ବନାଞ୍ଚଳରୁ ଲୁହାପଥର ଚୋରାଚାଲାଣ

ଯୋଡ଼ା/ଚମ୍ପୁଆ, ୬ା୫ (ଡି.ଏନ.ଏ.)

କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ଚମକପୁର ପ୍ରୋଟେକ୍ଟେଡ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ବନବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିବା ସହିତ ଏକ ଟ୍ରକ୍‌ ଜବତ କରିଛି। ଏଥିରେ ଜଣକୁ ବନବିଭାଗ ଅଟକ ରଖିଛି ା
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଚମ୍ପୁଆ ରେଞ୍ଜ୍‌ର ଶିବ ରାଉତଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଚମକପୁର ପିଆରଏଫ ଅଞ୍ଚଳରେ ଲାଇଟ ଜଳୁଥିବାର ଦେଖିବାକୁ ପାଇଥିଲେ। ଏଥିରେ ସନ୍ଦେହ ହେବାରୁ ଟିମ୍‌ ଉକ୍ତ ଅଞ୍ଚଳକୁ ଯିବା ପରେ ଦେଖିବାକୁ ପାଇଥିଲା ଯେ ଝାଡଖଣ୍ଡର ଏକ ଟ୍ରକ୍‌ରେ ଲୁହାପଥର ଚୋରା ଚାଲାଣ ପାଇଁ ବୋଝେଇ ହେଉଥିଲା ା
ଟିମକୁ ଦେଖି ଖଣିଜ ଚୋର ମାନେ ଛତ୍ରଭଙ୍ଗ ଦେଇଥିଲେ। ଏତଦ୍‌ବ୍ୟତୀତ ସେଠାରେ ଥିବା ପ୍ରାୟ ୩୦ ମେଟ୍ରିକ ଟନ୍‌ ଲୁହାପଥର ଜବତ ହୋଇଛି। ଖଣି ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ ମାଇନ୍‌ସ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମ ସଫ୍ଟୱେର ଲଗାଇ ପ୍ରତି ରୁଟରେ ଚୋରା କାରବାରକୁ ପ୍ରତିହତ କରାଯାଇ ପାରିବ ବୋଲି କୁହାଯାଉଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଉପୁଜୁଛି ା କାରଣ ସଫ୍ଟୱେର ପରିଚାଳନା କରୁଥିବା କେତେକ ଅଧିକାରୀ ଓ ସରକାରୀ ଓଜନକଣ୍ଟାରେ ଥିବା କେତେ ଜଣ ଅସାଧୁ କର୍ମଚାରୀ ମାନେ ଏହି ଚୋରା କାରବାରକୁ ପରୋକ୍ଷରେ ପ୍ରଶୟ ଦେଉଛନ୍ତି ବୋଲି ଖଣି ବିଷାରଦ ମତ ଦେଇଛନ୍ତି।
ଗତ କିଛି ମାସ ହେବ ଚୋରା ଲୁହାପଥର ଓ ମାଙ୍ଗାନିଜ ପଥର କାରବାର କୋଇଡା ସୁନ୍ଦରଗଡ ସୀମାନ୍ତ ଅଞ୍ଚଳ, ବାଂଶପାଣି, ଜୁରୁଡି, ବାମେବାରୀ ଅଞ୍ଚଳ ତଥା କାନପୁର ଡ୍ୟାମ ନିର୍ମାଣ ହେଉଥିବା ବୁଡି ଅଞ୍ଚଳ ଏବଂ ବିଲେଇପଦା ଅଞ୍ଚଳରେ ଅହେତୁକ ପରିମାଣରେ ଚୋରା ଲୁହାପଥର କାରବାର ଅହେତୁକ ବୃଦ୍ଧି ପାଉଛି ା ଟ୍ରକ ମାଲିକ, ପରିବହନକାରୀ ଠିକାସଂସ୍ଥା ତଥା କେତେକ ଖଣି ଲିଜଧାରୀ ମାନଙ୍କ ମଧ୍ୟରେ ମଧ୍ୟସ୍ତି ସାଜୁଥିବା କିଛି ବାହାର ରାଜ୍ୟର ଦଲାଲ ଆଇଥ୍ରୀଏମଏସରେ ପଞ୍ଜୀକରଣ ନ କରି ଜାଲ କାଗଜରେ ଏହି କାରବାର କରୁଛନ୍ତି। ଏଥିରେ ଅସାଧୁ ସରକାରୀ ଖଣି କର୍ମଚାରୀ ସାମିଲ ଥିବା ଶୁଣିବାକୁ ମିଳୁଥିଲେ ମଧ୍ୟ ଠିକ୍‌ ଭାବେ ତଦନ୍ତ ହେଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri