Posted inଜାତୀୟ

ଗାଜିପୁର ରୋଡରେ ତଥାପି ରହିଛି ଲୁହାକଣ୍ଟା

ଗାଜିପୁର,୫।୨: ଉତ୍ତର ପ୍ରଦେଶ-ଦିଲ୍ଲୀର ଗାଜିପୁର ସୀମାରେ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ କରିବା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ରାସ୍ତାରେ ଲଗାଯାଇଛି ଲୁହାକଣ୍ଟା। ସୋସିଆଲ ମିଡିଆରେ ଗୁରୁବାର ଲୁହାକଣ୍ଟା ଉଠାଯାଉଥିବାର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା। ଏହା ଉପରେ ଗୁରୁବାର ପତିକ୍ରିୟା ରଖିଛନ୍ତି ପୂର୍ବ ଦିଲ୍ଲୀର ଡେପୁଟି କମିଶନର ଦୀପକ ଯାଦବ।

ଗାଜିପୁର ସୀମାରୁ ଲୁହାକଣ୍ଟା ଉଠାଯାଇଥିବା ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଗୁଡ଼ାକୁ କେବଳ ସ୍ଥାନାନ୍ତର କରାଯାଇଛି ଉଠା ଯାଇନାହିଁ। ସୀମାରେ ସୁରକ୍ଷା ବ୍ୟବସ୍ଥା ପୂର୍ବଭଳି ରହିଥିବା ସେ କହିଛନ୍ତି। ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ଭାବବିହ୍ବଳ ହେବାବେଳର ଭିଡିଓ ଭାଇରାଲ ହେବା ପରେ ଗାଜିପୁର ସୀମାରେ କୃଷକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ବ୍ୟାରିକେଡିଂ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁକୁ ସହି ପାରିଲେନି, ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ପଡିଲେ ସ୍ତ୍ରୀ

ବଲାଙ୍ଗୀର ,୨୪।୪ (ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ…

ସଚିନ ତେନ୍ଦୁଲକରଙ୍କ ସେହି ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି

ନୂଆଦିଲ୍ଲୀ,୨୪।୪: ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ…

ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି। …

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ଉତ୍ତର ରଖିଲେ ନଓ୍ବାଜ, କହିଲେ…

ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ବେଳେ ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି…

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

ଅଜିତ ପାୱାରଙ୍କ ଜୀବନ ନେଇଗଲା ‘କଳା ଯାଦୁ’? ମିଳିଲା ଗଛରେ ଝୁଲୁଥିବା ଏକ କଳା ଛେଳି, ଆଶ୍ଚର୍ଯ୍ୟଜନକ ଦାବି କଲେ…

ମୁମ୍ବାଇ,୨୪।୪: ବାରାମତୀ ଭୂମି ଉପରେ ଏହି ନୂତନ ଦାବି ରାଜନୀତି ଏବଂ ସମାଜ ଉଭୟକୁ ଆଲୋଡ଼ିତ କରିଛି। ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ “କଳା ଯାଦୁ”ର ତତ୍ତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri