ଅନୁଭବ-ବର୍ଷା ମାମଲାର ପୂର୍ଣ୍ଣଚ୍ଛେଦ

କଟକ,୨୩ା୯ (କାର୍ତ୍ତିକ ସାହୁ): କଟକ ପରିବାର ଅଦାଲତରେ ଚାଲିଥିବା ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ବର୍ଷାଙ୍କଠାରୁ ଛାଡ଼ପତ୍ର ଏବଂ ବର୍ଷାଙ୍କ ପକ୍ଷରୁ ରୁଜୁ ଅନୁଭବଙ୍କ ସହ ପୁନଃମିଳନ ଓ ଅବସ୍ଥାପନ ଆବେଦନ ମାମଲାଦ୍ୱୟକୁ ପରିବାର ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨ଟିଯାକ ମାମଲାର ଶୁଣାଣି କରି ଉଭୟଙ୍କ ଆବେଦନ ପ୍ରସଙ୍ଗରେ କୋର୍ଟରେ ଏକାଧିକ ମାମଲା, ଜବାବ ଓ ପ୍ରତିଜବାବ ରହୁଥିବାରୁ ଅଦାଲତ ଉଭୟଙ୍କ ଆବେଦନକୁ ଖାରଜ କରିଥିଲେ। ବର୍ଷାଙ୍କ ପ୍ରସଙ୍ଗରେ କୋର୍ଟ ଦର୍ଶାଇଛନ୍ତି ଯେ, ବର୍ଷା ତାଙ୍କ ସ୍ବାମୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରି ପୁଣି ତାଙ୍କ ସହ ଏକତ୍ର ରହିବାକୁ ଚାହୁଁଛନ୍ତି। ଏପରିସ୍ଥିତିରେ କୋର୍ଟ ଉଭୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିବାରୁ କେହି କାହା ପାଖରେ ରହିପାରିବେ ନାହିଁ। ତେଣୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରୁ ଆରମ୍ଭ କରି କଟକର ପରିବାର ଅଦାଲତ ଯାଏ ଏହା ମଧ୍ୟରେ ଅନେକ ଅଦାଲତି ଝମେଲାରେ ଅନୁଭବ ଓ ବର୍ଷା ନୟାନ୍ତ ହୋଇ ଶେଷରେ ଫଳ ଶୂନରେ ପହଞ୍ଚିବା ନେଇ ଚର୍ଚ୍ଚା ହେଉଛି।
କି, ଅନୁଭବଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ପ୍ରଥମେ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ବର୍ଷାଙ୍କ ଆବେଦନ ଅନୁସାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଛାଡ଼ପତ୍ର ମାମଲା ପଟିଆଲା କୋର୍ଟରୁ କଟକର ପାରିବାରିକ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ୪୭ ପୃଷ୍ଠା ସମ୍ବଳିତ ଏହି ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି। ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି। ସେହିପରି ଅନୁଭବ ତଥା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବର୍ଷା ଧମକ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ଆବେଦନରେ ଦର୍ଶାଇଥିଲେ। ଦୀର୍ଘଦିନର ତିକ୍ତତା ପରେ ସେ ବର୍ଷାଙ୍କ ସହ ସମ୍ପର୍କ ତୁଟାଇବାକୁ ସିଦ୍ଧାନ୍ତ ନେଇଛନ୍ତି। ତେଣୁ ସେ ଛାଡ଼ପତ୍ର ନିମନ୍ତେ ଅଦାଲତରେ ଆବେଦନ କରିଥିବା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ମଧ୍ୟ ଅନୁରୂପ ଭାବେ ଅନୁଭବଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ। ମହିଳା ହିଂସା ସୁରକ୍ଷା ଆଇନ-୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେ ପ୍ରାର୍ଥନା କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ଅନୁଭବ ମଦ ପିଇ ତାଙ୍କୁ ମାର୍‌ପିଟ କରି ଉଭୟ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଆସୁଛନ୍ତି। ଏପରିସ୍ଥଳେ ସେ କ୍ଷତିପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ଘରଭଡ଼ା ମାସିକ ୨୦ ହଜାର ଓ ନିଜେ ଚଳିବାକୁ ମାସିକ ୫୦ ହଜାର ଦାବି କରିଥିଲେ। ଅନ୍ୟପକ୍ଷରେ ସେ କଟକ ପାରିବାରିକ ଅଦାଲତରେ ଅନୁଭବଙ୍କ ନିକଟରେ ରହିବାକୁ ଚାହଁୁଥିବା ଦର୍ଶାଇ ସେମାନଙ୍କ ବିବାହର ପୁନଃ ପ୍ରତିଷ୍ଠା ନିମନ୍ତେ ଆବେଦନ କରିଥିଲେ। କଟକ ପରିବାର ଅଦାଲତରେ ଗତ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ମାମଲାର ଶୁଣାଣି ଚାଲିିଥିଲା। ତେବେ ପରିବାର ଅଦାଲତ ରାୟ ବିରୋଧରେ ଆବଶ୍ୟକ ପଡ଼ିଲେ ସେ ହାଇକୋର୍ଟକୁ ଯିବେ ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri