ପାଇପ ଲାଇନ ବିଛା ଯୋଗୁ ରାସ୍ତା କାଦୁଅ

ନାଉଗାଁ ,୨୩ା୯ (ସୁଧା ବେହୁରା): ସରକାରଙ୍କ ବସୁଧା ଯୋଜନାରେ ନାଉଗାଁ ବ୍ଲକରେ ପ୍ରକଳ୍ପ ନିର୍ମାଣଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଇବା ପାଇଁ ପାଇପ ଲାଇନ ସଂଯୋଗ କରାଯାଉଛି। ଏହି ପାଇପ ଲାଇନ କାମ ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କ ପାଇଁ କାଳ ସାଜିଛି। ପାଇପ ଲାଇନ ବିଛା ଯୋଗୁ ପିଲାମାନଙ୍କର ବିଦ୍ୟାଳୟକୁ ଯିବା ବନ୍ଦ ହେଉଥିବା ବେଳେ ପ୍ରତ୍ୟେହ କେହି ନା କେହି ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଠିକାଦାର ମନଇଚ୍ଛା ରାସ୍ତା ଖୋଳି ମାଟି ପକାଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ବ୍ଲକ ଅଧୀନ ତିରୁଣା ପଞ୍ଚାୟତରେ ନାଉଗାଁ-ଡାବରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ପାର୍ଶ୍ୱର ଦହିପାଳଠାରୁ ଅରିଓଦା ପର୍ଯ୍ୟନ୍ତ ମାଟି ତଳେ ପାଇପ ଲାଇନ ଯିବା ପାଇଁ ରାସ୍ତା ଖୋଳା ଚାଲିଛି। ଠିକାଦାର ଜେସିବି ମେଶିନ ମାଧ୍ୟମରେ ମାଟି ଖୋଳି ପାଇପ ବିଛାଇ ପୁନର୍ବାର ମାଟିକୁ ପୋତୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତାରୁ ମାଟି ଭଲ ଭାବେ ସଫା କରୁ ନ ଥିବାରୁ ଝିପି ଝିପି ବର୍ଷାରେ ମାଟି ଭିଜି କାଦୁଅ ହେଉଛି। ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଯିବା ଯୋଗୁ ରାସ୍ତା ସାରା କାଦୁଅରେ ଭର୍ତ୍ତି ହୋଇଯାଉଛି। ଏହି ରାସ୍ତାରେ ୨ ଚକିଆ ଯାନ, ସାଇକଲେ ଆଦି ଯିବା କଷ୍ଟ ସାଧ୍ୟ ହୋଇପଡୁଛି। ଆଦର୍ଶ ବିଦ୍ୟାଳୟକୁ ଏହି ରାସ୍ତା ଦେଇ ଯିବାକୁ ପଡୁଥିବାରୁ ଅନେକ ଛୋଟ ପିଲା ସାଇକେଲରୁ ପଡୁଛନ୍ତି। ବାଇକ୍‌ ଆରୋହୀ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ବର୍ଷା ଦିନେ ରାସ୍ତା ଖୋଳି କାମ କରାଯାଉଥିବା ବେଳେ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ପରିମଳ ବିଭାଗର ଅଧିକାରୀ କିପରି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ କାମ କରୁଥିବା ଠିକାଦାର ବିଭାଗ ପକ୍ଷରୁ ମାସେ ମଧ୍ୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାଇପ ଟେଷ୍ଟିଂ ହୋଇ ଆସିବା ପରେ ଆମେ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗର ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ବର୍ଷାଦିନେ କାମ ବନ୍ଦ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରାଯାଉଥିବା କାମକୁ ବନ୍ଦ ରଖାଯାଇଛି। ଯଥାଶୀଘ୍ର ରାସ୍ତା ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri