୫୦୦ ସିମ୍‌ରୁ ଓଟିପି ପଠାଇଛନ୍ତି ଇକ୍‌ବାଲ

ଭୁବନେଶ୍ୱର,୨୩।୯(ସତ୍ୟଜିତ୍‌ ରାଉତ): ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆସାମରୁ ଗିରଫ କରିଥିବା ମହମ୍ମଦ ଇକ୍‌ବାଲ ହୁସେନ ଶୁକ୍ରବାର ଜେଲ ଯାଇଛନ୍ତି। ତାଙ୍କୁ ପଚରାଉଚରାବେଳେ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଇକ୍‌ବାଲ ଆପରାଧିକ ଉଦ୍ଦେଶ୍ୟରେ ଓଟିପି ପଠାଇବା ପାଇଁ ୩୭ଟି ମୋବାଇଲ ଓ ୫୦୦ ସିମ୍‌ ବ୍ୟବହାର କରିଛନ୍ତି। ଏପରି କି ପ୍ରମାଣ ନଷ୍ଟ ପାଇଁ ସେ ଉକ୍ତ ମୋବାଇଲ୍‌ ଓ ସିମ୍‌କୁ ନଦୀକୁ ଫିଙ୍ଗି ନଷ୍ଟ କରିଦେଉଥିଲେ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଇକ୍‌ବାଲଙ୍କ ଘର ଆସାମର ନାଗଁାଓ ଜିଲା ଜାଜୋରି ଥାନା ଅନ୍ତର୍ଗତ ଗାଣ୍ଡୁଆ ପଥର ଗାଁରେ ହୋଇଥିବାବେଳେ ସେ ପାକିସ୍ତାନୀ ଇଣ୍ଟେଲିଜେନ୍‌ସ ଅଫିସର ଅବ୍‌ଦୁଲ ହମିଦ ଓରଫ ଖୁରାମ୍‌ ସହ ଲିଙ୍କ୍‌ରେ ରହି ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଥିବା ସହଯୋଗୀଙ୍କ ସହ ମିଶି ଏହି ଦେଶଦ୍ରୋହୀ କାର୍ଯ୍ୟରେ ଲିପ୍ତ ଥିଲେ। ଏପରିକି ଅଭିଯୁକ୍ତ ଇକ୍‌ବାଲ ବହୁତ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌, ଟେଲିଗ୍ରାମ୍‌ ଆକାଉଣ୍ଟ୍‌ ଓ ବେନାମୀ ବା ମୁଲ୍‌ ଆକାଉଣ୍ଟକୁ ହମିଦ୍‌ଙ୍କୁ ଦେଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଓଡ଼ିଶାର ପଠାଣି ସାମନ୍ତଙ୍କ ସହ ଅନ୍ୟକେତେଜଣ ସହଯୋଗୀ ଗିରଫ ହେବା ଜାଣିବା ପରେ ସେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଲୁଚି ରହିଥିଲେ। ଇକ୍‌ବାଲ୍‌ ଏହି ଆପରାଧିକ କାର୍ଯ୍ୟକଳାପରେ ଗତ ୨ ବର୍ଷ ହେଲା ଯୋଡ଼ି ହୋଇ ହ୍ବାଟ୍‌ସଆପ୍‌, ଟେଲିଗ୍ରାମ୍‌, ଫେସ୍‌ବୁକ୍‌, ଟୁଇଟର୍‌, ଇନ୍‌ଷ୍ଟାଗ୍ରାମ୍‌, ଫେକ୍‌ ଆକ୍ଟିଭେଟେଡ୍‌ ସିମ୍‌ ଓ ମୁଲ୍‌ ଆକାଉଣ୍ଟ ଆଦିରୁ ଓଟିପି ଶେୟାର କରି ମାସିକ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ। ସବୁଠାରୁ ବଡ଼ କଥା ହେଲା ତାଙ୍କ ଗାଁର ସବୁ ଯୁବକ ଏହି ସାଇବର ଅପରାଧରେ ସମ୍ପୃକ୍ତ ଥିବା ସେ ଏସ୍‌ଟିଏଫ୍‌କୁ ଜଣାଇଛନ୍ତି।
ସେମାନେ ମଧ୍ୟ ସିମ୍‌ ଓ ମୋବାଇଲ୍‌କୁ ପ୍ରାୟ ମାସେ ବ୍ୟବହାର କରିବା ପରେ ନଦୀକୁ ଫୋପାଡ଼ି ନଷ୍ଟ କରି ଦେଉଥିଲେ। ପୂର୍ବରୁ ପୁଣେରୁ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅଭିଜିତଙ୍କୁ ପଚରାଉଚରାବେଳେ ଇକ୍‌ବାଲଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ତାଙ୍କୁ ଧରିବାକୁ ଯୋଜନା କରିଥିଲା। ଗତ ବୁଧବାର ଏସ୍‌ଟିଏଫ୍‌ ଟିମ୍‌ ଇକ୍‌ବାଲ୍‌କୁ ତାଙ୍କ ଗାଁରୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡି଼ଶା ଆଣି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଓଡ଼ିଶାରୁ ପଠାଣିଙ୍କ ସମେତ ପ୍ରୀତମ୍‌ କର, ସରୋଜ କୁମାର ନାୟକ, ପ୍ରଦ୍ୟୁମ୍ନ କୁମାର ସାହୁ, ସୌମ୍ୟ ପଟ୍ଟନାୟକ ଓ ପୁଣେରୁ ଅଭିଜିତ ସଞ୍ଜୟ ଜମ୍ବୁର ଗିରଫ ହୋଇ ଜେଲରେ ଥିବାବେଳେ ନିକଟରେ ଏସ୍‌ଟିଏଫ୍‌ ପକ୍ଷରୁ ସେମାନଙ୍କ ନାମରେ କୋର୍ଟରେ ଚାର୍ଜଶିଟ ଦାଖଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri