ଲୌହ ଗ୍ରହାଣୁ

ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ଯେଉଁ ଅଞ୍ଚଳରେ ଏଗୁଡ଼ିକ ରହିଛନ୍ତି ତାକୁ ‘ଗ୍ରହାଣୁ ବଳୟ’ କୁହାଯାଏ। ଏଗୁଡ଼ିକର ସଂଖ୍ୟା ଚାରି ଲକ୍ଷରୁ ଅଧିକ ହେବ। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ଏକ ତାରିଖରେ ପ୍ରଥମ ଗ୍ରହାଣୁକୁ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ‘ସେରେସ୍‌’ ଓ ଏହା ହେଉଛି ବୃହତ୍ତମ ଗ୍ରହାଣୁ। ବର୍ତ୍ତମାନ ଏହାକୁ ବାମନ ଗ୍ରହ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି।
ଅଧିକାଂଶ ଗ୍ରହାଣୁ ପଥରୁ ଗଠିତ ହୋଇଛି ଏବଂ ଅତି ଅଳ୍ପ ଗ୍ରହାଣୁରେ ଧାତୁ ଅଛି। ଧାତୁ ମଧ୍ୟରେ ମୁଖ୍ୟ ହେଉଛି ଲୁହା ଓ ନିକେଲ। ଅବଶିଷ୍ଟ ଗ୍ରହାଣୁଗୁଡିକ ଉଭୟ ପଥର ଓ ଧାତୁ ସହିତ କାର୍ବନ ପଦାର୍ଥ ମିଶି ଗଠିତ ହୋଇଛି। ଗ୍ରହାଣୁ ବଳୟରେ ଥିବା ଗୋଟିଏ ଗ୍ରହାଣୁ ବର୍ତ୍ତମାନ ଜ୍ୟୋତିର୍ବିଦମାନଙ୍କୁ ଅଧିକ ଭାବରେ ଆକୃଷ୍ଟ କରିଛି। ଏହାର ବିଶେଷ ଗୁଣ ହେଉଛି ଯେ ଏହା କେବଳ ଲୁହା ଏବଂ ନିକେଲ୍‌ରୁ ଗଠିତ ଏବଂ ଏହି ଧାତୁଗୁଡ଼ିକୁ ମୂଲ୍ୟାୟନ କଲେ ଆମେ ଆଶ୍ଚର୍ଯ୍ୟ ହେବା। ଏହାର ନାମ ହେଉଛି ‘୧୬ ସାଇକେ’। ଏହା ହେଉଛି ୧୬ତମ ଆବିଷ୍କୃତ ଗ୍ରହାଣୁ। ଏହାକୁ ଇଟାଲି ଜ୍ୟୋତିର୍ବିଦ ଆନିବେଲ୍‌ ଦେ ଗାସପାରିସ ୧୮୫୨ ମାର୍ଚ୍ଚ ୧୭ ତାରିଖରେ ଆବିଷ୍କାର କରିଥିଲେ। ଏହାର ହାରାହାରି ବ୍ୟାସ ହେଉଛି ୨୨୬ କି.ମି.। ଏହା ପାଞ୍ଚ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥାଏ। ସବୁଠାରୁ ମୂଲ୍ୟବାନ ଗ୍ରହାଣୁ ହେଉଛି ‘୧୬ ସାଇକେ’। ଏହା ଲୁହା ଓ ନିକେଲକୁ ନେଇ ଗଠିତ। ଏହାର ପୃଷ୍ଠ ଶୁଦ୍ଧ ଲୁହାରେ ଗଠିତ ହୋଇଛି। ଏହି ଗ୍ରହାଣୁରେ ଥିବା ଲୁହା ଓ ନିକେଲର ମୂଲ୍ୟ ୧୦୦୦୦ କ୍ୱାଡ୍ରିଲିଅନ (୧ ପରେ ୧୯ଟି ଶୂନ) ଆମେରିକୀୟ ଡଲାର ହେବ। ହବଲ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ୨୦୧୭ରେ ଏହାକୁ ଦୁଇ ଥର ପର୍ଯ୍ୟବେକ୍ଷଣ କରି ପଠାଇଥିବା ତଥ୍ୟକୁ ଅଧ୍ୟୟନ କରି ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି।
ଏହି ଗ୍ରହାଣୁ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ଏହା ନିକଟକୁ ଗୋଟିଏ ମହାକାଶଯାନ ପଠାଇବା ପାଇଁ ଯୋଜନା କରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ସାଇକେ’। ଏହାକୁ ୨୦୨୨ ଜୁଲାଇ ମାସରେ ସ୍ପେସ୍‌ଏକ୍ସ ଫାଲକନ୍‌ ହେଭି ରକେଟ ସାହାଯ୍ୟରେ ମହାକାଶକୁ ଉତକ୍ଷେପଣ କରାଯିବ ଏବଂ ଏହା ୨୦୨୬ ମସିହା ଜାନୁୟାରୀ ୩୧ ତାରିଖରେ ଗ୍ରହାଣୁ କକ୍ଷରେ ପହଞ୍ଚତ୍ ତାକୁ ପରିକ୍ରମଣ କରିବ। ହବଲ ଦୂରବୀକ୍ଷଣ ଯନ୍ତ୍ରରୁ ଯେଉଁ ତଥ୍ୟ ମିଳିଛି ଯେ ଏଠାରେ ପ୍ରଚୁର ପରିମାଣର ଲୁହା ରହିଛି। ଏହି ଅଭିଯାନ ଦ୍ୱାରା ତାହା ପରୀକ୍ଷା କରାଯିବ। ପୁନଶ୍ଚ ଏହି ଗ୍ରହାଣୁକୁ ଅଧ୍ୟୟନ କରି ପୃଥିବୀ ଓ ଅନ୍ୟ ପଥୁରିଆ ଗ୍ରହଗୁଡିକର ଗର୍ଭମଣ୍ଡଳ ସମ୍ବନ୍ଧରେ ସୂଚନା ମିଳିପାରିବ। ଆମେ ପୃଥିବୀର ଗର୍ଭମଣ୍ଡଳକୁ ଯାଇପାରିବା ନାହିଁ। ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୩୦୦୦ କି.ମି. ଗଭୀରରେ ଅଛି। ଆମେ କେବଳ ୧୨ କି.ମି. ଗାତ ଖୋଳି ଅଧ୍ୟୟନ କରିପାରିଛେ। ଏଣୁ ସାଇକେ ଗ୍ରହାଣୁ ଅଧ୍ୟୟନରୁ ପୃଥିବୀ ଗର୍ଭମଣ୍ଡଳ ବିଷୟରେ କିଛି ଜାଣିହେବ ବୋଲି ଆଶା।
ପୂର୍ବରୁ କେତୋଟି ମହାକାଶ ଅଭିଯାନ ଗ୍ରହାଣୁ ନିକଟକୁ ଯାଇ ତଥ୍ୟ ସଂଗ୍ରହ କରିଛି। ଏପରି କି କେତୋଟି ଗ୍ରହାଣୁରୁ ମୃତ୍ତିକା ସଂଗ୍ରହ କରି ଅଧ୍ୟୟନ ପାଇଁ ପୃଥିବୀକୁ ଅଣାଯାଇଛି। ଜାପାନ ୨୦୧୪ ମସିହା ଡିସେମ୍ବର ମାସରେ ର୍ୟୁଗୁ ଗ୍ରହାଣୁ ପାଖକୁ ‘ହୟାବସୁ-୨’ ଅଭିଯାନ ପଠାଇଥିଲା। ଏଥିରେ ଥିବା ଗୋଟିଏ ପ୍ରୋବ ଏହି ଗ୍ରହାଣୁରୁ ମୃତ୍ତିକା ନମୁନା ନେଇ ୨୦୨୦ ମସିହା ଡିସେମ୍ବର ୬ ତାରିଖରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛି। କିନ୍ତୁ ପୂର୍ବରୁ ଯେଉଁ ସବୁ ଗ୍ରହାଣୁ ପାଖକୁ ମହାକାଶଯାନ ପଠାଯାଇଥିଲା, ସେସବୁ ପଥର ଓ ବରଫରେ ଗଠିତ ଥିଲା। ପ୍ରଥମ ଥର ପାଇଁ ଗୋଟିଏ ଧାତବ ଗ୍ରହାଣୁ ପାଖକୁ ମହାକାଶ ଯାନ ଯାଇ ଅନୁସନ୍ଧାନ କରିବ।
ଅନେକେ ପ୍ରଶ୍ନ କରିପାରନ୍ତି ଯେ ‘୧୬ ସାଇକେ’ ଗ୍ରହାଣୁକୁ ପୃଥିବୀକୁ ଆଣି ହେବ କି? ଏହା ସମ୍ଭବ ହେଲେ ଏଥିରେ ଥିବା ଲୁହା ଓ ନିକେଲ ଅନେକ କାର୍ଯ୍ୟରେ ଆସିପାରନ୍ତା। କିନ୍ତୁ ଗୋଟିଏ ଗ୍ରହାଣୁକୁ ପୃଥିବୀକୁ ଆଣିବାର କାରିଗରି ବିଦ୍ୟା ଏ ପର୍ଯ୍ୟନ୍ତ ବିକଶିତ ହୋଇପାରିନାହିଁ। ଅବଶ୍ୟ ମହାକାଶ ଯାନ ପଠାଇ ଗ୍ରହାଣୁରୁ ଲୁହା ପୃଥିବୀକୁ ଆଣିହେବ, କିନ୍ତୁ ସୀମିତ ପରିମାଣରେ। ଯଦି ଭବିଷ୍ୟତରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଅଧିକ ବିକାଶ କରେ, ତାହାହେଲେ ଏହି ମୂଲ୍ୟବାନ ଲୌହ ଗ୍ରହାଣୁକୁ ପୃଥିବୀକୁ ଆଣିବା ସମ୍ଭବ ହୋଇପାରେ।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?