ଇରାନ ଜାରି କଲା ହିଟ୍ ଲିଷ୍ଟ: ନେତାନ୍ୟାହୁଙ୍କ ସମେତ ଏହି ନେତାମାନଙ୍କୁ ହତ୍ୟା କରିବାକୁ ଦେଲା ଧମକ

ନୂଆଦିଲ୍ଲୀ,୨।୧୦: ଇରାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନା ମୁଖ୍ୟ ହରଜୀ ହାଲେଭିଙ୍କ ସମେତ ୧୧ ଜଣଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି, ଯେଉଁଥିରେ ଫଟୋ ସହିତ ୧୧ ଜଣଙ୍କ ନାମ ରହିଛି। ଏହି ତାଲିକା “ଇସ୍ରାଏଲ୍ ଆତଙ୍କବାଦୀଙ୍କୁ ଶେଷ କରିବାର ତାଲିକା” ଭାବରେ ପ୍ରକାଶ କରାଯାଇଛି। ଏହି ପଦକ୍ଷେପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ବଢାଇପାରେ।

ସମ୍ପ୍ରତି ଇରାନ ଇସ୍ରାଏଲ ଉପରେ ପ୍ରାୟ ୨୦୦ ଟି କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ମଧ୍ୟରୁ ଅନେକ ଇରାନର ଅଞ୍ଚଳରେ ହିଁ ପଡିଥିଲା ବେଳେ ଅନ୍ୟ କିଛି ଇସ୍ରାଏଲର କିଛି ସହରଗୁଡିକ ଉପରେ ପଡିଥିଲା। ଇରାନର ବିରୋଧୀ ଦଳଙ୍କ କହିବାନୁସାରେ, ଇଫଫାନ୍ ଏବଂ ଜାନଜାନ୍ ଭଳି ଅଞ୍ଚଳରେ ଇରାନର କେତେକ କ୍ଷେପଣାସ୍ତ୍ର ଖସି ପଡ଼ିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଉତ୍ତର ଏବଂ ଦକ୍ଷିଣ ଭାଗରେ ହାଇ ଆଲର୍ଟ ଜାରି କରିଛି।

ଇରାନର ଗୁପ୍ତଚର ମନ୍ତ୍ରଣାଳୟ ହିବ୍ରୁ ଭାଷାରେ ଏକ ଧମକ ଦେଇଛି ଯେ ସେମାନେ ଖୁବ ଶୀଘ୍ର ଇସ୍ରାଏଲର ସୁରକ୍ଷା ପ୍ରତିଷ୍ଠାନର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀଙ୍କୁ ହଟାଇବେ। ଯେତେବେଳେ ଲେବାନନରେ ହିଜବୁଲାର ମୁଖ୍ୟାଳୟ ଉପରେ ଆକ୍ରମଣରେ ଇସ୍ରାଏଲ୍ ସେନା ସଂଗଠନ ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରିଥିଲା ​​ସେତେବେଳେ ଇରାନ ଏହାର ନିଷ୍ପତି ଶୁଣାଇ ଦେଇଥିଲା। ତେବେ ଇରାନ ଏହି କ୍ଷେପଣାସ୍ତ୍ର ଆକ୍ରମଣକୁ ହାମାସର ରାଜନୈତିକ ନେତା ଇସମାଇଲ ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି ବର୍ଣ୍ଣନା କରିଛି।

ତେବେ ଇରାନ ଜାରି କରିଥିବା ହିଟ୍ ଲିଷ୍ଟର ପ୍ରଥମ ନାଁ ଇସ୍ରାଏଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରହିଥିବା ବେଳେ ତାଙ୍କ ପଛକୁ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ, ଜେନେରାଲ୍ ଷ୍ଟାଫ୍ ମୁଖ୍ୟ ହର୍ଜି ହାଲେଭି, ଇସ୍ରାଏଲ୍ ବାୟୁସେନାର କମାଣ୍ଡର ଟୋମର ବାର୍, ଇସ୍ରାଏଲ୍ ନୌସେନାର କମାଣ୍ଡର ସାର ସଲାମା, ସ୍ଥଳସେନା ମୁଖ୍ୟ ତାମିର ଯାଦାଇ, ଜେନେରାଲ୍ ଷ୍ଟାଫ୍ ଡେପୁଟି ଚିଫ୍ ଆମୀର ବାରାମ, ମିଲିଟାରୀ ଇଣ୍ଟେଲିଜେନ୍ସର ମୁଖ୍ୟ ଆହାରନ୍ ହାଲିଭା, ନର୍ଥ କମାଣ୍ଡର ମୁଖ୍ୟ ଓରି ଗର୍ଡିନ,
ସେଣ୍ଟ୍ରାଲ୍ କମାଣ୍ଡର ମୁଖ୍ୟ ୟେହୁଦା ଫକ୍ସ, ସାଉଥ୍ କମାଣ୍ଡର ମୁଖ୍ୟ ଏଲିଜେର୍ ଟୋଲେଡାନୋ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?