ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ: ଭଙ୍ଗା କୁଡ଼ିଆରେ ବିତୁଛି ଜନପ୍ରତିନିଧିଙ୍କ ଜୀବନ

ଥୁଆମୂଳ ରାମପୁର, ୯ା୩ (ଦୁର୍ଗା କୀର୍ତ୍ତି): ସରକାର ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରଶାସନିକ ଅବହେଳା ଓ ଯୋଜନାର ସଠିକ ରୂପାୟନ ଅଭାବରୁ ଯୋଗ୍ୟ ହିତାଧିକାରୀ ଆଜି ବି ପଲିଥିନ ଟଙ୍ଗା ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି। ଏପରିକି ଜଣେ ଜନପ୍ରତିନିଧି ହୋଇ ମଧ୍ୟ ଆବାସ ସୁବିଧାରୁ ବଞ୍ଚିତ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ବ୍ଲକ ସଦର ମହକୁମା କାଳୀ ମନ୍ଦିର ଉପରପଡ଼ାର ବୃଦ୍ଧା ଉଆଁସୀ ମାଝୀ ଜଣେ ଓ୍ବାର୍ଡ ମେମ୍ବର। ହେଲେ ଦୁର୍ଭାଗ୍ୟର ବିଷୟ, ଜନପ୍ରତିନିଧି ଭାବେ ଲୋକଙ୍କ ସେବା କରୁଥିବା ଉଆଁସୀଙ୍କ ନିଜ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ପକ୍କାଘର ନାହିଁ। ସେ ନିଜର ୭୫ ବର୍ଷୀୟ ରୁଗ୍ଣ ସ୍ବାମୀ ଗୋବର୍ଦ୍ଧନ ମାଝୀ, ଦୁଇ ପୁଅ, ବୋହୂ ଓ ନାତିନାତୁଣୀଙ୍କ ସହ ଏକ ବିପଦପୂର୍ଣ୍ଣ ଭଙ୍ଗା ମାଟିଘରେ ରହୁଛନ୍ତି। ବର୍ଷା ଦିନେ ଛାତରୁ ପାଣି ଗଳିବା ସହ କାନ୍ଥ ଧସିବା ଭୟରେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରାତି କାଟୁଛନ୍ତି। ପରିବାରର ବଡ଼ ପୁଅ ବଳରାମ ମଧ୍ୟ ଋଣ କରି ଏକ ଛୋଟ ଘର ନିର୍ମାଣ କରିଥିଲେ ହେଁ, ଏବେ ସେହି ଋଣ ଭାର ଯୋଗୁ ତାଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି।

ଓ୍ବାର୍ଡ ମେମ୍ବର ଉଆଁସୀ ମାଝୀ କହିଛନ୍ତି, ମୁଁ ସରପଞ୍ଚ, ପିଇଓ ଓ ବିଡିଓଙ୍କୁ ବାରମ୍ବାର ଗୁହାରି କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ପାଇଁ ଘରଟିଏ ମଞ୍ଜୁର ହେଲାନାହିଁ। ଆମେ ଗରିବ ଲୋକ, ଭଙ୍ଗା ଘରେ ବର୍ଷା ଶୀତ ସହି କେତେ ଦିନ ବଞ୍ଚିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରଶାସନିକ ସ୍ତରରେ ତାଲିକା ପ୍ରସ୍ତୁତିରେ ତ୍ରୁଟି ଓ ଉପଯୁକ୍ତ ତଦାରଖ ଅଭାବରୁ ପ୍ରକୃତ ଗରିବ ଶ୍ରେଣୀର ଲୋକେ ଏହି ସରକାରୀ ସୁବିଧାରୁ ବାଦ ପଡ଼ୁଥିବା ଅଭିଯୋଗ ହେଉଛି। ଉଆଁସୀଙ୍କ ପରିବାର ଏବେବି ଚାଳ ଉପରେ ପଲିଥିନ ଘୋଡ଼ାଇ ଦୁର୍ଦ୍ଦଶାପୂର୍ଣ୍ଣ ଜୀବନ ବିତାଉଛନ୍ତି। ଯଦି ଜଣେ ଜନପ୍ରତିନିଧିଙ୍କ ଅବସ୍ଥା ଏପରି, ତେବେ ସାଧାରଣ ଗରିବ ଶ୍ରେଣୀର ଲୋକଙ୍କ ସ୍ଥିତି କଣ ହୋଇଥିବ, ତାହା ସହଜେ ଅନୁମେୟ। ଏହି ଘଟଣା ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଯୋଗ୍ୟ ପରିବାରକୁ ଆବାସ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣିରେ ବସ ଓ କାର ମୁହାଁମୁହିଁ: ଚାଲିଗଲା ଚାଳକଙ୍କ ଜୀବନ, ୪ ଗୁରୁତର…

ଡୁଙ୍ଗୁରିପାଲି, ୨୮।୪ (ଦୀନବନ୍ଧୁ ସୁନା): ବରଗଡ଼ -ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି FCI ଓ…

ଇନଷ୍ଟାରୁ ପ୍ରେମ, ଶାରୀରିକ ସମ୍ପର୍କ ରଖିବା ସହ ଉଠାଇଥିଲେ ଫଟୋ-ଭିଡିଓ: ଭାଇରାଲ କରି ବନ୍ଧା ହେଲେ…

ରିଆମାଳ ୨୮|୪( ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ଜଣେ ଯୁବତୀକୁ ପ୍ରେମ କରି ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ପୁଲିସ ଜଣେ…

ଝାରମୁଣ୍ଡାରେ ଜଳ ସଙ୍କଟ, ନଳକୂପ ଅଚଳ: ନିଜ ପାଇଁ ନିଜେ ଅଣ୍ଟା ଭିଡ଼ି ପୋଖରୀକୁ ସଫେଇ କଲେ …

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚକରେ ଏବେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଦେଖାଯାଇଛି ଜଳ ସଙ୍କଟ । ଏକାଧିକ ଗ୍ରାମରେ…

ଦିଗପହଣ୍ଡିରେ ବେଆଇନ ମଦ କାରବାର ଉପରେ ଚାବୁକ: ୮୪୦୦ ଲିଟର ପୋଚ ନଷ୍ଟ, ମହିଳାଙ୍କ ସମେତ ୫ ଅଭିଯୁକ୍ତ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁମ୍ଭଝରି ଗ୍ରାମ ନିକଟ ଦୁର୍ଗମ କେରାଣ୍ଡିିମାଳ ଜଙ୍ଗଲରେ ମଙ୍ଗଳବାର ଭୋର ପ୍ରାୟ ୫ଟା  ସମୟରେ ଚୋରା ମଦ …

ହଠାତ୍‌ ଅନେକ ପେଟ୍ରୋଲ ପମ୍ପ ବନ୍ଦ; ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ, ଜାଣନ୍ତୁ କେଉଁଠି..

ନୂଆଦିଲ୍ଲୀ,୨୮ା୪: ପ୍ରତିଦିନ ଆମେ ପେଟ୍ରୋଲ ଦରରେ ପରିବର୍ତ୍ତ ଦେଖୁଛେ । ପେଟ୍ରୋଲ ଦର ପ୍ରତିଦିନ ସକାଳ ୬ଟାରେ ନୂଆ ଦର ଜାରି କରିଥାଏ । କିନ୍ତୁ ଏବେ…

ଭଞ୍ଜନଗର ଠାକୁରାଣୀ ଯାତ୍ରା: ବାଦ୍ୟ, ନୃତ୍ୟ-ଆତସବାଜି ସହ ଦେବୀଙ୍କ ନଗର ଭ୍ରମଣ ଆରମ୍ଭ,ଭକ୍ତଙ୍କ ଭିଡ଼

ଭଞ୍ଜନଗର,୨୮। ୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ହେଉଛି ତୃତୀୟ ଦିବସ। ଗତ ରବିବାର ବ୍ୟାଘ୍ରଦେବି ଏବଂ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ଅସ୍ଥାୟୀ ମଣ୍ଡପକୁ…

ସ୍ପୋର୍ଟ କ୍ଲାଇମ୍ବିଂ ପ୍ରଶିକ୍ଷଣ ପାଇଁ ଓଡ଼ିଶା ଗ୍ରୁପର ନୂଆଦିଲ୍ଲୀ ଯାତ୍ରା

କେସିଙ୍ଗା,୨୮ା୪ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳ ରୁପ୍ରା ଗ୍ରାମର ଏଭରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ…

ଦିଗପହଣ୍ଡି-ସାନଖେମୁଣ୍ଡିରେ କାଳବୈଶାଖୀରେ ତାଣ୍ଡବ: କୁଆପଥର ମାଡ଼ ସହ ଝଡ଼ ବର୍ଷା, ଉଡିଗଲା…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri