Posted inଫୁରସତ

ସହଯୋଗ ଦ୍ୱାରା ବିକାଶ

ପୃଥିବୀରେ ବିଭିନ୍ନ ଦେଶ ଦେଶ ମଧ୍ୟରେ ସହଯୋଗ ଦ୍ୱାରା ବିକାଶ ସମ୍ଭବ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ମିଳିତ ଜାତିସଂଘ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ପାଳିତ ହୋଇଥାଏ। ପ୍ରଥମେ ଡିସେମ୍ବର ୧୯ରେ ଏହା ପାଳିତ ହେଉଥିଲା। ମିଳିତ ଜାତିସଂଘର ଦକ୍ଷିଣ-ଦକ୍ଷିଣ ସହଯୋଗ ଦିବସର ତାରିଖ ୨୦୧୧ରେ ସେପ୍ଟେମ୍ବର ୧୨ କୁ ଘୁଞ୍ଚାଇ ଦିଆଯାଇଥିଲା। ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ବୈଷୟିକ ସହଯୋଗ ଲାଗି ସଚେତନତା ବୃଦ୍ଧି ପାଇଁ ଏହି ଦିବସ ପାଳିତ ହୋଇଥାଏ।
ଦକ୍ଷିଣରେ ଥିବା ଅଞ୍ଚଳ ଏବଂ ଦେଶମାନଙ୍କ ଦ୍ୱାରା ନିକଟ ଅତୀତରେ ହୋଇଥିବା ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ବିକାଶକୁ ଏହି ଅବସରରେ ସ୍ମରଣ କରାଯାଇଥାଏ। ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ପାଇଁ ଦକ୍ଷିଣ-ଦକ୍ଷିଣ ସହଯୋଗର ଗୁରୁତ୍ୱ ଉପରେ ସହମତ ହେବା, ଉତ୍ତର-ଦକ୍ଷିଣ ସହଯୋଗକୁ ପୂର୍ଣ୍ଣ କରିବା, ସ୍ବଳ୍ପ ଆୟକାରୀ ଦେଶମାନଙ୍କୁ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା ପାଇଁ ଏହି ଦିବସ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ।
ଏହି ଦିନ ବିଭିନ୍ନ ଦେଶର ରାଜନୈତିକ ନେତାମାନେ ବିକାଶଶୀଳ ଦେଶମାନଙ୍କରେ ଦକ୍ଷିଣ-ଦକ୍ଷିଣ ସହଯୋଗ ପ୍ରତି ପ୍ରତିବଦ୍ଧତା ଉପରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜାତିସଂଘର ନେତାଙ୍କ ସହ କାର୍ଯ୍ୟ କରିବାରେ ସେମାନଙ୍କର ଲକ୍ଷ୍ୟକୁ ନିଶ୍ଚିତ କରଥାନ୍ତି। ଭାଷଣ, କାର୍ଯ୍ୟ ଯୋଜନା, ସ୍ବତନ୍ତ୍ର ସେମିନାର କିମ୍ବା ଆଲୋଚନାଚକ୍ର, କିମ୍ବା ପ୍ରେସ ଘୋଷଣା ମାଧ୍ୟମରେ ଏହା କରାଯାଇଥାଏ। ସାମାଜିକ କିମ୍ବା ରାଜନୈତିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷାବିତ୍‌ମାନେ ଶ୍ରେଣୀଗୃହ କାର୍ଯ୍ୟକଳାପ ମାଧ୍ୟମରେ ଏକ ସଚେତନତା ସୃଷ୍ଟି କରିବାର ପ୍ରୟାସ ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri