୫୦୦ ସିମ୍‌ରୁ ଓଟିପି ପଠାଇଛନ୍ତି ଇକ୍‌ବାଲ

ଭୁବନେଶ୍ୱର,୨୩।୯(ସତ୍ୟଜିତ୍‌ ରାଉତ): ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆସାମରୁ ଗିରଫ କରିଥିବା ମହମ୍ମଦ ଇକ୍‌ବାଲ ହୁସେନ ଶୁକ୍ରବାର ଜେଲ ଯାଇଛନ୍ତି। ତାଙ୍କୁ ପଚରାଉଚରାବେଳେ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଇକ୍‌ବାଲ ଆପରାଧିକ ଉଦ୍ଦେଶ୍ୟରେ ଓଟିପି ପଠାଇବା ପାଇଁ ୩୭ଟି ମୋବାଇଲ ଓ ୫୦୦ ସିମ୍‌ ବ୍ୟବହାର କରିଛନ୍ତି। ଏପରି କି ପ୍ରମାଣ ନଷ୍ଟ ପାଇଁ ସେ ଉକ୍ତ ମୋବାଇଲ୍‌ ଓ ସିମ୍‌କୁ ନଦୀକୁ ଫିଙ୍ଗି ନଷ୍ଟ କରିଦେଉଥିଲେ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଇକ୍‌ବାଲଙ୍କ ଘର ଆସାମର ନାଗଁାଓ ଜିଲା ଜାଜୋରି ଥାନା ଅନ୍ତର୍ଗତ ଗାଣ୍ଡୁଆ ପଥର ଗାଁରେ ହୋଇଥିବାବେଳେ ସେ ପାକିସ୍ତାନୀ ଇଣ୍ଟେଲିଜେନ୍‌ସ ଅଫିସର ଅବ୍‌ଦୁଲ ହମିଦ ଓରଫ ଖୁରାମ୍‌ ସହ ଲିଙ୍କ୍‌ରେ ରହି ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଥିବା ସହଯୋଗୀଙ୍କ ସହ ମିଶି ଏହି ଦେଶଦ୍ରୋହୀ କାର୍ଯ୍ୟରେ ଲିପ୍ତ ଥିଲେ। ଏପରିକି ଅଭିଯୁକ୍ତ ଇକ୍‌ବାଲ ବହୁତ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌, ଟେଲିଗ୍ରାମ୍‌ ଆକାଉଣ୍ଟ୍‌ ଓ ବେନାମୀ ବା ମୁଲ୍‌ ଆକାଉଣ୍ଟକୁ ହମିଦ୍‌ଙ୍କୁ ଦେଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଓଡ଼ିଶାର ପଠାଣି ସାମନ୍ତଙ୍କ ସହ ଅନ୍ୟକେତେଜଣ ସହଯୋଗୀ ଗିରଫ ହେବା ଜାଣିବା ପରେ ସେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଲୁଚି ରହିଥିଲେ। ଇକ୍‌ବାଲ୍‌ ଏହି ଆପରାଧିକ କାର୍ଯ୍ୟକଳାପରେ ଗତ ୨ ବର୍ଷ ହେଲା ଯୋଡ଼ି ହୋଇ ହ୍ବାଟ୍‌ସଆପ୍‌, ଟେଲିଗ୍ରାମ୍‌, ଫେସ୍‌ବୁକ୍‌, ଟୁଇଟର୍‌, ଇନ୍‌ଷ୍ଟାଗ୍ରାମ୍‌, ଫେକ୍‌ ଆକ୍ଟିଭେଟେଡ୍‌ ସିମ୍‌ ଓ ମୁଲ୍‌ ଆକାଉଣ୍ଟ ଆଦିରୁ ଓଟିପି ଶେୟାର କରି ମାସିକ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ। ସବୁଠାରୁ ବଡ଼ କଥା ହେଲା ତାଙ୍କ ଗାଁର ସବୁ ଯୁବକ ଏହି ସାଇବର ଅପରାଧରେ ସମ୍ପୃକ୍ତ ଥିବା ସେ ଏସ୍‌ଟିଏଫ୍‌କୁ ଜଣାଇଛନ୍ତି।
ସେମାନେ ମଧ୍ୟ ସିମ୍‌ ଓ ମୋବାଇଲ୍‌କୁ ପ୍ରାୟ ମାସେ ବ୍ୟବହାର କରିବା ପରେ ନଦୀକୁ ଫୋପାଡ଼ି ନଷ୍ଟ କରି ଦେଉଥିଲେ। ପୂର୍ବରୁ ପୁଣେରୁ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅଭିଜିତଙ୍କୁ ପଚରାଉଚରାବେଳେ ଇକ୍‌ବାଲଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ତାଙ୍କୁ ଧରିବାକୁ ଯୋଜନା କରିଥିଲା। ଗତ ବୁଧବାର ଏସ୍‌ଟିଏଫ୍‌ ଟିମ୍‌ ଇକ୍‌ବାଲ୍‌କୁ ତାଙ୍କ ଗାଁରୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡି଼ଶା ଆଣି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଓଡ଼ିଶାରୁ ପଠାଣିଙ୍କ ସମେତ ପ୍ରୀତମ୍‌ କର, ସରୋଜ କୁମାର ନାୟକ, ପ୍ରଦ୍ୟୁମ୍ନ କୁମାର ସାହୁ, ସୌମ୍ୟ ପଟ୍ଟନାୟକ ଓ ପୁଣେରୁ ଅଭିଜିତ ସଞ୍ଜୟ ଜମ୍ବୁର ଗିରଫ ହୋଇ ଜେଲରେ ଥିବାବେଳେ ନିକଟରେ ଏସ୍‌ଟିଏଫ୍‌ ପକ୍ଷରୁ ସେମାନଙ୍କ ନାମରେ କୋର୍ଟରେ ଚାର୍ଜଶିଟ ଦାଖଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri