ଲୌହ ଗ୍ରହାଣୁ

ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ଯେଉଁ ଅଞ୍ଚଳରେ ଏଗୁଡ଼ିକ ରହିଛନ୍ତି ତାକୁ ‘ଗ୍ରହାଣୁ ବଳୟ’ କୁହାଯାଏ। ଏଗୁଡ଼ିକର ସଂଖ୍ୟା ଚାରି ଲକ୍ଷରୁ ଅଧିକ ହେବ। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ଏକ ତାରିଖରେ ପ୍ରଥମ ଗ୍ରହାଣୁକୁ ଆବିଷ୍କାର କରିଥିଲେ। ଏହାର ନାମ ହେଉଛି ‘ସେରେସ୍‌’ ଓ ଏହା ହେଉଛି ବୃହତ୍ତମ ଗ୍ରହାଣୁ। ବର୍ତ୍ତମାନ ଏହାକୁ ବାମନ ଗ୍ରହ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଛି।
ଅଧିକାଂଶ ଗ୍ରହାଣୁ ପଥରୁ ଗଠିତ ହୋଇଛି ଏବଂ ଅତି ଅଳ୍ପ ଗ୍ରହାଣୁରେ ଧାତୁ ଅଛି। ଧାତୁ ମଧ୍ୟରେ ମୁଖ୍ୟ ହେଉଛି ଲୁହା ଓ ନିକେଲ। ଅବଶିଷ୍ଟ ଗ୍ରହାଣୁଗୁଡିକ ଉଭୟ ପଥର ଓ ଧାତୁ ସହିତ କାର୍ବନ ପଦାର୍ଥ ମିଶି ଗଠିତ ହୋଇଛି। ଗ୍ରହାଣୁ ବଳୟରେ ଥିବା ଗୋଟିଏ ଗ୍ରହାଣୁ ବର୍ତ୍ତମାନ ଜ୍ୟୋତିର୍ବିଦମାନଙ୍କୁ ଅଧିକ ଭାବରେ ଆକୃଷ୍ଟ କରିଛି। ଏହାର ବିଶେଷ ଗୁଣ ହେଉଛି ଯେ ଏହା କେବଳ ଲୁହା ଏବଂ ନିକେଲ୍‌ରୁ ଗଠିତ ଏବଂ ଏହି ଧାତୁଗୁଡ଼ିକୁ ମୂଲ୍ୟାୟନ କଲେ ଆମେ ଆଶ୍ଚର୍ଯ୍ୟ ହେବା। ଏହାର ନାମ ହେଉଛି ‘୧୬ ସାଇକେ’। ଏହା ହେଉଛି ୧୬ତମ ଆବିଷ୍କୃତ ଗ୍ରହାଣୁ। ଏହାକୁ ଇଟାଲି ଜ୍ୟୋତିର୍ବିଦ ଆନିବେଲ୍‌ ଦେ ଗାସପାରିସ ୧୮୫୨ ମାର୍ଚ୍ଚ ୧୭ ତାରିଖରେ ଆବିଷ୍କାର କରିଥିଲେ। ଏହାର ହାରାହାରି ବ୍ୟାସ ହେଉଛି ୨୨୬ କି.ମି.। ଏହା ପାଞ୍ଚ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥାଏ। ସବୁଠାରୁ ମୂଲ୍ୟବାନ ଗ୍ରହାଣୁ ହେଉଛି ‘୧୬ ସାଇକେ’। ଏହା ଲୁହା ଓ ନିକେଲକୁ ନେଇ ଗଠିତ। ଏହାର ପୃଷ୍ଠ ଶୁଦ୍ଧ ଲୁହାରେ ଗଠିତ ହୋଇଛି। ଏହି ଗ୍ରହାଣୁରେ ଥିବା ଲୁହା ଓ ନିକେଲର ମୂଲ୍ୟ ୧୦୦୦୦ କ୍ୱାଡ୍ରିଲିଅନ (୧ ପରେ ୧୯ଟି ଶୂନ) ଆମେରିକୀୟ ଡଲାର ହେବ। ହବଲ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ୨୦୧୭ରେ ଏହାକୁ ଦୁଇ ଥର ପର୍ଯ୍ୟବେକ୍ଷଣ କରି ପଠାଇଥିବା ତଥ୍ୟକୁ ଅଧ୍ୟୟନ କରି ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି।
ଏହି ଗ୍ରହାଣୁ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ଏହା ନିକଟକୁ ଗୋଟିଏ ମହାକାଶଯାନ ପଠାଇବା ପାଇଁ ଯୋଜନା କରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ସାଇକେ’। ଏହାକୁ ୨୦୨୨ ଜୁଲାଇ ମାସରେ ସ୍ପେସ୍‌ଏକ୍ସ ଫାଲକନ୍‌ ହେଭି ରକେଟ ସାହାଯ୍ୟରେ ମହାକାଶକୁ ଉତକ୍ଷେପଣ କରାଯିବ ଏବଂ ଏହା ୨୦୨୬ ମସିହା ଜାନୁୟାରୀ ୩୧ ତାରିଖରେ ଗ୍ରହାଣୁ କକ୍ଷରେ ପହଞ୍ଚତ୍ ତାକୁ ପରିକ୍ରମଣ କରିବ। ହବଲ ଦୂରବୀକ୍ଷଣ ଯନ୍ତ୍ରରୁ ଯେଉଁ ତଥ୍ୟ ମିଳିଛି ଯେ ଏଠାରେ ପ୍ରଚୁର ପରିମାଣର ଲୁହା ରହିଛି। ଏହି ଅଭିଯାନ ଦ୍ୱାରା ତାହା ପରୀକ୍ଷା କରାଯିବ। ପୁନଶ୍ଚ ଏହି ଗ୍ରହାଣୁକୁ ଅଧ୍ୟୟନ କରି ପୃଥିବୀ ଓ ଅନ୍ୟ ପଥୁରିଆ ଗ୍ରହଗୁଡିକର ଗର୍ଭମଣ୍ଡଳ ସମ୍ବନ୍ଧରେ ସୂଚନା ମିଳିପାରିବ। ଆମେ ପୃଥିବୀର ଗର୍ଭମଣ୍ଡଳକୁ ଯାଇପାରିବା ନାହିଁ। ଏହା ପୃଥିବୀ ପୃଷ୍ଠରୁ ପ୍ରାୟ ୩୦୦୦ କି.ମି. ଗଭୀରରେ ଅଛି। ଆମେ କେବଳ ୧୨ କି.ମି. ଗାତ ଖୋଳି ଅଧ୍ୟୟନ କରିପାରିଛେ। ଏଣୁ ସାଇକେ ଗ୍ରହାଣୁ ଅଧ୍ୟୟନରୁ ପୃଥିବୀ ଗର୍ଭମଣ୍ଡଳ ବିଷୟରେ କିଛି ଜାଣିହେବ ବୋଲି ଆଶା।
ପୂର୍ବରୁ କେତୋଟି ମହାକାଶ ଅଭିଯାନ ଗ୍ରହାଣୁ ନିକଟକୁ ଯାଇ ତଥ୍ୟ ସଂଗ୍ରହ କରିଛି। ଏପରି କି କେତୋଟି ଗ୍ରହାଣୁରୁ ମୃତ୍ତିକା ସଂଗ୍ରହ କରି ଅଧ୍ୟୟନ ପାଇଁ ପୃଥିବୀକୁ ଅଣାଯାଇଛି। ଜାପାନ ୨୦୧୪ ମସିହା ଡିସେମ୍ବର ମାସରେ ର୍ୟୁଗୁ ଗ୍ରହାଣୁ ପାଖକୁ ‘ହୟାବସୁ-୨’ ଅଭିଯାନ ପଠାଇଥିଲା। ଏଥିରେ ଥିବା ଗୋଟିଏ ପ୍ରୋବ ଏହି ଗ୍ରହାଣୁରୁ ମୃତ୍ତିକା ନମୁନା ନେଇ ୨୦୨୦ ମସିହା ଡିସେମ୍ବର ୬ ତାରିଖରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛି। କିନ୍ତୁ ପୂର୍ବରୁ ଯେଉଁ ସବୁ ଗ୍ରହାଣୁ ପାଖକୁ ମହାକାଶଯାନ ପଠାଯାଇଥିଲା, ସେସବୁ ପଥର ଓ ବରଫରେ ଗଠିତ ଥିଲା। ପ୍ରଥମ ଥର ପାଇଁ ଗୋଟିଏ ଧାତବ ଗ୍ରହାଣୁ ପାଖକୁ ମହାକାଶ ଯାନ ଯାଇ ଅନୁସନ୍ଧାନ କରିବ।
ଅନେକେ ପ୍ରଶ୍ନ କରିପାରନ୍ତି ଯେ ‘୧୬ ସାଇକେ’ ଗ୍ରହାଣୁକୁ ପୃଥିବୀକୁ ଆଣି ହେବ କି? ଏହା ସମ୍ଭବ ହେଲେ ଏଥିରେ ଥିବା ଲୁହା ଓ ନିକେଲ ଅନେକ କାର୍ଯ୍ୟରେ ଆସିପାରନ୍ତା। କିନ୍ତୁ ଗୋଟିଏ ଗ୍ରହାଣୁକୁ ପୃଥିବୀକୁ ଆଣିବାର କାରିଗରି ବିଦ୍ୟା ଏ ପର୍ଯ୍ୟନ୍ତ ବିକଶିତ ହୋଇପାରିନାହିଁ। ଅବଶ୍ୟ ମହାକାଶ ଯାନ ପଠାଇ ଗ୍ରହାଣୁରୁ ଲୁହା ପୃଥିବୀକୁ ଆଣିହେବ, କିନ୍ତୁ ସୀମିତ ପରିମାଣରେ। ଯଦି ଭବିଷ୍ୟତରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଅଧିକ ବିକାଶ କରେ, ତାହାହେଲେ ଏହି ମୂଲ୍ୟବାନ ଲୌହ ଗ୍ରହାଣୁକୁ ପୃଥିବୀକୁ ଆଣିବା ସମ୍ଭବ ହୋଇପାରେ।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri