ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ ରବିବାର କହିଛି। ଏଥିସହିତ ବିଦେଶରେ ଅଟକି ରହିଥିବା ଇରାନୀୟ ପାଣ୍ଠି ଏବଂ ଦେଶର ତୈଳ ବିକ୍ରି ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ। ଲେବାନନ୍‌କୁ ନେଇ ଅନ୍ତରୀଣ ଚୁକ୍ତିନାମାରେ ରହିଥିବା ସର୍ତ୍ତକୁ ଇସ୍ରାଏଲ୍‌ କ୍ରମାଗତ ଭାବେ ଉଲ୍ଲଂଘନ କରିଚାଲିଛି। ତେଣୁ ରବିବାରର ଆଲୋଚନାରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଇସ୍‌ମାଇଲ ବାକାଇ ଏକ ଭିଡିଓରେ କହିଥିବାବେଳେ ସେଠାର ସରକାରୀ ଗଣମାଧ୍ୟମ ଆଇଆର୍‌ଏନ୍‌ଏ ଏହାକୁ ଶେୟାର କରିଛି। ଯୁଦ୍ଧ ବନ୍ଦ ପାଇଁ ହୋଇଥିବା ଅନ୍ତରୀଣ ଚୁକ୍ତିନାମାରେ ଲେବାନନ୍‌ରେ ଇସ୍ରାଏଲ୍‌ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ବନ୍ଦ ରହିବ ବୋଲି ସର୍ତ୍ତ ରଖାଯାଇଥିଲା। ଇସ୍ରାଏଲ୍‌ ଶନିବାର ଲେବାନନ୍‌ ଉପରେ ଆକ୍ରମଣ କରିବାରୁ ଇରାନ ସେନା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ବନ୍ଦ ଘୋଷଣା କରିଥିଲା। ଶନିବାର ସନ୍ଧ୍ୟା ପରେ ଇସ୍ରାଏଲ୍‌ ଲେବାନନ୍‌ ଉପରେ ଆଉ ଆକ୍ରମଣ କରିନାହିଁ। ଶନିବାରଠାରୁ ଏକ ଅସ୍ଥାୟୀ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିବା ବାକାଇ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?