିବାରୁ ବ୍ରାହ୍ମଣକୁ ଦଣ୍ଡମୁକ୍ତ କରାଯାଉ। ମାତ୍ର ଯୁଧିଷ୍ଠିର କହିଲେ, ବ୍ରାହ୍ମଣ ଜ୍ଞାନୀଶ୍ରେଷ୍ଠ ଓ ସମାଜର ଦିଗ୍‌ଦର୍ଶକ। ‘ମହାଜନୋ ଯେନ ଗତଃ ସପନ୍ଥା’ ନ୍ୟାୟରେ ଅନ୍ୟ ବର୍ଗ ତାଙ୍କୁ ଅନୁସରଣ କରିବେ। ଏଣୁ ଜ୍ଞାନୀଶ୍ରେଷ୍ଠ ବ୍ରାହ୍ମଣମାନଙ୍କଠାରୁ ଅପରାଧ କେବେ ଆଶା କରାଯାଏ ନାହିଁ। ସେ ଚୌର୍ଯ୍ୟବୃତ୍ତି ଅବଲମ୍ବନ କରିଥିବାରୁ ତାଙ୍କୁ କଠୋରତମ ଦଣ୍ଡ ଦିଆଯାଉ। ଅପରପକ୍ଷରେ ଶୂଦ୍ର ଜଣକ ଅଶିକ୍ଷିତ ଓ ଅଜ୍ଞାନ। ଭଲ ମନ୍ଦ ବିଚାର କରିବାର ଶକ୍ତି ତା’ର କମ୍‌। ଏଣୁ ତାକୁ କମ୍‌ ଦଣ୍ଡ ଦିଆଯାଉ। ଯୁଧିଷ୍ଠିରଙ୍କ ପାଖରୁ ଏଭଳି ଦଣ୍ଡବିଧି ଶୁଣି ଧୃତରାଷ୍ଟ୍ର ଓ ବିଦୁର ଆନନ୍ଦିତ ହେଲେ ଓ ଯୁଧିଷ୍ଠିରଙ୍କୁ ଯୁବରାଜ ଘୋଷଣା କଲେ। ଯେଉଁ ବିଧାୟକ ମହାଶୟ ଅପରାଧୀମାନେ ବ୍ରାହ୍ମଣ ଥିବାରୁ ରାଜକ୍ଷମା ଯଥାର୍ଥ କହିଛନ୍ତି, ତାଙ୍କୁ ମନୁଙ୍କ ଦଣ୍ଡବିଧି ବିଷୟରେ ସ୍ମରଣ କରାଇ ଦିଆଯାଇପାରେ। ପୁନଶ୍ଚ କିଛି କର୍ମୀ ଅପରାଧୀମାନଙ୍କୁ ଫୁଲମାଳ ପିନ୍ଧାଇଥିବା ଆହୁରି ଚିନ୍ତାଜନକ। ଏକ ସଭ୍ୟ ସମାଜରେ ଏଭଳି ଧାରଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଦଣ୍ଡ ବ୍ୟବସ୍ଥାରେ ଆଉ ଏକ ବିଡ଼ମ୍ବନା ହେଉଛି ନାବାଳକ, ସାବାଳକ ବିଚାର। ସାମ୍ପ୍ରତିକ ନ୍ୟାୟ ବ୍ୟବସ୍ଥାରେ ଜଣେ ଅପରାଧୀକୁ ୧୮ ବର୍ଷ ହେବା ପାଇଁ ଯଦି ଗୋଟିଏ ଦିନ ବାକିଥାଏ, ସେ କ୍ଷେତ୍ରରେ ସେ ନାବାଳକ ବିବେଚିତ ହୋଇ କମ୍‌ ଦଣ୍ଡ ପାଇବ। ହୁଏତ ଗୋଟିଏ ଦିନପରେ ସେ ବଡ଼ଦଣ୍ଡ ପାଇଥାଆନ୍ତା। ଦିଲ୍ଲୀ ପାରାମେଡିକାଲ ଛାତ୍ରୀ ଗଣବଳାକତ୍ାର ଘଟଣା (୨୦୧୩) ସବୁଠାରୁ ବେଶି ଅମାନବୀୟ ବର୍ବରୋଚିତ ଅପରାଧ କରିଥିଲା ଜଣେ ନାବାଳକ। ମାତ୍ର ତାକୁ ଅଠର ବର୍ଷରୁ କମ୍‌ ବୟସ ହୋଇଥିବାରୁ ନାବାଳକ ଭାବରେ ବିଚାର କରାଯାଇ ମାତ୍ର ତିନିବର୍ଷ ଜେଲଦଣ୍ଡ ଦିଆଗଲା, କିନ୍ତୁ ଅନ୍ୟମାନଙ୍କୁ ଫାଶୀଦଣ୍ଡ ମିଳିଲା। ଏ କ୍ଷେତ୍ରରେ ଅପରାଧର ଗମ୍ଭୀରତାକୁ ବିଚାରକୁ ନିଆଗଲା ନାହିଁ। ଘଟଣାଟି ମନେପକାଇଦିଏ ଏକ ପୁରୁଣା କାହାଣୀ। ଜଣେ ରାଜା ତାଙ୍କ ରାଜ୍ୟରେ ଆଇନ ପ୍ରଣୟନ କରିଥିଲେ ଯେ, ତାଙ୍କ ରାଜ୍ୟରେ ଯିଏ ମାଙ୍କଡ଼ ମାରିବ ସେ କଠିନ ଦଣ୍ଡ ପାଇବ। ଦୈବାତ୍‌ ଦିନେ ରାଜାଙ୍କ ପୁଅ ବନ୍ଧୁକ ଧରି ଖେଳୁଥିଲା। ଭୁଲରେ ବନ୍ଧୁକରୁ ଗୋଟିଏ ଗୁଳି ଫୁଟିଗଲା ଓ ତାହା ବାଜିଲା ନିକଟସ୍ଥ ଗଛରେ ବସିଥିବା ଏକ ମାଙ୍କଡ଼ ଉପରେ। ମାଙ୍କଡ଼ଟି ସଙ୍ଗେ ସଙ୍ଗେ ମରିଗଲା। ରାଜ୍ୟସାରା ପ୍ରଚାର ହେଲା ରାଜାଙ୍କ ପୁଅ ମାଙ୍କଡ଼ ମାରିଛି। ପ୍ରଜାମାନଙ୍କ ବିଶ୍ୱାସଥିଲା ଯେ, ସେ ପୁଅ ହେଲେ ମଧ୍ୟ ରାଜା ତାକୁ ସମାନ ଦଣ୍ଡ ଦେବେ। ଦରବାର ବସିଲା। ଅପରାଧର ତର୍ଜମା ହେଲା। ରାଜା ଚିନ୍ତିତ ହୋଇ ପଡ଼ିଲେ, କାରଣ ସେ ନିଜେ ଆଇନ ତିଆରି କରିଛନ୍ତି। ରାଜାଙ୍କ ବିଶ୍ୱସ୍ତ ମନ୍ତ୍ରୀ ରାଜାଙ୍କୁ ଏହି ବିଷମ ପରିସ୍ଥିତିରୁ ମୁକୁଳେଇବା ପାଇଁ ଏକ ଉପାୟ ଚିନ୍ତା କଲେ। ଅନେକ ପାରିଷଦ ମନ୍ତବ୍ୟ ଦେଲେ ଆଇନ ଆଖିରେ ସମସ୍ତେ ସମାନ। ଏଣୁ ରାଜପୁତ୍ର ଦଣ୍ଡ ପାଇବା ଉଚିତ। ଶେଷରେ ମନ୍ତ୍ରୀ କହିଲେ, ମାଙ୍କଡ଼ଟା ମାଈ କି ଅଣ୍ଡିରା ତାକୁ ଦେଖାଯାଉ। କାରଣ ମାଙ୍କଡ଼ ମାରିବା ସିନା ଅପରାଧ, ମାଙ୍କଡ଼ୀ ମାରିବା ନୁହେଁ। ଏହି ‘ଲିଙ୍ଗ’ ବିଚାର ଭଳି ଏବେ ‘ନାବାଳକ-ସାବାଳକ’ ବିଚାର ଦଣ୍ଡବିଧିରେ ସ୍ଥାନ ପାଇଛି। ମାତ୍ର ଗୋଟିଏ ଦିନର ବ୍ୟବଧାନରେ ନାବାଳକ ହେବା ନାମରେ ଦଣ୍ଡର ପରିମାଣ କମିଯିବା ଆଉ ଏକ ବିଡ଼ମ୍ବନା ଓ ସେହି ଭିତ୍ତିରେ ଅନେକ ନାବାଳକ ଅମାନବୀୟ ଭୟଙ୍କର ଅପରାଧ କରି ମଧ୍ୟ ବଡ଼ଦଣ୍ଡ ପାଉନାହାନ୍ତି। ଅବଶ୍ୟ ଏଥିରେ ବିଚାର ବିଭାଗକୁ ଦୋଷ ଦେଇ ହେବ ନାହିଁ। ଆଇନ ତିଆରି କରନ୍ତି ପାର୍ଲାମେଣ୍ଟ ସଦସ୍ୟମାନେ ଓ ବିଚାରକମାନେ ସେହି ପରିସର ମଧ୍ୟରେ ଦଣ୍ଡାଦେଶ ଦିଅନ୍ତି। ସେ ଯାହା ହେଉ, ଏହିଭଳି ନ୍ୟାୟ ବ୍ୟବସ୍ଥାରେ ଅପରାଧୀମାନେ ଉପଯୁକ୍ତ ଦଣ୍ଡ ପାଉନଥିବାରୁ ସେମାନଙ୍କ ଭୟ ରହୁନାହିଁ ଓ ପରବର୍ତ୍ତୀ ସମୟରେ ଆହୁରି ଅପରାଧ କରୁଛନ୍ତି। ଏଣୁ ଏହି ଦଣ୍ଡ ବ୍ୟବସ୍ଥା ଆହୁରି ମନନ ଓ ମନ୍ଥନ ଆବଶ୍ୟକ କରୁଥିବା ମନେହୁଏ।

  • ଡ. ଛାୟାକାନ୍ତ ଷଡ଼ଙ୍ଗୀ
    ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
    ମୋ:୯୪୩୭୩୨୯୨୬୩

Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri