Posted inଖେଳ

ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅଡୁଆରେ ଇରାନ ଦଳ

ଗୋଲ୍ଡ କୋଷ୍ଟ(ଅଷ୍ଟ୍ରେଲିଆ),୯।୩: ମହିଳା ଏସିଆନ କପ୍‌ ଶେଷ ଗ୍ରୁପ୍‌ ମ୍ୟାଚରେ ଇରାନ ଫୁଟ୍‌ବଲ ଦଳ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚ ହାରିଯିବାପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବର୍ତ୍ତମାନ ଅଡୁଆରେ ପଡ଼ିଯାଇଛି।

ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପୂର୍ବରୁ ମହାଦେଶୀୟ ଚାମ୍ପିୟନଶିପ୍‌ ଖେଳିବା ଲାଗି ଇରାନ ମହିଳା ଦଳ ଗତମାସରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ ଶେଷ ହେବାକ୍ଷଣି ପରାଜିତ ଦଳ କିଛି ଦିନ ମଧ୍ୟରେ ସ୍ବଦେଶ ଫେରିଯାଇଥାନ୍ତି।

ଆୟୋଜକଗଣ ଇରାନ ଦଳର ପ୍ରସ୍ଥାନ ଉପରେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି। ମାତ୍ର ଅଷ୍ଟ୍ରେଲିଆର ନ୍ୟାଶନାଲ ଏଜେନ୍ସିକୁ ଏକ ସାକ୍ଷାତ୍‌କାରରେ ଇରାନର ମୁଖ୍ୟ କୋଚ୍‌ ମାର୍ଜିୟେ ଜାଫାରି କହିଛନ୍ତି, ସେମାନେ ଯଥାଶୀଘ୍ର ଇରାନ ଫେରିଯିବାକୁ ଚାହାନ୍ତି।

ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ତାଙ୍କ ଦେଶ ଓ ପରିବାର ସହ ରହିବାକୁ ପସନ୍ଦ କରିବେ। ଗତ ସୋମବାର ଓପନିଂ ମ୍ୟାଚରେ ଦକ୍ଷିଣ କୋରିଆଠାରୁ ପରାଜିତ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବେଳେ ଦଳର ନୀରବତାକୁ ନେଇ ନାନା କଥା ଶୁଣିବାକୁ ମିଳିଥିଲା।

କେତେକ ଏହା ପ୍ରତିରୋଧରର କାର୍ଯ୍ୟ ବୋଲି ମନେ କରିଥିବା ବେଳେ ଅନ୍ୟ କେତେକ ଶୋକ ପ୍ରଦର୍ଶନ ଭାଗରେ ଦେଖିଥିଲେ। କିନ୍ତୁ ଗତ ଗୁରୁବାର ଅଷ୍ଟ୍ରେଲିଆ ନିକଟରୁ ୪-୦ରେ ପରାଜୟ ଏବଂ ରବିବାର ଫିଲିପାଇନ୍ସଠାରୁ ୨-୦ରେ ପରାଜୟ ମ୍ୟାଚ ବେଳେ ଖେଳାଳିମାନେ ଜାତୀୟ ସଙ୍ଗୀତ ଗାନ ସହ ସାଲ୍ୟୁଟ କରିବାର ଦୃଶ୍ୟ ଦେଖିବାକୁ ମଳିଥିଲା।

ଇରାନ ମହିଳା ଦଳ ଯଦି ଫିଲିପାଇନ୍ସକୁ ହରାଇ ଦେଇଥାନ୍ତା ତେବେ ଦଳର ଏସିଆନ କପ୍‌ କ୍ୱାର୍ଟରଫାଇନାଲ ସମ୍ଭାବନା ସୃଷ୍ଟି ହୋଇଥାନ୍ତା, ଯାହା ଫଳରେ ଏହି ଦଳ ଅଷ୍ଟ୍ରେଲିଆରେ ଆଉ ଏକ ସପ୍ତାହରୁ ଅଧିକ ଦିନ ଅବସ୍ଥାନ କରିପାରିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri