Posted inଫୁରସତ

ସହଯୋଗ ଦ୍ୱାରା ବିକାଶ

ପୃଥିବୀରେ ବିଭିନ୍ନ ଦେଶ ଦେଶ ମଧ୍ୟରେ ସହଯୋଗ ଦ୍ୱାରା ବିକାଶ ସମ୍ଭବ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ମିଳିତ ଜାତିସଂଘ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ପାଳିତ ହୋଇଥାଏ। ପ୍ରଥମେ ଡିସେମ୍ବର ୧୯ରେ ଏହା ପାଳିତ ହେଉଥିଲା। ମିଳିତ ଜାତିସଂଘର ଦକ୍ଷିଣ-ଦକ୍ଷିଣ ସହଯୋଗ ଦିବସର ତାରିଖ ୨୦୧୧ରେ ସେପ୍ଟେମ୍ବର ୧୨ କୁ ଘୁଞ୍ଚାଇ ଦିଆଯାଇଥିଲା। ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ବୈଷୟିକ ସହଯୋଗ ଲାଗି ସଚେତନତା ବୃଦ୍ଧି ପାଇଁ ଏହି ଦିବସ ପାଳିତ ହୋଇଥାଏ।
ଦକ୍ଷିଣରେ ଥିବା ଅଞ୍ଚଳ ଏବଂ ଦେଶମାନଙ୍କ ଦ୍ୱାରା ନିକଟ ଅତୀତରେ ହୋଇଥିବା ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ବିକାଶକୁ ଏହି ଅବସରରେ ସ୍ମରଣ କରାଯାଇଥାଏ। ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ପାଇଁ ଦକ୍ଷିଣ-ଦକ୍ଷିଣ ସହଯୋଗର ଗୁରୁତ୍ୱ ଉପରେ ସହମତ ହେବା, ଉତ୍ତର-ଦକ୍ଷିଣ ସହଯୋଗକୁ ପୂର୍ଣ୍ଣ କରିବା, ସ୍ବଳ୍ପ ଆୟକାରୀ ଦେଶମାନଙ୍କୁ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା ପାଇଁ ଏହି ଦିବସ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।
ଏହି ଦିନ ବିଭିନ୍ନ ଦେଶର ରାଜନୈତିକ ନେତାମାନେ ବିକାଶଶୀଳ ଦେଶମାନଙ୍କରେ ଦକ୍ଷିଣ-ଦକ୍ଷିଣ ସହଯୋଗ ପ୍ରତି ପ୍ରତିବଦ୍ଧତା ଉପରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜାତିସଂଘର ନେତାଙ୍କ ସହ କାର୍ଯ୍ୟ କରିବାରେ ସେମାନଙ୍କର ଲକ୍ଷ୍ୟକୁ ନିଶ୍ଚିତ କରଥାନ୍ତି। ଭାଷଣ, କାର୍ଯ୍ୟ ଯୋଜନା, ସ୍ବତନ୍ତ୍ର ସେମିନାର କିମ୍ବା ଆଲୋଚନାଚକ୍ର, କିମ୍ବା ପ୍ରେସ ଘୋଷଣା ମାଧ୍ୟମରେ ଏହା କରାଯାଇଥାଏ। ସାମାଜିକ କିମ୍ବା ରାଜନୈତିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷାବିତ୍‌ମାନେ ଶ୍ରେଣୀଗୃହ କାର୍ଯ୍ୟକଳାପ ମାଧ୍ୟମରେ ଏକ ସଚେତନତା ସୃଷ୍ଟି କରିବାର ପ୍ରୟାସ ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri