ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ: ଡିଏଲ୍‌ଏଫ୍‌ରୁ ଡ୍ରିମ୍‌ ୧୧

ନୂଆଦିଲ୍ଲୀ, ୧୯।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି ୟୁଏଇରେ ଅନୁଷ୍ଠିତ ହେବ। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ବିଶ୍ୱର ଏହି ବ୍ୟୟବହୁଳ ଟି୨୦ ଲିଗ୍‌ର ମୁଖ୍ୟ ଟାଇଟଲ ପ୍ରାୟୋଜକ ଅଧିକାର ଜଣାଶୁଣା ଫାଣ୍ଟାସି ଗେମିଂ ଫ୍ଳାଟଫର୍ମ ଡ୍ରିମ୍‌ ୧୧ ହାସଲ କରିଛି। ୨୨୨ କୋଟି ଟଙ୍କାର ବିଡ୍‌ ସହ ଡ୍ରିମ୍‌ ୧୧ ସାଢ଼େ ୪ ମାସ ପାଇଁ ଆଇପିଏଲ୍‌ର ନୂଆ ପ୍ରାୟୋଜକ ଅଧିକାର ଲାଭ କରିଛି। ତେବେ ୨୦୦୮ରେ ଆଇପିଏଲ୍‌ ଆରମ୍ଭ ହେବା ପରଠାରୁ ଚଳିତ ସିଜନ ପର୍ଯ୍ୟନ୍ତ ମୋଟ୍‌ ୪ଟି କମ୍ପାନୀ ମୁଖ୍ୟ ପ୍ରାୟୋଜକ ଭାବେ ଆଇପିଏଲ୍‌ ସହ ଯୋଡ଼ି ହୋଇଛନ୍ତି। ଯାହା ମଧ୍ୟରେ ଡିଏଲ୍‌ଏଫ୍‌ଠାରୁ ଆରମ୍ଭ କରି ଡ୍ରିମ୍‌ ୧୧ ପର୍ଯ୍ୟନ୍ତ ରହିଛନ୍ତି। କେଉଁ କମ୍ପାନୀ କେତେ ମୂଲ୍ୟରେ ଆଇପିଏଲ୍‌ ମୁଖ୍ୟ ପ୍ରାୟୋଜକ ରହିଥିଲେ ସେ ସମ୍ବନ୍ଧରେ ଆସନ୍ତୁ ସଂକ୍ଷେପରେ ଜାଣିବା।


୧- ଡିଏଲ୍‌ଏଫ୍‌ (୨୦୦୮-୧୨): ଆଇପିଏଲ୍‌ ୨୦୦୮ରେ ଆରମ୍ଭ ହୋଇଥିବାବେଳେ ଭାରତର ଅଗ୍ରଣୀ ରିଅଲ୍‌ ଇଷ୍ଟେଡ୍‌ ଡେଭ୍‌ଲପର୍‌ ଡିଏଲ୍‌ଏଫ୍‌ ପ୍ରଥମ ୫ଟି ସଂସ୍କରଣ ଲାଗି ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକ ରହିଥିଲା। ଏଥିଲାଗି ଚୁକ୍ତି ମୁତାବକ ବାର୍ଷିକ ୪୦ କୋଟି ହିସାବରେ ଡିଏଲ୍‌ଏଫ୍‌ ୨୦୦ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିଥିଲା।


୨- ପେପ୍ସୀ (୨୦୧୩-୧୫): ୨୦୧୨ ପରେ ଡିଏଲ୍‌ଏଫ୍‌ ଆଉ ଆଇପିଏଲ୍‌ ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକ ଚୁକ୍ତିକୁ ବଢ଼ାଇ ନ ଥିଲା। ଏହାପରେ ମୃଦୁପାନୀୟ କମ୍ପାନୀ ପେପ୍ସୀ ପରବର୍ତ୍ତୀ ୫ ବର୍ଷ ଲାଗି ଆଇପିଏଲ୍‌ର ମୁଖ୍ୟ ଟାଇଟଲ ପ୍ରାୟୋଜକ ଅଧିକାର ଲାଭ କରିଥିଲା। ଏଥିଲାଗି ବାର୍ଷିକ ୭୯ କୋଟି ହିସାବରେ ପେପ୍ସୀ ୩୯୫ କୋଟି ଟଙ୍କା ପ୍ରଦାନ ବିସିସିଆଇକୁ ପ୍ରଦାନ କରିଥିଲା। କିନ୍ତୁ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ପେପ୍ସୀ ଚୁକ୍ତି ପୂରଣର ୨ ବର୍ଷ ପୂର୍ବରୁ ୨୦୧୫ ପରେ ଓହରି ଯାଇଥିଲା।


୩- ଭିଭୋ (୨୦୧୬-୨୦୧୭): ପେପ୍ସୀ ଚୁକ୍ତି ଅଧାରୁ ଓହରି ଯିବା ପରେ ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଏହାର ସ୍ଥାନ ନେଇଥିଲା। ପରବର୍ତ୍ତୀ ଦୁଇ ବର୍ଷ ଲାଗି ୧୦୦ କୋଟି ଟଙ୍କା ହିସାବରେ ଭିଭୋ ୨୦୧୬ ଓ ୨୦୧୭ ପର୍ଯ୍ୟନ୍ତ ଆଇପିଏଲ୍‌ର ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକ ରହିଥିଲା। ଦୁଇ ବର୍ଷ ଚୁକ୍ତି ପୂରଣ ହୋଇସାରିବା ପରେ ଭିଭୋ ୨୦୧୮ରୁ ୫ ବର୍ଷ ଲାଗି ପୁଣିଥରେ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ଅଧିକାର ଲାଭ କରିଥିଲା। ବାର୍ଷିକ ୪୩୯ କୋଟି ଟଙ୍କା ହିସାବରେ ଭିଭୋ ୨,୧୯୯ କୋଟି ଟଙ୍କା ବିଡ୍‌ ଦାଖଲ କରି ଏହି ଅଧିକାର ହାସଲ କରିଥିଲା। କିନ୍ତୁ ନିକଟରେ ଭାରତ ଓ ଚାଇନା ମଧ୍ୟରେ ଗଲ୍‌ଓ୍ବାନ ଉପତ୍ୟକାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଦେଶସାରା ଲୋକମାନେ ଚାଇନିଜ ସାମଗ୍ରୀକୁ ବୟକଟ୍‌ କରିବା ଆରମ୍ଭ କରିଛନ୍ତି। ଯାହା ଫଳରେ ଭିଭୋକୁ ଗୋଟିଏ ବର୍ଷ ଲାଗି ଆଇପିଏଲ୍‌ ମୁଖ୍ୟ ଟାଇଟଲ୍‌ ପ୍ରାୟୋଜକରୁ ବିସିସିଆଇ ବାଦ୍‌ ଦେଇଛି।


୪- ଡ୍ରିମ୍‌ ୧୧ (୨୦୨୦): ଚଳିତ ବର୍ଷ ଲାଗି ଜଣାଶୁଣା ଫାଣ୍ଟାସି ଗେମିଂ ପ୍ଲାଟ୍‌ଫର୍ମ ଡ୍ରିମ୍‌ ୧୧ ଆଇପିଏଲ୍‌ର ନୂଆ ପ୍ରାୟୋଜକ ଅଧିକାର ଲାଭ କରିଛି। ସାଢ଼େ ୪ ମାସ ଲାଗି ମୁଖ୍ୟ ପ୍ରାୟୋଜକ ଅଧିକାର ଲାଭ କରିଥିବା ଡ୍ରିମ୍‌ ୧୧ ଏଥିଲାଗି ୨୨୨ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?