Posted inଖେଳ

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ସନ୍‌ରାଇଜର୍ସ

ନୂଆଦିଲ୍ଲୀ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୬୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୭ ମ୍ୟାଚରୁ ୫ମ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏକାଧିକ ରେକର୍ଡ ବିଶିଷ୍ଟ ମ୍ୟାଚରେ ସନ୍‌ରାଇଜର୍ସ ୨୦ ଓଭରରେ ୭ ଉଇକେଟ ହରାଇ ୨୬୬ ରନ କରିଥିଲା।

୨୬୭ ରନ ବିଜୟ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ ୧୯୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ୧୫ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜ୍ୟାକ ଫ୍ରାସର-ମ୍ୟାକଗ୍ରୁକ୍‌ ୧୮ ବଲ୍‌ରୁ ୬୫ (୫ ଚୌକା, ୭ ଛକା) ରନ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟର ସେପରି ଦ୍ରୁତ ହାରରେ ରନ ସଂଗ୍ରହ କରିପାରି ନ ଥିଲେ। ଅଧିନାୟକ ରିଷଭ ପନ୍ତ ୩୫ ବଲ୍‌ରୁ ୪୪, ଅଭିଷେକ ପୋରେଲ ୨୨ ବଲ୍‌ରୁ ୪୨ ରନର ଯୋଗଦାନ ଦେଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ।

ସନ୍‌ରାଇଜର୍ସ ପକ୍ଷରୁ ଟି. ନଟରାଜନ ସର୍ବାଧିକ ୪ଟି, ମୟଙ୍କ ମାର୍କଣ୍ଡେ ଓ ନୀତୀଶ କୁମାର ରେଡ୍ଡୀ ୨ଟି ଲେଖାଏ ଏବଂ ଓ୍ବାଶିଂଟନ ସୁନ୍ଦର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍‌କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍‌ ମ୍ୟାଚ୍‌, ଗଣିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’...

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ...

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର...

ଭାଜପା କୋର୍‌ କମିଟି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨: ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍‌ କମିଟି ବୈଠକ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଲିଗ ପାଇଁ ସେମାନଙ୍କର...

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

ଶିଖର ଧାଓ୍ବନଙ୍କୁ ବଡ଼ ଦାୟିତ୍ୱ ଦେଲା ICC: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ଜଣ କ୍ରିକେଟର୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡରଙ୍କୁ ନିଯୁକ୍ତ କରିଛି। ଏଥିରେ ପୂର୍ବତନ ଭାରତୀୟ...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri